କଫ୍‌ ସିରପ ପିଇଲେ ବଢିବ କରୋନା – ଡାକ୍ତର ଓ ଗବେଷକ କଲେ ସଚେତନ, ଜାଣନ୍ତୁ କାରଣ ।

କଫ୍‌ ସିରପ ପିଇଲେ ବଢିବ କରୋନା - ଡାକ୍ତର ଓ ଗବେଷକ କଲେ ସଚେତନ, ଜାଣନ୍ତୁ କାରଣ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ଏବେ କରୋନା ଭାଇରସ୍‌ ଧୀରେ ଧୀରେ ଦୁର୍ବଳ ହେଉଛି । ହେଲେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଧୀରେ ଧୀରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧଇ ପାଉଛି । କରୋନାର ପ୍ରଥମ ଲକ୍ଷଣ ହେଲା ଶୁଖିଲା କାଶ , ତଣ୍ଟି ଦରଜ । ଏହା ସହ ଜର ଆସିବାର ଲକ୍ଷଣ ଦେଖାଯାଏ । ବେଳେ ବେଳେ କରୋନା ହେଲେ ଶ୍ୱାସ କ୍ରିୟାରେ ଅସୁବିଧା ହୋଇଥାଏ । କିଛି ଲୋକଙ୍କ ଦେହରେ କରୋନା ଲକ୍ଷଣ ପ୍ରକାଶ ପାଏ ନାହିଁ । ଏହା ସବୁଠାରୁ ବିପଦ । କାରଣ ଏମାନଙ୍କ ଯୋଗୁଁ ସଂକ୍ରମଣ ଅଧିକ ବ୍ୟାପିଥାଏ । ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ସେମାନଙ୍କୁ ସହଜରେ କରୋନା ହୋଇଥାଏ ।କାଶ ସହ ଗଳାରେ ଦରଜ ଓ ଶ୍ୱାସ କ୍ରିୟାରେ ଅସୁବିଧା ହୋଇଥାଏ ।

Can I give my child cough medicine? | baby gooroo
Google

ଏହା ସାଧାରଣ ଲକ୍ଷଣ । ଏମିତି ଲକ୍ଷଣ ଦେଖାଦେଲେ ଅଧିକାଂଶ ଲୋକ ବିନା ଡାକ୍ତରରେ ଔଷଧ ଦୋକାନରୁ ପଚାରି ଔଷଧ ଖାଇ ଥାଆନ୍ତି । କିଛି ଲୋକ କଫ ସିରପ୍‌ ପିଇ ଦେଇ ଥାଆନ୍ତି । କଫ ସିରପ୍‌ ପିଇବା ଦ୍ୱାରା ସାମୟିକ ଭାବେ ଆରାମ ମିଳିଥାଏ । ପାଗ କିମ୍ବା ଋତୁ ପରିବର୍ତନ ଯୋଗୁଁ କାଶ ଥଣ୍ଡା ତଣ୍ଟି ଦରଜ ହେଲେ ଏପରି ଔଷଧ କାମ ଦେଇଥାଏ । ମାତ୍ର କରୋନା ସଂକ୍ରମଣ ପାଇଁ କଫ୍‌ ସିରପ୍‌ ସାମୟିକ କାମ ଦେଲେ ବି ଏହା ରୋଗକୁ ଅଧିକ କରିଥାଏ ।ଏବେ ଇଟାଲୀ ଓ ଆମେରିକାରେ କରୋନା ଯୋଗୁଁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ବିକଶିତ ଦେଶମାନେ ଏହା ଉପରେ ନିୟନ୍ତ୍ରଣ ପାଇ ପାରୁ ନାହାନ୍ତି ।କରୋନା ସାରା ବିଶ୍ୱ ପାଇଁ ପୁରାପୁରି ନୂଆ । ଏହି ଭୁତାଣୁ ସଂକ୍ରମଣ ରୋକିବା ପାଇଁ କୌଣସି ଔଷଧ କିମ୍ବା ଟିକା ବାହାରା ନାହିଁ । ଏଥିପାଇଁ ଲଗାତାର ଗବେଷଣା ଚାଲିଛି ।

କେତକ ଆଫ୍ରିକୀୟ ମାଙ୍କଡଙ୍କ ଉପରେ କରୋନୀ ଟୀକାର ପରୀକ୍ଷଣ କରାଯାଉଛି । ଆଫ୍ରିକୀୟ ମାଙ୍କଡଙ୍କ ଉପରେ ମଣିଷ ପରି ଔଷଧର ପ୍ରଭାବ ପକାଇଥାଏ । ମାଙ୍କଡଙ୍କ ଉପରେ କଫ୍‌ ସିରପ ପ୍ରୟୋଗ କରାଯାଇଥିଲା । ଗବେଷଣା ବେଳେ କଫ ସିରପ ପିଇବା ପରେ କୋରନା ଭାଇରସ୍‌ ଶରୀରରେ ବୃଦ୍ଧି ପାଉଥିବା ଦେଖିବା ପାଇଁ ମିଳିଥିଲା । ଡାକ୍ତରଙ୍କ ବିନା ପରାମର୍ଶରେ ଏଥିପାଇଁ କଫ୍‌ ସିରପ୍‌ ପିଇବାକୁ ମନା କରାଯାଇଛି ।

Don't Give Kids Cough Syrup That Contains Codeine, FDA Says ...
Google
କଫ୍‌ ସିରପ୍‌ ଯୋଗୁଁ କାହିଁକି ବଢୁଛି କରୋନା

କଫ୍‌ ସିରପରେ ଡେକ୍ସେଟ୍ରୋମେଥାଫିନ୍‌ ଡ୍ରଗ ରହିଛି । ଏହା କରୋନା ଭାଇରସ୍‌ ଉପରେ ପ୍ରଭାବ ପକାଉ ନାହିଁ । କାରଣ ଡେକ୍ସେଟ୍ରୋମେଥାଫିନ୍‌ ଶରୀରରେ ଅନ୍ୟ ପ୍ରକାର ପ୍ରଭାବ ପକାଇଥାଏ । ଏହା ଯୋଗୁଁ ଶରୀରେର ଯେଉଁ ପ୍ରତିକ୍ରିୟା ହୁଏ ସେଥିରେ କରୋନା ଭାଇରସ୍‌ ସଂଖ୍ୟା ଶରୀରେର ବୃଦ୍ଧି ପାଇଥାଏ । ମାତ୍ର ସହଜରେ ଏହା ଜଣା ପଡି ନଥାଏ । କଫ୍‌ ସିରପ୍ କାଶରୁ ଆରାମ ଦେଇଥାଏ । ମାତ୍ର ଏହା କରୋନା ଯୋଗୁଁ ହୋଇଥିବା କାଶ ବେଳେ ଠିକ୍‌ ଓଲଟା ପ୍ରଭାବ ଦେଖାଏ । ଡେକ୍ସେଟ୍ରୋମେଥାଫିନ୍‌ ସାଧାରଣତଃ ଅଧିକାଂଶ କଫ୍‌ ସିରଫରେ ଥାଏ ।

ଏବେ ବିଭିନ୍ନ ଡ୍ରଗ ବା ଔଷଧର ମିଶ୍ରଣ ପ୍ରସ୍ତୁତ କରାଯାଇ କରୋନା ଉପରେ ପରୀକ୍ଷଣ କରାଯାଉଛି । କେଉଁ ଔଷଧ କରୋନା ସଂକ୍ରମଣ ରୋକିବାରେ ସଫଳ ତାହା ପରୀକ୍ଷା କରାଯାଉଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *