ଅଷ୍ଟ୍ରେଲିଆ ବନାମ ଭାରତ: ଇଶାନ୍ତ ଓ ରୋହିତ ଶର୍ମାଙ୍କ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ବଦଳେଇବ ନିୟମ ।

IND VS AUS: Cricket Australia will change rules for Ishant and Rohit Sharma | Nitidina

ରୋହିତ ଶର୍ମା ଓ ଇଶାନ୍ତ ଶର୍ମା ଅଷ୍ଟ୍ରେଲିଆ ବିରୁଦ୍ଧରେ ପ୍ରଥମ ଦୁଇ ଟେଷ୍ଟ ମ୍ୟାଚରୁ ପ୍ରାୟତଃ ବାହାର ହୋଇଗଲେଣି । ହେଲେ ଏହି ଦୁଇ ଖେଳାଳିଙ୍କୁ ମୌକା ଦେଵା ପାଇଁ ବିସିସିଆଇ କ୍ରିକେଟ ଅଷ୍ଟ୍ରେଲିଆର ଅନୁମତି ମାଗିଛି । ମିଡ଼ିଆ ଅଷ୍ଟ୍ରେଲିଆ ମୁତାବକ ବିସିସିଆଇ କ୍ରିକେଟ ଅଷ୍ଟ୍ରେଲିଆକୁ କହିଛି କି ସେ ରୋହିତ ଶର୍ମା ଓ ଇଶାନ୍ତ ଶର୍ମାଙ୍କ ପାଇଁ କ୍ୱାରେନଟିନ ନିୟମରେ ଟିକେ ଢିଲା କରନ୍ତୁ,ଯାହା ଦ୍ୱାରା ଏହି ଦୁଇ ଖେଳାଳି ଟିମ ଇଣ୍ଡିଆ ପାଇଁ ଉପଲବ୍ଧ ହୋଇପାରିବେ । କହିରଖୁଛୁ କି ଅଷ୍ଟ୍ରେଲିଆରେ ୧୪ ଦିନ କ୍ୱାରେଣ୍ଟିନରେ ରହିବାର ନିୟମ ଅଛି । ହେଲେ ଯଦି କ୍ରିକେଟ ଅଷ୍ଟ୍ରେଲିଆ ବିସିସିଆଇର କଥାକୁ ମାନିନେବ ତ ଏହି ଦୁଇ ଖେଳାଳି ଶେଷ ଦୁଇ ମ୍ୟାଚରେ ଖେଳିବାର ମୌକା ପାଇବେ ।

Google
ବିସିସିଆଇ କରିଛି କ୍ରିକେଟ ଅଷ୍ଟ୍ରେଲିଆକୁ ଅନୁରୋଧ:

ରିପୋର୍ଟ ମୁତାବକ ବିସିସିଆଇର ଏକ ଅଧିକାରୀ କହିଛନ୍ତି,ବିସିସିଆଇ ଏବେ କ୍ରିକେଟ ଅଷ୍ଟ୍ରେଲିଆ ସହ ସମ୍ପର୍କରେ ରହିଛନ୍ତି ଯେଉଁଥିରେ କ୍ୱାରେଣ୍ଟିନ ନିୟମରେ ଢିଲା ହେବାର କଥାବାର୍ତ୍ତା ଚାଲୁରହିଛି । ଯଦି ଏମିତି ହୁଏ ତ ରୋହିତ ଶର୍ମା ଓ ଇଶାନ୍ତ ଶର୍ମା ହୁଏତ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପର୍ଯ୍ୟନ୍ତ ଟିମରେ ଉପଲବ୍ଧ ହେବେ । ଆଉ ଯଦି କ୍ରିକେଟ ଅଷ୍ଟ୍ରେଲିଆ ବିସିସିଆଇର କଥାକୁ ଅସ୍ବୀକାର କଲା ତେବେ ଏହି ଦୁଇ ଖେଳାଳିଙ୍କୁ ୧୪ ଦିନର କ୍ୱାରେଣ୍ଟିନରେ ରହିବାକୁ ପଡିବ ଓ ବିନା କୌଣସି ପ୍ରାକ୍ଟିସରେ ଏମାନେ ସିଧା ତୃତୀୟ ମ୍ୟାଚ ଖେଳିବେ ।

Google

ଖବର ଅଛି କି ଅଷ୍ଟ୍ରେଲିଆ ସରକାର ଓ କ୍ରିକେଟ ଅଷ୍ଟ୍ରେଲିଆ ଏହି ବିଷୟରେ କଥାବାର୍ତ୍ତା ହେଉଛନ୍ତି । କ୍ରିକେଟ ଅଷ୍ଟ୍ରେଲିଆ ଓ ବିସିସିଆଇ ରୋହିତ ଶର୍ମା ଓ ଇଶାନ୍ତ ଶର୍ମାଙ୍କୁ ଢିଲା ଦେବା ମୌକାରେ ରହିଛନ୍ତି । କହିରଖୁଛୁ କି ରୋହିତ ଶର୍ମା ଓ ଇଶାନ୍ତ ଶର୍ମା ଦୁବାଇରେ ଖେଳାଯାଉଥିବା ଆଇପିଏଲ ୨୦୨୦ ମଧ୍ୟରେ ଆହତ ହୋଇଯାଇଥିଲେ । ଇଶାନ୍ତ ଶର୍ମା ତ ପୁରା ସିରିଜ ଖେଳିପାରି ନଥିଲେ ଓ ରୋହିତ ଶର୍ମାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଛି ମ୍ୟାଚ ପାଇଁ ଆରାମ କରିବାକୁ ଦେଇଥିଲା । ହେଲେ ରୋହିତ ଶର୍ମା ଫାଇନାଲରେ ଅର୍ଦ୍ଧଶତକ ହାସିଲ କରି ନିଜ ଟିମକୁ ବିଜେତା ବନେଇଥିଲେ । ନିଜ ଫିଟନେସ ଉପରେ କାମ କରିବା ପାଇଁ ଏହି ଦୁଇ ଖେଳାଳି ବାଙ୍ଗାଲୋର ସ୍ଥିତ ନ୍ୟାସନଲ କ୍ରିକେଟ ଏକାଡେମୀରେ ଅଛନ୍ତି । ଏବେ ଦୁହିଁଙ୍କ ନଜର ଅଷ୍ଟ୍ରେଲିଆର ଫ୍ଲାଇଟ ଧରିବାର ଅଟେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *