ରବି ଶାସ୍ତ୍ରୀଙ୍କୁ ନେଇ ଅଶ୍ୱିନୀ ଦେଲେ ବଡ଼ ବୟାନ, କହିଲେ ହଇରାଣ କରୁଥିଲେ ଶାସ୍ତ୍ରୀ..

ଆପଣମାନେ ପ୍ରାୟ ଜାଣିଥିବେ କ୍ରିକେଟରେ ଅନେକ ସମୟରେ ବିବାଦ ଦେଖାଯାଇଥାଏ ଏହା ପୁଣି ଥରେ ଜଣା ଯାଉଛି। ଭାରତର ପୂର୍ଵ ହେର୍ଡ କୋଚ ରବି ଶାସ୍ତ୍ରୀ ଅନେକ କାରଣରୁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏଥର ତାଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ।

ଅଶ୍ୱିନୀଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ପାଲଟିଛି। ଅଶ୍ୱିନୀ କହିଥିଲେକି ମଝିରେ ଶାସ୍ତ୍ରୀଙ୍କ ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ସେ ଅନେକ ଥର ଅବସର ନେବାକୁ ମଧ୍ୟ ଇଚ୍ଛା କରିଥିଲେ। ଏକ ବୟାନ ଦେଇ ଅଶ୍ୱିନୀ କହିଥିଲେ ମତେ ଏପରି ଭାବେ ତଳେ ଦେଖାଯାଉଥିଲା ଓ ଅନେକ ଏପରି କାରଣ ସୃଷ୍ଟି ହୋଇଥିଲା ମୁଁ ଅବସର ନେବାକୁ ମଧ୍ୟ ମନସ୍ଥ କରିଥିଲି।

ଅଶ୍ୱିନୀଙ୍କ କହିବା ଅନୁସାରେ ମୋର ଦଳରେ ରହିବା ନ ରହିବା ପାଇଁ ଲୋକଙ୍କୁ ଯେପରି କୌଣସି ଫରପ ପଡୁନଥିଲା ମତେ ଅନେକ ସମୟରେ ସେହିପରି ଲାଗୁଥିଲା। ଅନ୍ୟ ମାନଙ୍କ ପରି ମତେ ସମର୍ଥନ ମଧ୍ୟ ମିଳିବା ଉଚିତ କି ନୁହେଁ?ଯେବେ ଶାସ୍ତ୍ରୀ ୨୦୧୯ରେ ସିଡନି ଟେଷ୍ଟରେ କୂଲଦୀପଙ୍କ ପ୍ରଶଂସା କରିଥିଲେ ଏଥିରେ ଅଶ୍ୱିନୀଙ୍କୁ ବହୁତ ଦୁଃଖ ଅନୁଭବ ହୋଇଥିବା ଅଶ୍ୱିନୀ କହିଛନ୍ତି।

ସେ ଆଗକୁ କହିଛନ୍ତି,”ରବିଭାଇଙ୍କୁ ଆମେ ସର୍ଵଦା ଉଚ୍ଚ ସମ୍ମାନ ଦେଇଆସିଛୁ। କିନ୍ତୁ କୂଲଦୀପଙ୍କୁ ନେଇ ସେ ଯେଉଁଭଳି ବୟାନ ଦେଇଥିଲେ ସେଥିରେ ମତେ ବହୁତ କଷ୍ଟ ହୋଇଥିଲା। କୂଲଦୀପ ଅଷ୍ଟ୍ରେଲିଆ ବିରୁଦ୍ଧରେ ଯେଉଁ ୫ ୱିକେଟ ନେଇଥିଲେ ସେଇଟା ଗର୍ବର ବିଷୟ ଥିଲା ଓ ମୁଁ ମଧ୍ୟ ଖୁସିଥିଲି କାରଣ ମୁଁ ମଧ୍ୟ ସେହି ସଫଳତା ପାଇପାରିନଥିଲି”।

ସେ କହିଛନ୍ତି କୂଲଦୀପ ଭଲ କରିଥିଲେ ସତ କିନ୍ତୁ ମୁଁ ଭାରତ ପାଇଁ ମଧ୍ୟ ଅନେକ କିଛି ସମର୍ପିତ କରିଛି ଓ ଦେଶକୁ ସଫଳତା ଦେବାରେ ଯୋଗଦାନ ଦେଇଛି କିନ୍ତୁ ସେ କୁଲଦୀପଙ୍କୁ ଯେଉଁ ବୟାନ ଦେଲେ ତାହା ମୋ ପାଇଁ ଅତ୍ୟନ୍ତ ଦୁଃଖ ପୁର୍ଣ ଥିଲା।ଏହି ଦୁଃଖ ପରେ ମଧ୍ୟ ମୁଁ ଟିମର ସଫଳତାର ଉତ୍ସବରେ ଯୋଗଦେଇଥିଲି ବୋଲି କହିଛନ୍ତି।

ଆପଣଙ୍କୁ କହିରଖିବୁ ଟେଷ୍ଟରେ ଅନୀଲ କୁମ୍ବଲେ ଓ କପିଲ ଦେବଙ୍କ ପରେ ଅଶ୍ୱିନୀ ତୃତୀୟ ସବୁଠୁ ସଫଳ ବୋଲର କିନ୍ତୁ ତାଙ୍କୁ ବର୍ଷ ୨୦୧୮-୨୦୨୦ ପର୍ଯ୍ୟନ୍ତ ଯେଉଁ ଅଣଦେଖା କରାଯାଇଛି ତାହା ମଧ୍ୟରେ ସେ ଅବସର ନେବାକୁ ମଧ୍ୟ ଇଚ୍ଛା କରିଥିବା କଥା ଅଶ୍ୱିନୀ ନିଜେ ସ୍ୱୀକାର କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *