ବ୍ୟୁରୋ ରିପୋର୍ଟ: ଭାରତର ଗହମ ରିଜେକ୍ଟ କରିବାର କାରଣରୁ ଯେଉଁ ବିବାଦ ଭାରତ ଏବଂ ତୁର୍କୀ ମଧ୍ୟରେ ସମ୍ନାକୁ ଆସିଥିଲା ତାହା ସମ୍ପର୍କରେ ମୁଖ୍ୟ କାରଣ ତୁର୍କୀ ବୋଲି ଜଣା ପଡ଼ିଛି। ସେଥିପାଇଁ ତୁର୍କୀ ବର୍ତ୍ତମାନ ଭାରତର କାର୍ଯ୍ୟାନୁଷ୍ଠାନକୁ ନେଇ ଚିନ୍ତାରେ। ତୁର୍କୀର ଭୟ ଯେ, ଭାରତ ତା ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ବର୍ତ୍ତମାନ ଭାରତ ଏହା ମଧ୍ୟ ଜାଣି ପାରିଛି ଯେ, ତୁର୍କୀ ବିନା କୌଣସି କାରଣରେ ଭାରତର ଗହମକୁ ଖରାପ ଏବଂ ଏଥିରେ ଜୀବାଣୁ ଅଛନ୍ତି ବୋଲି କହି ଭାରତକୁ ଅପମାନ କରିଛି। କୌଣସି କାରଣ ନ ଥାଇ ଭାରତର ଗହମକୁ ଫାଇଟୋ ସାନିଟାରୀ ସାର୍ଟିଫିକେଟ ନ ଦେବା ତୁର୍କୀ ସରକାରଙ୍କ ଏକ ଚାଲ ଅଟେ ଯେଉଁଥିରେ ଭାରତ ପ୍ରତି ତୁର୍କୀର ଘୃଣା ବହୁତ ଭଲ ଭାବରେ ଜଣା ପଡୁଛି।

ସୂଚନାଯୋଗ୍ୟ ଯେ, ଭାରତ ସରକାର ଗହମ ରପ୍ତାନୀ ଉପରେ ରୋକ ଲଗାଇ ଦେଇଥିଲେ। ତାହେଲେ ଏ ଗହମ ତୁର୍କୀକୁ ଗଲା କିପରି। ଭାରତର କିଛି ଅଧିକାରୀଙ୍କ କହିବା ଅନୁସାରେ ଏହି ଗହମ ମେ ମାସ ୧୩ ତାରିଖ ପୂର୍ବରୁ ପଠା ଯାଇଥିଲା। ଏହାର ପରବର୍ତ୍ତୀ ସମୟରେ ମେ ୧୩ ରେ ଗହମ ରପ୍ତାନୀ ଉପରେ ରୋକ ଲଗାଇ ଦିଆଯାଇଥିଲା। ଗହମ ରପ୍ତାନୀ ଉପରେ ରୋକ ଲଗାଇବା ପରେ ମଧ୍ୟ ଭାରତ ଯେଉଁ ସବୁ ଦେଶକୁ ଗହମ ରପ୍ତାନୀ କରୁଛି, ସେ ଦେଶ ମଧ୍ୟରେ ତୁର୍କୀ ନାହିଁ। ବର୍ତ୍ତମାନ ଭାରତ ସରକାର ତୁର୍କୀ ସରକାରଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ବିବରଣୀ ମାଗିଛନ୍ତି ଯେ, ଭାରତୀୟ ଗହମରେ କେଉଁ କେଉଁ ପ୍ରକାରର ଅସୁବିଧା ଥିଲା ଏବଂ କଣ ପାଇଁ ଏହା ଖାଦ୍ୟ ଉପଯୋଗୀ ନୁହେଁ। ଏହାପରେ ଭାରତୀୟ ନିବେଶକମାନେ ଏକଥା ନେଇ ଚିନ୍ତାରେ ଅଛନ୍ତି ଯେ, ଭାରତୀୟ ଗହମକୁ ଅନ୍ୟ ଦେଶମାନେ ମଧ୍ୟ ଖରାପ ମାନର କହି ଫେରାଇ ଦେଇ ପାରନ୍ତି।
କିନ୍ତୁ ଭାରତ ଉପରୁ ଏହି ସମସ୍ୟା ଦୂର ହୋଇ ଯାଇଛି। ତୁର୍କୀ ଯେଉଁ ଗହମକୁ ଫେରାଇ ଦେଇଥିଲା, ସେହି ଗହମ ଜୁନ ମାସ ୧୭ ତାରିଖ ସୁଦ୍ଧା ଗୁଜୁରାଟରେ ପହଂଚିବାର ଥିଲା। କିନ୍ତୁ ଏହା ପୂର୍ବରୁ ଅଧା ରାସ୍ତାରୁ ହିଁ ଏହି ଗହମକୁ ଇଜିପ୍ଟ କିଣି ନେଇଛି। ଏହାପରେ ଏହା ଇଜିପ୍ଟକୁ ପଠାଇ ଦିଆ ଯାଇଥିଲା। ଇଜିପ୍ଟ ଭାରତୀୟ ଗହମର ଗୁଣବତ୍ତାକୁ ନେଇ ବେଶ ଖୁସି ଅଟେ। ତେଣୁ ସେ ଏହାକୁ କିଣିବା ନେଇ ସର୍ବଦା ଆଗଭର। ଯଦି ବିନା କୌଣସି କାରଣରୁ ତୁର୍କୀ ଭାରତର ଗହମକୁ ଫେରାଇ ଥାଏ, ତେବେ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
#Egypt bars the entry of a ship carrying 55,000 tons of Indian wheat originally intended for #Turkey because it does not meet quarantine requirements.https://t.co/wO9tRWEmoY
— Al Arabiya English (@AlArabiya_Eng) June 4, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।