ବ୍ୟାଙ୍କ ମାଗଣାରେ ଦେଇନଥାଏ କ୍ରେଡିଟ କାର୍ଡ, ଆପଣଙ୍କ ଠାରୁ ନିଆଯାଇଥାଏ ଏହିସବୁ ଚାର୍ଜ !

ବ୍ୟାଙ୍କ ମାଗଣାରେ ଦେଇନଥାଏ କ୍ରେଡିଟ କାର୍ଡ, ଆପଣଙ୍କ ଠାରୁ ନିଆଯାଇଥାଏ ଏହିସବୁ ଚାର୍ଜ, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ଟଙ୍କାର ଅଭାବ ପଡିଲେ ଯଦି କେହି କାମରେ ଆସେ ତାହା ହେଉଛି କ୍ରେଡିଟ୍ କାର୍ଡ । ଏହା ବ୍ୟତୀତ କ୍ରେଡିଟ କାର୍ଡରେ ସପିଂ କରିବା ଦ୍ୱାରା ପୁରସ୍କାର ମଧ୍ୟ ମିଳିଥାଏ । ଅବଶ୍ୟ ଯେତେବେଳେ ବ୍ୟାଙ୍କଗୁଡ଼ିକ ଆପଣଙ୍କୁ ଏକ କ୍ରେଡିଟ୍ କାର୍ଡ ଦିଅନ୍ତି, ସେମାନେ କହିଥାନ୍ତି ଯେ ଏହା ମାଗଣା । କିନ୍ତୁ ପ୍ରକୃତରେ ଏହାକୁ ଫ୍ରୀ ନୁହେଁ ୟୁଜର୍ସମାନେ ଏହା ବୁଝିବା ଉଚିତ୍ ଯେ କାର୍ଡ ସହିତ କିଛି ଲୁକ୍କାୟିତ ଚାର୍ଜ ମଧ୍ୟ ରହିଛି । ତେବେ ଏହି ଚାର୍ଜଗୁଡିକ ଜାଣି ଯଦି ଆପଣ ଏକ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି ତାହେଲେ ଆପଣଙ୍କୁ ଲାଭ ମିଳିବ । ତାହେଲେ ଆସନ୍ତୁ ଜାଣିବା କ୍ରେଡିଟ୍ କାର୍ଡ ବିରୋଧରେ ଆପଣଙ୍କୁ କେଉଁ କେଉଁ ଚାର୍ଜ ଦେବାକୁ ପଡିଥାଏ ।

Best Credit Cards for Low Income Earners- Below Rs.25,000 ...
Google
କେଉଁ କେଉଁ ଚାର୍ଜ ଦେବାକୁ ପଡିଥାଏ

ମେଣ୍ଟେନାନ୍ସ ଚାର୍ଜ: ଏହା ହେଉଛି ବାର୍ଷିକ ରକ୍ଷଣାବେକ୍ଷଣ ଦେୟ । ମାଗଣାରେ କ୍ରେଡିଟ୍ କାର୍ଡ ଯୋଗାଇଦେବା ଅର୍ଥ ହେଉଛି କେବଳ ଜଏନିଙ୍ଗ ଫି ଏବଂ ଆନୁଆଲ ଚାର୍ଜକୁ ହଟାଇ ଦିଆଯାଇଥାଏ ଆଉ ତାହା ପୁଣି ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ।

କ୍ୟାସ ଆଡଭାନ୍ସ ଫି: ଗ୍ରାହକଙ୍କୁ ନିଜର କ୍ରେଡିଟ କାର୍ଡରେ ବି ଏଟିଏମରୁ ଟଙ୍କା ଉଠାଇବା ପାଇଁ ସୁବିଧା ଦିଆଯାଇଥାଏ । ଯଦିଓ ବ୍ୟାଙ୍କଗୁଡିକ ଏହା ଉପରେ ମଧ୍ୟ ଏକ ଶୁଳ୍କ ଆଦାୟ କରନ୍ତି । ଯାହା ଉଠା ଯାଉଥିବା ରାଶିର 2.5 ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ ।

ଲେଟ ପେମେଣ୍ଟ ଚାର୍ଜ: କ୍ରେଡିଟ କାର୍ଡର ମାସିକ ବିଲରେ ସମୁଦାୟ ରାଶିର ଉଲ୍ଲେଖ କରାଯାଇଥାଏ । ଅନେକ ଥର ଲୋକମାନେ ସର୍ବନିମ୍ନ ରାଶି ପ୍ରଦାନ କରନ୍ତି ଯେଉଁଥିପାଇଁ ଆପଣ ଆଗକୁ ଅସୁବିଧାରେ ପଡିପାରନ୍ତି । ବ୍ୟାଙ୍କଗୁଡ଼ିକ ଏହା ଉପରେ ଏକ ଇନ୍ଟରେଷ୍ଟ ଚାର୍ଜ ଆଦାୟ କରିଥାନ୍ତି ।

ଓଭରଡ୍ରାଫ୍ଟ ଚାର୍ଜ: ଯେତେବେଳେ କାର୍ଡଧାରୀ ତାଙ୍କ କାର୍ଡର ସୀମାଠାରୁ ଅଧିକ ଋଣ ନେଇଥା’ନ୍ତି, ସେତେବେଳେ ଓଭରଡ୍ରାଫ୍ଟ ଚାର୍ଜ କ୍ରେଡିଟ କାର୍ଡରେ ପ୍ରୟୋଗ କରାଯାଏ ।

ଜିଏସ୍ଟି ଚାର୍ଜ: କ୍ରେଡିଟ୍ କାର୍ଡରେ ହେଉଥିବା ସମସ୍ତ ପ୍ରକାର ଲେଣଦେଣ ଉପରେ ଜିଏସ୍ଟି ଲାଗୁ କରାଯାଇଥାଏ । ଯାହାକି ନିର୍ଦ୍ଧାରିତ ଦର ହିସାବରେ ଲାଗୁ କରାଯାଇଥାଏ ।

ସରଚାର୍ଜ: ଯେତେବେଳେ ପେଟ୍ରୋଲ କିମ୍ବା ରେଳ ଟିକେଟ୍ ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରାଯାଏ ସେତେବେଳେ ଦେଣନେଣ ଉପରେ ଅତିରିକ୍ତ ଚାର୍ଜ ଲାଗିଥାଏ । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *