MBA ରେ ସଫଳତା ନମିଳିବାରୁ ,ଖୋଲିଲେ MBA ଚା-ୱାଲା ଷ୍ଟଲ, ଏବେ ଅଟନ୍ତି ଏତିକି କୋଟିର ମାଲିକ।

ଯଦି ଆପଣ କିଛି କାମ କରିବାର ଜୋସ ରଖୁଥାନ୍ତି ତ ଆପଣଙ୍କୁ କିଛି ବି ପରିସ୍ଥିତି କେବେ ଅଟକାଇ ପାରିବ ନାହିଁ। ଆଉ ଯଦି ଆପଣ କିଛି କାମ କରିବାରେ ଅସଫଳ ହେଇଯାନ୍ତି ତାହେଲେ ଆପଣଙ୍କୁ କେବଳ ସେଠାରେ ଅଟକି ଯିବା କଥା ନୁହଁ। ଆପଣଙ୍କୁ ଆଗକୁ ବଢିବା ଦରକାର। ଏମିତି ହି କିଛି କାହାଣୀ ଅଛି ମଧ୍ୟପ୍ରଦେଶର ପ୍ରଫୁଲ୍ଲଙ୍କର ଅଟେ ଯିଏ କି ନିଜର ଅସଫଳତାକୁ ପାଖରେ ଦେଖି ମଧ୍ୟ କେବେ ପଛକୁ ହଟି ନାହାନ୍ତି ଆଉ ସର୍ବଦା ନିଜ ଲକ୍ଷ ପ୍ରାପ୍ତି ପାଇଁ କାମ କରୁଛନ୍ତି। ଆସନ୍ତୁ ଜାଣିବା ପ୍ରଫୁଲ୍ଲଙ୍କ ବାବଦରେ।

Google
ଚାରି ବର୍ଷ ଭିତରେ ବଦଳି ଗଲା ଦୁନିଆ:

ଆଜକୁ ପ୍ରାୟ ଚାରି ବର୍ଷ ପୂର୍ବେ ମଧ୍ୟ ପ୍ରଦେଶର ଏକ ଛୋଟ ଗ୍ରାମରେ ଥିବା ପ୍ରଫୁଲ୍ଲ ବିଲୋର ଯିଏ କି ଜଣେ ବିକମ ଗ୍ରାଜୁଏଟ ଥିଲେ, ଏକ ବ୍ୟବସାୟ ଆରମ୍ଭ କରିବା ପାଇଁ ଅହମ୍ମଦାବାଦ ପହଁଚିଲେ। ଏହାପରେ ପ୍ରଫୁଲ୍ଲ ୮୦୦୦ ଟଙ୍କାରେ ଏକ ଚା ଦୋକାନ ଆରମ୍ଭ କଲେ।

ଏହି ମାତ୍ର ୮୦୦୦ ଟଙ୍କାରେ ଆରମ୍ଭ ହେଇଥିବା ଚା ଦୋକାନ ଆଜି ପ୍ରଫୁଲ୍ଲଙ୍କୁ ୩ କୋଟି ଟଙ୍କାର ମାଲିକ କରି ଦେଇଛି ଆଉ ଆପଣଙ୍କୁ କହି ରଖୁଛୁ କି ନିଜ ବାପାଙ୍କ ଠାରୁ ନେଇଥିବା ମାତ୍ର ୮୦୦୦ ଟଙ୍କା ପ୍ରଫୁଲ୍ଲ ମାତ୍ର ୩ ମାସ ଭିତରେ ହିଁ ଚୁକ୍ତା କରିଦେଲେ ।

ଏବେ ପ୍ରଫୁଲ୍ଲ ତିନି କୋଟି ଟଙ୍କାର ଚା ବ୍ୟାପାର ସମ୍ଭାଳୁଛନ୍ତି ଯେଉଁଠାରେ କି ସେ ପ୍ରଥମ ଦିନରେ ମାତ୍ର ୧୫୦ ଟଙ୍କାର ବ୍ୟାପାର କରିଥିଲେ। ସେ ବହୁତ ନୂଆ ନୂଆ ଜିନିଷ କରିବାକୁ ଚେଷ୍ଟା କରିଛନ୍ତି।

Google

ଅହମ୍ମଦାବାଦ ଆଇଆଇଏମ ଛାତ୍ରଙ୍କୁ ସମ୍ବୋଧନ କଲେ: ତାଙ୍କର ଏହି ଦୋକାନ ମିଡିଆ ବାଳାଙ୍କର ଧ୍ୟାନ ଆକର୍ଷଣ କଲା ଆଉ ସେ ଆଇଆଇଏମ ଛାତ୍ର ମାନଙ୍କୁ ସମ୍ବୋଧନ କରିବାକୁ ପହଞ୍ଚିଗଲେ। ତାଙ୍କର ଏହି କାହାଣୀ କାହାକୁ ବି ପ୍ରେରଣା ଦେଇପାରିବ।

ସେ ବାଣିଜ୍ୟରେ ସ୍ନାତକ ପଢ଼ିଛନ୍ତି ଆଉ ଏହା ଭିତରେ ହିଁ ସେ ଏମ୍ବେ ସେଲଷମ୍ୟନ ଭାବରେ ୨୫ ହଜାର ଟଙ୍କାର ଚାକିରୀ କରିଥିଲେ। ସେ କୁହନ୍ତି କି ସେ ପାଠ ଆଉ କାମ ଭିତରେ ସନ୍ତୁଳନ ବନେଇବାରେ ସଫଳ ଥିଲେ।

ସେ ଚାକିରୀ କରିବାପରେ ଚାକିରି ଛାଡିଲେ କାରଣ ତାଙ୍କୁ ଏହା ଭିତରେ କିଛି ଭବିଷ୍ୟତ ଦେଖାଗଲା ନାହିଁ। ତା ପରେ ତାଙ୍କୁ କେହି କ୍ୟାଟ ପରିଖ୍ୟ ବାବଦରେ କହିଲା ଆଉ ସେ ଭଲ ପ୍ୟାକେଜ ଦ୍ୱାରା ଆଜର୍ସିତ ହେଇଗଲେ। ସେ ଇଣ୍ଡୋର ସିଫ୍ଟ ହେଇଗଲେ ଆଉ ସେଠାରେ ପିଜିରେ ରହିବାକୁ ଲାଗିଲେ। ପ୍ରଥମ ଥର ସେ ଅସଫଳ ରହିଲେ ମାତ୍ର ଦ୍ୱିତୀୟ ଥର ପାଇଁ ସେ ସାହାସ ହାରିଲେ ନାହିଁ।

Google

ସେ ପୁନର୍ବାର ପ୍ରସ୍ତୁତି କରିକି ୨୦୧୭ ରେ ୮୨% ସହ ପରୀକ୍ଷାରେ ପାସ କଲେ ମାତ୍ର ଏହା କେଉଁ ବି ବଡ଼ କଲେଜ ପାଇବା ପାଇଁ ପର୍ଯ୍ୟାପ୍ତ ନଥିଲା। ସେ ଅସଫଳ ରହିଲେ ଆଉ ନିରାଶ ବି ହେଲେ। ତା ପରେ ସେ ଏହାକୁ ଛାଡିବାର ନିଷ୍ପତ୍ତି ନେଲେ।

ପରିବାରର ସମର୍ଥନ ନଥିଲା: ପ୍ରଫୁଲ୍ଲ ଏମ୍ବିଏ କରିବାକୁ ଚାହୁଁଥିଲେ କାରଣ ତାଙ୍କ ଫ୍ୟାମିଲି ଭାବୁଥିଲା କି କିଛି ପାଠରର ଆଗକୁ ଯାଉ ମାତ୍ର ସେ ଏମବିଏରେ ଅସଫଳ ହେବା ପରେ ସେ ଅହମ୍ମଦବାଦରେ ରହିବାକୁ ଲାଗିଲେ ଆଉ ନିଜର ସାଙ୍ଗ ପାଖରୁ ବାଇକ ଧାର ଆଣି ସେହି ସହରର ଚକର କାଟିବାକୁ ଲାଗିଲେ।

ସେ ସେଠାରେ ବ୍ୟାପାର ଶିଖିଲେ। ତାଙ୍କର ପ୍ରାରଂବିକ ଯୋଜନା ୧୦-୧୨ ଲକ୍ଷ ଟଙ୍କାରେ ଏକ ହୋଟେଲ ଆରମ୍ଭ କରିବାର ଥିଲା ମାତ୍ର ଏହା ତାଙ୍କୁ ବିପଦପୂର୍ଣ ଲାଗିବାରୁ ସେ ଛୋଟ କାମରେ ବିଶ୍ୱାସ ରଖି ମାତ୍ର ୮୦୦୦ରେ ବ୍ୟାପାର ଆରମ୍ଭ କଲେ।

Google

ସେ ସେଠାରେ ମାତ୍ର ସନ୍ଧ୍ୟା ୭.୦୦ ରୁ ୧୦.୦୦ ଯାଏ ଷ୍ଟଲ ଖୋଲୁଥିଲେ ଆଉ ସକାଳୁ ମ୍ୟାକଡନାଲଡ଼ସରେ କାମ କରୁଥିଲେ। ତାଙ୍କର ଚା କପର ଦାମ ୩୦ ଟଙ୍କା ଥିଲା ଆଉ ସେ ପ୍ରଥମ ଦିନ ମାତ୍ର ୫ଟି କପ ବିକ୍ରି କଲେ ଯାହା ଦ୍ୱାରା ସେ ୧୫୦ ଟଙ୍କା କମାଇଲେ। ସେ ସଡକ ପାଖରେ ଚା ବିକ୍ରି କରୁଥିଲେ ମାତ୍ର ଟୋଷ୍ଟ ଆଉ ତିସ୍ୟୁ ସହ ଚା ଦେଉଥିଲେ ଯାହା କି ତାଙ୍କୁ ଅନ୍ୟ ମାନଙ୍କ ଠାରୁ ଅଲଗା କଲା।

ସେ ଏହିପରି ଭାବରେ ମାସକୁ ୧୦ ରୁ ୧୧ ହଜାର ଟଙ୍କାର ଚା ବିକ୍ରି କରିବାକୁ ଲାଗିଲେ ଯାହା ଭିତରେ ସେ ଦ୍ୱିତୀୟ ଦିନ ହି ୬୦୦ ଟଙ୍କାରେ ୨୦ କପ ବିକିଲେ। ଏହାପରେ ଲୋକମାନଙ୍କୁ ତାଙ୍କ ବାବଦରେ ସେତେବେଳେ ଜଣା ପଡିଲା ଯେତେବେଳେ ତାଙ୍କ ଉପରେ ଏକ ୟୁ ଟ୍ୟୁବର ଭିଡିଓ ବନେଇଲେ।

ପ୍ରଥମେ ପ୍ରଥମେ ତାଙ୍କ ପରିବାର ନକାରାତ୍ମକ ପ୍ରତିକ୍ରିୟା ଦେଇଥିଲେ ମାତ୍ର ପରେ ତାଙ୍କୁ ସପୋର୍ଟ କରିବାକୁ ଲାଗିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *