ରାଜସ୍ଥାନ ରୟାଲ୍ସକୁ ଲାଗିଲା ବଡ଼ ଝଟକା! ଯୁବ ଖେଳାଳିଙ୍କୁ କଲା ନାହିଁ ରିଟେନ, ସେହି ଖେଳାଳି କରୁଛନ୍ତି ସୁନ୍ଦର ପ୍ରଦର୍ଶନ

ଚେତର ସକାରିଆ ବିଜୟ ହଜାରେ ଏକଦିବସିୟରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ୨୩ ବର୍ଷୀୟ ଏହି ଯୁବ ବୋଲର ଆଇପିଏଲ ୨୦୨୧ରେ ମଧ୍ୟ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଭଲ ବୋଲିଙ୍ଗ କରିଥିଲେ କିନ୍ତୁ ଟିମ ତାଙ୍କୁ ରିଟେନ କରିନଥିଲା।ଶୁକ୍ରବାରକୁ ସେମିଫାଇନାଲରେ ସକାରିୟା ସୌରାଷ୍ଟ୍ର ପକ୍ଷରୁ ଖେଳି ତାମିଲନାଡୁ ବିପକ୍ଷରେ ୫ ୱିକେଟ ଅକ୍ତିଆର କରିଥିଲେ। ଏହା ତାଙ୍କର ଲିଷ୍ଟ ଏ କ୍ୟାରିଅରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ କିନ୍ତୁ ଏହା ପରେ ମଧ୍ୟ ତାଙ୍କ ଟିମ ଜିତିପାରିଲା ନାହିଁ।

ବାମହାତୀ ପ୍ରେସର ବୋଲର ସକାରିଆ ଏହି ସେମି ଫାଇନାଲରେ ୧୦ ଓଭରରେ ୬୧ ରନ ଦେଇ ୫ ୱିକେଟ ଅକ୍ତିଆର କରିବାରେ ସଫଳ ରହି ଥିଲେ। ୪୯ ଓଭରରେ ସେ ୨ ଟି ୱିକେଟ ନେଇ ମ୍ୟାଚକୁ ରୋମାଞ୍ଚକ ପରିସ୍ଥିତିରେ।ପହଁଞ୍ଚାଇଦେଇଥିଲେ। ଶେଷରେ ତାମିଲନାଡୁ ଏହି ମ୍ୟାଚକୁ ୨ ୱିକେଟରେ ଶେଷ ବଲରେ ଜିତିଲା।ଟୁର୍ଣ୍ଣାମେଣ୍ଟ କଥା କହିବାତ ସକାରିୟା ୭ ଟି ମ୍ୟାଚରେ ୨୦ର ଔସତରେ ୧୩ ଟି ୱିକେଟ ନେଇଛନ୍ତି। ସେ ଟିମ ତରଫରୁ ସବୁଠୁ ଅଧିକ ୱିକେଟ ନେଇଥିବା ବୋଲର ଅଟନ୍ତି। ଏହି ସମୟରେ ତାଙ୍କ ଇକୋନୋମି ରେଟ ମାତ୍ର ୪.୧୦ ରହିଥିଲା।

ପ୍ରଥମ ଥର ନେଲେ ୫ ୱିକେଟ:

ଏହି ମ୍ୟାଚ ପୂର୍ବରୁ ଚେତନ ସକାରିଆଙ୍କ ଲିଷ୍ଟ ଏ କ୍ୟାରିଅର କଥା କହିବା ତ ସେ ୧୪ ଟି ମ୍ୟାଚରେ ୩୨ ଔସତରେ ୨୦ ୱିକେଟ ନେଇଥିଲେ। ୬୩ ରନ ଦେଇ ୩ ୱିକେଟ ତାଙ୍କର ବେଷ୍ଟ ପ୍ରଦର୍ଶନ ଥିଲା କିନ୍ତୁ ସେମିଫାଇନାଲରେ ୫ ୱିକେଟନେଇ ଏହି କାରନାମା ସେ ପ୍ରଥମଥର କରିଛନ୍ତି। ତାଙ୍କର ସର୍ଵମୋଟ ଟି-୨୦ କଥା କହିବାତ ସେ ୩୮ ମ୍ୟାଚରେ ୨୧ ର ଔସତରେ ୫୧ ୱିକେଟ ନେଇଛନ୍ତି। ୧୧ ରନ ଦେଇ ୫ ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ଏହା ଛଡା ୧୫ ଫାଷ୍ଟ କ୍ଳାସ ମ୍ୟାଚରେ ୪୧ ୱିକେଟ ନେଇସାରିଛନ୍ତି। ସେ ଟିମ ଇଣ୍ଡିଆ ତରଫରୁ ଗୋଟେ ଏକଦିବସିୟରେ ୨ ଟି ଓ ୨ ଟି ଟି-୨୦ରେ ଗୋଟେ ୱିକେଟ ନେଇଛନ୍ତି।

ଚେତନ ସକାରୀଆଙ୍କ ମୋଟ ଆଇପିଏଲ କଥା କହିବା ତ ସେ ୧୪ ମ୍ୟାଚରେ ୩୦ର ଔସତରେ ୧୪ ୱିକେଟ ନେଇଛନ୍ତି। ୩୧ ରନ ଦେଇ ୩ ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ସେ ଆଇପିଏଲ ୨୦୨୧ରେ ହିଁ ଟି-୨୦ ଲିଗରେ ଡେବ୍ୟୁ କରିଥିଲେ। ଆଇପିଏଲ ୨୦୨୨ର ମେଗା ଆକ୍ସନରେ ଟିମମାନେ ତାଙ୍କ ଉପରେ ଭଲ ଦାମ ଲଗାଇ ପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *