ICC ଟେଷ୍ଟ ରାଙ୍କିଙ୍ଗସରେ ଜୋ ରୁଟଙ୍କୁ ଫାଇଦା! ରୋହିତ ଏବଂ କୋହଲିଙ୍କୁ ନୁକସାନ!

ଜୋ ରୁଟ ଇଂଲଣ୍ଡ ଦଳର ଜଣେ ବହୁତ ବଡ଼ ଖେଳାଳି। ଟେଷ୍ଟ କ୍ରିକେଟରେ ନିଜ ବ୍ୟାଟିଂ ଦ୍ୱାରା କୀର୍ତ୍ତିମାନ ଏବଂ ବହୁତ ରେକର୍ଡ ନିଜ ନାମରେ କରିସାରିଲେଣି। ସେ ଟେଷ୍ଟ କ୍ରିକେଟରେ କମ ବୟସରେ ୧୦୦୦୦ ରନ କରିବାର କୀର୍ତ୍ତିମାନ କରିଛନ୍ତି। ଏବେ ସେ ନ୍ୟୁଜିଲାଣ୍ଡ ଦଳ ବିରୁଦ୍ଧରେ ଯେଉଁ ୧୦୦ ରନ କରିଛନ୍ତି ସେହି ରନ ପାଇଁ ସେ ଆଇସିସି ଟେଷ୍ଟ ରାଙ୍କିଙ୍ଗସରେ ବହୁତ ଉପରକୁ ଉଠିଯାଇଛନ୍ତି ଯାହାଦ୍ୱାରା ସେ ବହୁତ ବଡ଼ ବଡ଼ ଖେଳାଳିଙ୍କୁ ପଛରେ ପକାଇଛନ୍ତି।ତେବେ କଣ ହେଉଛି ଆଇସିସି ନୂଆ ଟେଷ୍ଟ ରାକିଙ୍ଗସ ଆସନ୍ତୁ ଜାଣିବା।

Google

ଜୋ ରୁଟ ଟେଷ୍ଟ ରାକିଙ୍ଗସରେ କଙ୍ଗାରୁ ଦେଶର ଷ୍ଟିଭ ସ୍ମିଥ ଏବଂ କେନ ୱିଲିୟମସନଙ୍କୁ ପଛରେ ପକାଇ ୨ୟ ସ୍ଥାନରେ ପହଂଚିଛନ୍ତି। ନ୍ୟୁଜିଲାଣ୍ଡ ସହ ହେଇଥିବା ଲଡ୍ସ ଟେଷ୍ଟ ପୂର୍ବରୁ ରୁଟ ୪ର୍ଥ ସ୍ଥାନରେ ଥିଲେ ଏବଂ ସେ ଏହି ମ୍ୟାଚରେ ଶତକ କରି ୨ ସ୍ଥାନ ଉପରକୁ ଉଠି ୨ ସ୍ଥାନ ରେ ପହଂଚିଛନ୍ତି। ଏହା ସହ ୨ୟ ସ୍ଥାନରେ ଥିବା ସ୍ମିଥ ୩ୟ ସ୍ଥାନକୁ ଏବଂ କେନ ୱିଲିୟମସନ ୫ମ ସ୍ଥାନକୁ ଖସିଯାଇଛନ୍ତି। ଏଥି ସହ ବାବର ଆଜାମ ୪ର୍ଥ ସ୍ଥାନକୁ ଉଠିଯାଇଛନ୍ତି। ଏହା ସହ ତାଙ୍କ ବ୍ୟାଟିଂ ଯୋଗୁ ୨ ଜଣଙ୍କୁ ଲାଭ ହେଇଛି ଜୋ ରୁଟଙ୍କୁ ଏବଂ ବାବର ଆଜାମଙ୍କୁ।

ସେହିପରି ଯଦି ବୋଲର ରାଙ୍କିଙ୍ଗସ ଦେଖାଯାଏ ତେବେ କାଏଲ ଯେମିସନ ୩ ନମ୍ବରରେ ଅଛନ୍ତି ଏବଂ ବୁମରା ୪ର୍ଥ ସ୍ଥାନକୁ ଖସିଯାଇଛନ୍ତି। ଯଦି ବ୍ୟାଟିଂରେ ଦେଖାଯାଏ ତେବେ ରୋହିତ ଶର୍ମା ୮ମ ଏବଂ ବିରାଟ କୋହଲି ୧୦ମ ସ୍ଥାନରେ ଅଛନ୍ତି। ସେହିପରି ବୋଲିଙ୍ଗ ରାଙ୍କିଙ୍ଗସରେ ବୁମରା ଚତୁର୍ଥ ଏବଂ ଅଶ୍ଵିନୀ  ୨ୟ  ସ୍ଥାନରେ ଅଛନ୍ତି। ଏହା ହେଉଛି ଟେଷ୍ଟ ରାଙ୍କିଙ୍ଗସ ଯାହା ଇଂଲଣ୍ଡ ଆଉ ନ୍ୟୁଜିଲାଣ୍ଡ ମ୍ୟାଚ ପରେ ଆଗକୁ ଆସିଛି ଯେଉଁଥିରେ ରୁଟଙ୍କୁ ଲାଭ ହୋଇଛି ତାହା ସହ ବାବର ଆଜାମଙ୍କୁ ମଧ୍ୟ ଲାଭ ହୋଇଛି।

ଏହା ସହ ଭାରତୀୟ ଖେଳାଳି ମାନଙ୍କୁ ମଧ୍ୟ କ୍ଷତି ହୋଇଛି।ଯେହେତୁ ଆମେ ଏବେ କିଛି ଟେଷ୍ଟ ମ୍ୟାଚ ଖେଳି ନାହୁଁ ଏବଂ ଅନ୍ୟ ଖେଳାଳି ମାନେ ଭଲ ଖେଳିଛନ୍ତି ସେମାନେ ଆମ ଖେଳାଳିଙ୍କ ଠାରୁ ଆଗରେ ଅଛନ୍ତି। ଆମକୁ ଜୁଲାଇରେ ମଧ୍ୟ ଇଂଲଣ୍ଡ ସହ ଟେଷ୍ଟ ଖେଳିବାର ଅଛି।

ତେବେ ଟେଷ୍ଟ କ୍ରିକେଟ ହେଉଛି ଅସଲି କ୍ରିକେଟ ବୋଲି ମାନାଯାଏ। ତେବେ ଆପଣଂକୁ କୋଉ କ୍ରିକେଟ ଫର୍ମାଟ ଭଲ ଲାଗେ କମେଣ୍ଟ ବିଭାଗରେ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *