ରାଜ୍ୟରେ ଆଜି ୩୯୧୩ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୦ ମୁଣ୍ଡ ନେଲା କରୋନା ।

COVID-19 update Odisha new 3913 tested corona positive and 10 deaths, ରାଜ୍ୟରେ ଆଜି ୩୯୧୩ ନୂଆ କରୋନା ପଜିଟିଭ ଚିହ୍ନଟ ଓ ୧୦ ମୁଣ୍ଡ ନେଲା କରୋନା ।, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 4, Corona Record

ରାଜ୍ୟରେ ଆଜି ୩୯୧୩ ନୂଆ କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆଜି ୧୦ ମୁଣ୍ଡ ନେଲା କରୋନା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧ ଲକ୍ଷ ୫୦ ହଜାରକୁ ଟପିଲା । ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ୬୨୬ କୁ ବୃଦ୍ଧି ।

ଆଜି ରାଜ୍ୟରେ ୩୦ ଟି ଜିଲ୍ଲାରୁ ୩୯୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ୨୩୪୮ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୫୬୫ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

ଆଜିର ନୂଆ ୩୯୧୩ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦,୮୦୭ କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି ୧,୧୫,୨୭୯, ଆକ୍ଟିଭ କେସ ୩୪,୮୪୯ ଓ ମୃତ ସଂଖ୍ୟା ୬୨୬ କୁ ପହଁଚିଲା । ଗତକାଲି ରାଜ୍ୟରେ ୩୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେଉଁ ଜିଲାରୁ କେତେ ଚିହ୍ନଟ:

ଆଜି ୩୯୧୩ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୩୮୨ ଜଣ, ପୁରୀ ଜିଲ୍ଲାରୁ ୨୧୨ ଜଣ ଓ ଝାରସୁଗୁଡାରୁ ୧୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ ୧୬୫ ଜଣ, ମୟୁରଭଞ୍ଜରୁ ୧୪୭ ଜଣ ଓ ବରଗଡ଼ରୁ ୧୪୬ ଜଣ କରୋନା ପଜିଟିଭ ଚିହ୍ନଟ । ବଲାଙ୍ଗିରରୁ ୧୪୨ ଜଣ, ସମ୍ବଲପୁରରୁ ୧୪୧ ଜଣ ଓ ବାଲେଶ୍ୱରରୁ ୧୩୪ ଜଣ କରୋନା ପଜିଟିଭ ଚିହ୍ନଟ ।

ନୂଆପଡା ଓ ଯାଜପୁରରୁ ୧୨୮ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ଭଦ୍ରକରୁ ୧୨୩ ଜଣ, ନବରଙ୍ଗପୁରରୁ ୧୧୨ ଓ ଜଗତସିଂହପୁରରୁ ୧୦୮ ଜଣ ଆକ୍ରାନ୍ତ ଚିହ୍ନଟ । ଅନୁଗୁଳରୁ ୧୦୩ ଜଣ, କୋରାପୁଟରୁ ୧୦୦ ଜଣ ଓ ରାୟଗଡାରୁ ୯୮ ଜଣ ପଜିଟିଭ ଚିହ୍ନଟ । ସୋନପୁରରୁ ୯୧, ଗଞ୍ଜାମ ଓ କନ୍ଧମାଳରୁ ୮୬ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।

କେନ୍ଦୁଝରରୁ ୭୬ ଜଣ ଓ ଢେଙ୍କାନାଳରୁ ୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ ୬୮ ଜଣ ଓ ବୌଦ୍ଧରୁ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । କଳାହାଣ୍ଡି ଓ ନୟାଗଡରୁ ୬୦ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ । ସୁନ୍ଦରଗଡରୁ ୩୫ ଜଣ, ଗଜପତିରୁ ୧୬ ଜଣ ଓ ବରଗଡ଼ରୁ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

COVID-19 update Odisha new 3913 tested corona positive and 10 deaths
Google

୧୦ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୦୩ ଜଣ କରୋନା ଆକ୍ରାନ୍ତ ମୃତ । କଟକ ଜିଲ୍ଲାର ୦୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ବାଲେଶ୍ୱର, ଗଞ୍ଜାମ, କଳାହାଣ୍ଡି, ମୟୁରଭଞ୍ଜ ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲାର ୦୩ ମୃତକ ମଧ୍ୟରୁ ୦୨ ଭୁବନେଶ୍ୱରର ୬୨ ଓ ୬୬ ବ୍ୟକ୍ତିଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ଜଣେ ମୃତକ ୬୦ ବର୍ଷୀୟ ବ୍ୟକ୍ତି । କଟକର ୦୨ ମୃତକ ୪୫ ଓ ୭୪ ବର୍ଷୀୟ ବ୍ୟକ୍ତି । ବାଲେଶ୍ୱରର ୬୦, ଗଞ୍ଜାମର ୫୫ ଓ କଳାହାଣ୍ଡିର ୬୨ ବର୍ଷୀୟ ବ୍ୟକ୍ତି ମୃତ । ମୟୁରଭଞ୍ଜର ୬୦ ଓ ସୋନପୁରର ୮୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ ।

ଦେଶର କରୋନା ଖବର:

ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଜି ୯୪,୩୭୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧,୧୧୪ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୪୭,୫୧,୭୮୮ କୁ ବୃଦ୍ଧି ହୋଇଛି । ଦେଶରେ ମୋଟ ଆକ୍ଟିଭ କେସ ୯,୬୧,୩୨୩ ସୁସ୍ଥ ହୋଇଛନ୍ତି ୩୬,୭୫,୪୮୧ ଓ ୭୮,୬୨୪ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ହାର ୦.୮୧ ପ୍ରତିଶତ କୁ ବୃଦ୍ଧି ହୋଇଛି ।

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published.