ଟି-୨୦ରେ ହେଲା ନୂଆ ରେକର୍ଡ,୬ ବଲରେ ଗଳିଲା ୬ ୱିକେଟ! କମାଲ କଲେ ଏହି ବୋଲର! ଦେଖନ୍ତୁ ଭିଡ଼ିଓ!

ବ୍ୟୁରୋ ରିପୋର୍ଟ: ନେପାଳ ପ୍ରୋ କ୍ଳବ ଚମ୍ପିୟାନସିପରେ ନୂଆ କାରନାମା ଦେଖିବାକୁ ମିଳିଛି। ମଲେସିଆ କ୍ଳବ ଇଲେଭେନ ଓ ପୁସ ସ୍ପୋର୍ଟସ ଦିଲ୍ଲୀ ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ୬ ବଲରେ ୬ ଟି ୱିକେଟ ଗଳିଥିଲା। ବାମହାତୀ ସ୍ପିନର ବିରନଦୀପ ସିଂହ ଏକ ଓଭରରେ ୫ ଟି ୱିକେଟ ନେଇଥିଲେ। ସେ ହାଟ୍ରିକ ମଧ୍ୟ ନେଇଥିଲେ, ଏପରି ଘଟଣା ଆମେ ବହୁତ କମ ଥର ଗ୍ରାଉଣ୍ଡରେ ଦେଖିଥାଉ। ବିରନଦୀପ ସିଂହ ଏହା ସହ ଇତିହାସ ରଚିଛନ୍ତି। ସେ ୨୯ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ମଧ୍ୟ ଖେଳିଛନ୍ତି।

ଏହି ଘଟଣା ପ୍ରଥମ ପାରିର ୨୦ ତମ ଓଭରରେ ଦେଖିବାକୁ ମିଳିଲା। ବିରନଦୀପ ସିଂହଙ୍କ ପ୍ରଥମ ବଲ ୱାଇଡ଼ ଥିଲା। ଆଗାମୀ ବଲରେ ସେ ମୃଗକ ପାଠକଙ୍କୁ ଆଉଟ କରିଥିଲେ। ଦ୍ୱିତୀୟ ବଲରେ ଇସାନ ପାଣ୍ଡେ ରନ ଆଉଟ ହୋଇଥିଲେ। ଆଗାମୀ ୪ ଟି ବଲରେ ସେ ଚାରିଟି ୱିକେଟ ନେଇ ହାଟ୍ରିକ ପୁରା କରିଥିଲେ। ସେ ତୃତୀୟ ବଲରେ ଅନିଦୋ ଓ ଚତ୍ରୁର୍ଥ ବଲରେ ବିଶେଷଙ୍କୁ ବୋଲ୍ଡ କରିଥିଲେ।୫ ମ ବଲରେ ଯତୀନଙ୍କ କ୍ୟାଚ ସେ ନିଜେ ଧରିଥିଲେ ଓ ହାଟ୍ରିକ ପୁରା କରିଥିଲେ। ଶେଷ ବଲରେ ସ୍ପର୍ଶଙ୍କୁ ସେ ବୋଲ୍ଡ କରିଥିଲେ। ତିନୋଟି ବ୍ୟାଟ୍ସମ୍ୟାନଙ୍କୁ ସେ ବୋଲ୍ଡ କରିଥିଲେ। ଏହି ମ୍ୟାଚରେ ସେ ୨ ଓଭରରେ ୯ ରନ ଦେଇ ୫ ଟି ୱିକେଟ ନେଇଥିଲେ।

ମ୍ୟାଚରେ ପୁରା ସ୍ପୋର୍ଟସ ଦିଲ୍ଲୀ ପ୍ରଥମେ ବ୍ୟାଟିଙ୍ଗ କର ୯ ୱିକେଟ ହରାଇ ୧୩୨ ରନ କରିଥିଲେ। ମୃଗକ ପାଠକ ସବୁଠୁ ଅଧିକ ୩୯ ରନ କରିଥିଲେ। ମୟଙ୍କ ଗୁପ୍ତା ମଧ୍ୟ ୩୩ ରନ କରିଥିଲେ, ଜବାବର ମଲେସିଆ ଲକ୍ଷ୍ୟକୁ ୧୭.୩ ଓଭରରେ ୩ ୱିକେଟରେ ହାସଲ କରିଥିଲା। ଅଧିନାୟକ ଅହମ୍ମଦ ଫୈଜ ୩୯ ରନର ନଟଆଉଟ ପାରି ଖେଳିଥିଲେ। ସେ ୩୨ ବଲରେ ଦୁଇଟି ଚୌକା ଓ ଦୁଇଟି ଛକା ମାରିଥିଲେ। ବିରନଦୀପ ସିଂହ ଓପନିଙ୍ଗ କରି ୩୩ ରନ କରିଥିଲେ। ସେ ୧୯ ବଲରେ ଚାରିଟି ଚୌକା ଓ ଦୁଇଟି ଛକା ମାରିଥିଲେ।

୨୩ ବର୍ଷୀୟ ବିରନଦୀପ ମାଲେସିଆ ପାଇଁ ୨୯ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଛନ୍ତି।ଏଥିରେ ସେ ୩୫ ଔସତରେ ୫ ଟି ୱିକେଟ ନେଇଛନ୍ତି। ୮ ଇକୋନୋମିରେ ସେ ବୋଲିଙ୍ଗ କରିଛନ୍ତି ଓ ୧୫ ରନଦେଇ ଦୁଇ ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ସେହିପରି ସେ ୩୦ ଔସତରେ ୮୦୦ ରନ କରିଛନ୍ତି। ସେ ଏଥିରେ ଚାରିଟି ଅର୍ଦ୍ଧଶତକ ମାରିଛନ୍ତି ଓ ୮୭ ରନ ତାଙ୍କର ସର୍ବଶ୍ରେଷ୍ଠ ପାରି ଅଟେ।ବସେ ୧୧୪ ଷ୍ଟାଇକରେଟରେ ୭୫ ଟି ଚୌକା ଓ ୨୬ ଛକା ମାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *