କ୍ରିକେଟରୁ ମିଳୁଥିବା ସ୍କଲାରସିପରୁ ପଢୁଥିଲେ, ଏବେ ଅଟନ୍ତି କ୍ରିକେଟର କିମ୍ବଦନ୍ତୀ ନାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ହିଟ ମ୍ୟାନ ନାମରେ ପ୍ରସିଦ୍ଧ ରୋହିତ ଶର୍ମାଙ୍କୁ ନିଜ ବ୍ୟାଟିଂ ଓ ଏକଦିବସୀୟ ଦ୍ଵିଶତକ ଲଗେଇବା ପାଇଁ ଜଣାଯାଏ।ରୋହିତ ଶର୍ମାଙ୍କୁ ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ରେ ସବୁଠାରୁ ଅଧିକ ରନ କରିବା ପାଇଁ ଗୋଲଡ଼ ବ୍ୟାଟ ପୁରସ୍କାର ମଧ୍ୟ ଦିଆଯାଇଛି। ଆସନ୍ତୁ ଜାଣିବା ରୋହିତ ଶର୍ମାଙ୍କ ସଂଘର୍ଷମୟ କାହାଣୀ।

Google

ରୋହିତଙ୍କ ଜନ୍ମ ୩୦ ଏପ୍ରିଲ ୧୯୮୭ରେ ମହାରାଷ୍ଟ୍ରର ନାଗପୁରର ବଂଷୋଡ଼ରେ ପୂର୍ଣ୍ଣିମା ଶର୍ମା ଓ ଗୁରୁନାଥ ଶର୍ମାଙ୍କ ଘରେ ହୋଇଥିଲା। ରୋହିତଙ୍କ ବାପା ଏକ ଟ୍ରାନ୍ସଫର୍ଟ ଫର୍ମରେ ଷ୍ଟୋର ହାଉସରେ କେୟାରଟେକର ଭାବରେ କାମ କରୁଥିଲେ। ତାଙ୍କ ବାପାଙ୍କ ପାଖରେ ରୋହିତଙ୍କୁ ସପୋର୍ଟ କରିବା ପାଇଁ ପଇସା ନଥିଲା। ଏଥିପାଇଁ ତାଙ୍କୁ ବିରିବାଲିରେ ଅଜା ଆଇ ଓ ଦାଦା ପାଳିଥିଲେ। ରୋହିତଙ୍କ ମାତାପିତା ଡୋବିବାଲିରେ ରହୁଥିଲେ।

ରୋହିତଙ୍କ ଏକ ସାନ ଭାଇ ଅଛି। ଯାହାର ନାମ ବିଶାଳ ଅଟେ। ସେ ୨୦୧୫ରେ ଦୀପିକା ସଯଦେହ ସହ ବିବାହ କରିଥିଲେ ଓ ତାଙ୍କର ଏକ ଝିଅ ଅଛି ଯାହାର ନାମ ସମୟରା ଶର୍ମା ଅଟେ।

Google

ରୋହିତ କେବଳ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି ଏହା ପରେ ସେ ନିଜ ଜୀବନ କ୍ରିକେଟକୁ ସମର୍ପଣ କରିଦେଇଥିଲେ। ସେ ତାଙ୍କର ପ୍ରାଥମିକ ଶିକ୍ଷା ଅବର ଲେଡି ଅଫ ବେଲକ୍ନନି ହାଇସ୍କୁଲରେ କରିଥିଲେ। ଛାତ୍ରବୃତ୍ତି ପାଇ ସେ ସ୍ୱାମୀ ବିବେକାନନ୍ଦ ସ୍କୁଲ୍ ରେ ପଢିଲେ,ଯାହା ତାଙ୍କୁ ଭଲ କ୍ରିକେଟ ଖେଳିବା ପାଇଁ ମିଳିଥିଲା।

ରୋହିତ ୨୦୦୬ ଜୁଲାଇରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମଶ୍ରେଣୀ କ୍ରିକେଟରେ ଭାରତ ଏ ତରଫରୁ ଖେଳିବା ଆରମ୍ଭ କରିଥିଲେ। ଏହାପରେ ସେ ୨୦୦୬-୦୯ରେ ମୁମ୍ବାଇ ପାଇଁ ରଣଜୀ ଟ୍ରଫି ଖେଳିବା ଆରମ୍ଭ କରିଥିଲେ। ସେ ତାଙ୍କ ପୁରା ଘରୋଇ କ୍ରିକେଟରେ ମୁମ୍ବାଇ ତରଫରୁ ରଣଜୀ ଖେଳିଛନ୍ତି।

ରୋହିତ ୨୩ ଜୁନ ୨୦୦୭ରେ ଆୟରଲ୍ୟାଣ୍ଡ ବିପକ୍ଷରେ ବେଲଫାଷ୍ଟରେ ଅନ୍ତ୍ରରାଷ୍ଟ୍ରୀୟ ମ୍ୟାଚ ଖେଳିବା ଆରମ୍ଭ କରିଥିଲେ। ସେ ପ୍ରଥମ ଥର ୨୦୧୩ ରେ ଚ୍ୟାମ୍ପିୟାନ୍ସ ଟ୍ରାଫିରେ ଶିଖର ଧାୱନଙ୍କ ସହ ଭାରତ ପାଇଁ ଓପନିଂ କରିଥିଲେ। ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ପରେ ରୋହିତ ଓ ଶିଖର ଧାୱନଙ୍କ ଯୋଡି ଭାରତ ପାଇଁ ବହୁତ ସଫଳତା ଆଣିଥିଲା।

ରୋହତ ନଭେମ୍ବର ୨୦୧୩ ରେ ଟେଷ୍ଟରେ ଡେବ୍ୟୁ କରିଥିଲେ। ଏହା ସେହି ସିରିଜ ଥିଲା ଯେବେ ସଚିନ ସନ୍ୟାସ ନେଇଥିଲେ। ସେ କୋଲକାତାର ଇଡେନ ଗାର୍ଡେନରେ ଟେଷ୍ଟ ଖେଳିବା ଆରମ୍ଭ କରିଥିଲେ ଓ ୧୭୭ ରନ କରିଥିଲେ। ସେ ପର ମ୍ୟାଚରେ ମଧ୍ୟ ଶତକ ଲଗେଇଲେ। ରୋହିତ ୨୦୦୭ ଆଇସିସି ୱାଲର୍ଡ଼ କପ ଟି୨୦ ରେ ଭାରତ ପାଇଁ ପାଳି ଆରମ୍ଭ କରିଥିଲେ ଓ ବିଶ୍ୱକପ ବିଜେତା ଭାରତ ଟିମର ଭାଗିଦାରୀ ଥିଲେ। ୨ ଅକ୍ଟୋବର ୨୦୧୫ ରେ ଶତକ ଲଗେଇ ରୋହିତ ତିନି ଫର୍ମାଟରେ ଶତକ ମାରିବାରେ ୨ନଂ ଖେଳାଳି ହେଇଗଲେ।

Google

ରୋହିତ ଶର୍ମାଙ୍କୁ ୨୦୧୫ ରେ ଅର୍ଜ୍ଜୁନ ପୁରସ୍କାର ସହ ସମ୍ମାନ କରାଯାଇଥିଲା। ଆଇସିସି ୱାଲର୍ଡ଼ କପ ୨୦୧୯ରେ ଅଧିକ ରନ କରିବା ପାଇଁ ମଧ୍ୟ ତାଙ୍କୁ ଗୋଲଡ଼ ବ୍ୟାଟ ପୁରସ୍କାର ଦିଆଯାଇଥିଲା। ରୋହିତ ଶର୍ମାଙ୍କୁ ଦେଶର ସର୍ବୋଚ୍ଚ ଖେଳ ସମ୍ମାନ ,୨୦୨୦ ରେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ସହ ସମ୍ମାନ ପ୍ରଦାନ କରାଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *