ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି। ସେ ଆଘାତ କାରଣରୁ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜରୁ ବାହାରିଯାଇଛନ୍ତି। ରୋହିତଙ୍କୁ ଏକଦିବସିୟର ନୂତନ ଅଧିନାୟକ କରାଯାଇଛି। ତାଙ୍କୁ ବିରାଟ କୋହଲିଙ୍କ ଜାଗାରେ ଏହି ଦାୟୀତ୍ୱ ଦିଆଯାଇଛି। ଏକଦିବସିୟ ଟିମ ଘୋଷଣା ହୋଇନାହିଁ ତେଣୁ ରୋହିତ ଏକଦିବସିୟ ସିରିଜରେ ଓହ୍ଲାଇପାରନ୍ତି।
ଇନସାଇଡ଼ ସ୍ପୋର୍ଟସର ଖବର ଅନୁସାରେ ରୋହତ ଶର୍ମା ଆରମ୍ଭ ଫିଟନେସ ଟେଷ୍ଟ ପାସ କରିଛନ୍ତି। ରବିବାରକୁ ଆଉକିଛି ଟେଷ୍ଟ ପରେ ତାଙ୍କୁ ନେଇ ନିସ୍ପତି ନିଆଯିବ। ଏକ ସୂତ୍ର କହିଛି,”ରୋହିତ ଶର୍ମା ଫିଟ ଲାଗୁଛନ୍ତି। ସେ ଏବେ ମଧ୍ୟ ଏନସିଏରେ ଅଛନ୍ତି ଓ କାଲି ତାଙ୍କର ଶେଷ ଟେଷ୍ଟ ହୋଇପାରେ”। ସେ କହିଛନ୍ତି ଏବେ ଜିନିଷକୁ ନେଇ କୌଣସି ଜଲ୍ଦି ନାହିଁ। ଟେଷ୍ଟ ପରେ ହିଁ କୌଣସି ନିର୍ଣ୍ଣୟ ନିଆଯିବ।
ଅକ୍ଷର ଓ ଜାଡେଜାଙ୍କୁ ନେଇ କୌଣସି ଜଲ୍ଦି ନାହିଁ:
ବାମହାତୀ ସ୍ପିନର ଅକ୍ଷର ପଟେଲ ଓ ରବିନ୍ଦ୍ର ଜାଡେଜା ମଧ୍ୟ ଆଘାତ ଅଛନ୍ତି। ଅଧିକାରୀ କହିଛନ୍ତିକି ଦୁହିଁଙ୍କୁ ନେଇ କୌଣସି ଜଲ୍ଦି ନାହିଁ। ସେ ଏବେ ଠିକ ହୋଇନାହାନ୍ତି ଓ ଦକ୍ଷିଣ ଆଫ୍ରିକାରେ ମଧ୍ୟ ସ୍ପିନର ଭୂମିକା କମ ହିଁ ରହିଥାଏ। ଦୁଇ ବୋଲର ଆଘାତ କାରଣରୁ ଟେଷ୍ଟ ସିରିଜରୁ ବାହାରେ ଅଛନ୍ତି। ଅକ୍ଷର ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଟେଷ୍ଟ ସିରିଜରେ ସୁନ୍ଦର ବୋଲିଙ୍ଗ କରିଥିଲେ।
ଦୁଇ ଯୁବ ଖେଳାଳିଙ୍କୁ ମିଳିପାରେ ମୌକା:
ଏକଦିବସିୟ ଟିମରେ ଦୁଇ ଯୁବ ଖେଳାଳିଙ୍କୁ ମୌକା ମିଳିପାରେ ଏଥିରେ ଋତୁରାଜ ଗାୟକବାଡଙ୍କ ସହ ଭେଙ୍କଟେସ ଅୟର ସାମିଲ ଅଛନ୍ତି। ଦୁହେଁ ଅଳ୍ପ ଦିନ ତଳେ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ। ଏହା ଛଡା ଇସାନ କିସନ ଓ ଶିଖର ଧୱନଙ୍କୁ ନେଇ ମଧ୍ୟ ବିଚାର କରାଯାଇପାରେ। ଧୱନ କିନ୍ତୁ ବିଜୟ ହଜାରେ ଟ୍ରଫିରେ ଭଲ କରିପାରିନଥିଲେ। କିନ୍ତୁ ସିନିୟର ଖେଳାଳି ହିସାବରେ ତାଙ୍କୁ ମୌକା ମିଳିପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।