ଅଷ୍ଟ୍ରେଲିଆର ଖେଳାଳୀମାନେ ଦେଉଥିଲେ ଗାଳି, ଅଜିଙ୍କ୍ୟ ରାହାଣେ ଏପରି ଦେଲେ ପ୍ରତି ଉତ୍ତର, ରୋହିତ କଲେ ବଡ଼ ଖୁଲାସା। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଅଷ୍ଟ୍ରେଲିଆରେ ଯେଉଁ ବି ଦଳ କ୍ରିକେଟ ଖେଳିବାକୁ ଯାଏ, ତାକୁ ସ୍ଲେଜିଙ୍ଗର ସାମ୍ନା କରିବାକୁ ପଡ଼ିଥାଏ। ଭାରତୀୟ ଦଳ ମଧ୍ୟ କେତେଥର ଏହାର ଜାଲରେ ପଡିସାରିଛି। ଯଦିଓ, ବର୍ତ୍ତମାନର ଭାରତୀୟ ଦଳ ପୂର୍ବ ଭଳି ନାହିଁ। ବର୍ତ୍ତମାନର ଭାରତୀୟ ଦଳର ଖେଳାଳୀ ବିପକ୍ଷର ଆଖିରେ ଆଖି ମିଶାଇ ଦେଖିବା ଓ ପ୍ରତିଉତ୍ତର କରିବା ଜାଣିଛନ୍ତି। ଏ ପର୍ଯ୍ୟନ୍ତ କି ବହୁତ ଶାନ୍ତ ଦେଖାଯାଉଥିବା ଅଜିଙ୍କ୍ୟ ରାହାଣେ ମଧ୍ୟ ମୌକା ପଡିବା ପରେ ଜବାବ ଦେବା ଓ ବିପକ୍ଷ ଦଳର ମୁହଁ ବନ୍ଦ କରିବାରେ ପଛକୁ ହଟନ୍ତି ନାହିଁ।

Google

ରୋହିତ ଶର୍ମା ଏବଂ ଶିଖର ଧୱନ ଗୌରବ କପୁରଙ୍କ ‘ୟୁଟୁବ ଶୋ’ ‘ବ୍ରେକଫାଷ୍ଟ ଉଇଥ ଚାମ୍ପିୟାନସ’ର ଏକ ଇଣ୍ଟରଭିୟୁରେ କହିଥିଲେ,’ଆମେ ଅଷ୍ଟ୍ରେଲିଆରେ ଖେଳୁଥିଲୁ। ଅଜିଙ୍କ୍ୟ ରାହାଣେ ବ୍ୟାଟିଂ କରୁଥିଲେ।ତାଙ୍କୁ ଅଷ୍ଟ୍ରେଲିଆର କେତେକ ଖେଳାଳୀ ସ୍ଲେଜ(ଗାଳି ଦେବା)କରୁଥିଲେ।’ରୋହିତ ଓ ଧୱନ କହିଲେ,’ରାହାଣେ କିଛି ସମୟ ପର୍ଯ୍ୟନ୍ତ ସହିନେଲେ, ପୁଣି କିଛି ଏପରି ପ୍ରତିଉତ୍ତର କଲେ କି ବୋଲର ବିଭ୍ରାନ୍ତ ହୋଇଗଲେ କି ସେ କଣ ଜବାବ ଦେବେ।’

ଏହି ଘଟଣାର ସୂଚନା ଦେବାର ଆରମ୍ଭ ଧୱନ କଲେ। ଧାୱନ ରୋହୀତଙ୍କୁ କହିଲେ,’ଆରେ ସେ ମନେ ଅଛି ଅଜୁ(ଅଜିଙ୍କ୍ୟ ରାହାଣେ)ର ଯେବେ ସେ ବୋଲରକୁ ଚିଡ଼େଇଥିଲା। ସେ ଜିଭ ନୁହେଁ ଚିଡ଼େଇଥିଲା ? ‘ରୋହିତ କହିଲେ,’ ହଁ ୟାର।’ରୋହିତଙ୍କ ଏହା କହିବା ପରେ ହିଁ ଗୌରବ କହିଲେ,’ବୋଲରଙ୍କୁ ?’

Google

ରୋହିତ କହିଲେ,’ହଁ ଅଷ୍ଟ୍ରେଲିଆରେ ୨-୩ ଲୋକ ତାଙ୍କୁ ସ୍ଲେଜ କରୁଥିଲେ। ବୋଲର ଗାଳି ଦେଉଥିଲା। କହୁଥିଲା କି ଖେଳିକି ଦେଖା। ମାରିକି ଦେଖା। ଏମିତି… ସେମିତି….। ଅଜୁ କିଛି ସମୟ ସହିନେଲା ପରେ ପାଖକୁ ଯାଇ ବୋଲରକୁ ଜିଭ କାଢି ଚିଡ଼େଇବାକୁ ଆରମ୍ଭ କଲା। ‘ଏତିକି କହିବା ପରେ ରୋହିତ ଶର୍ମା ତାଳି ବଜାଇବାକୁ ଲାଗିଲେ।

ଗୌରବ କପୁର କହିଲେ,’ଅଷ୍ଟ୍ରେଲିଆର ବୋଲର ତ ବିଭ୍ରାନ୍ତ ହୋଇଯାଇଥିବ?’ରୋହିତ କହିଲେ,’ହଁ,ତାକୁ କିଛି ବୁଝା ପଡିଲା ନାହିଁ। ସେ କହୁଥିଲା ଇଏ କିଏ? ଇଏ ଏପରି କଣ କରୁଛି? ‘ଏହାପରେ ଗୌରବ କହିଲେ,’ଆଜି ପର୍ଯ୍ୟନ୍ତ ଏହା ଠାରୁ ଭଲ ସ୍ଲେଜିଙ୍ଗର ଜବାବ ମୁଁ ଶୁଣିନଥିଲି।’

Google

ରୋହିତ କହିଲେ,’ହଁ, ୟାର।’କହିଦେଉଛୁ କି ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେଙ୍କର ଗଣତି ଦଳର ଶାନ୍ତ ଖେଳାଳୀମାନଙ୍କ ମଧ୍ୟରେ କରାଯାଏ। ରାହାଣେଙ୍କୁ ରାଗୁଥିବାର କିମ୍ବା ଅନ୍ୟ ଖେଳାଳୀଙ୍କ ସହ ଯୁକ୍ତି ବହୁତ ହିଁ କମ ଜାଗାରେ ଦେଖା ଯାଇଥିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *