IPL ୨୦୨୨: IPLରୁ ମିଳିଲା ୧୬ କୋଟି ଟଙ୍କା,ଏହା ପରେ ମଧ୍ୟ ଅସଫଳ! ଜାଣନ୍ତୁ ୫ ଜଣ ମହାନ ଖେଳାଳି କିପରି ହୋଇଗଲେ ଅସଫଳ

ଆଇପିଏଲ ୨୦୨୨ର ମେଗା ଅକ୍ସନ ଆଗକୁ ହେବାର ଅଛି । ବିସିସିଆଇ ଏହାକୁ ନେଇ ତାରିଖ ମଧ୍ୟ ଘୋଷଣା କରିଦେଇଛି। ୧୨ ଓ ୧୩ ଫେବୁଆରୀକୁ ବାଙ୍ଗାଲୋରରେ ନିଲାମ ହେବାର ଅଛି। ତେଣୁ ଅନେକ ଖେଳାଳିଙ୍କ ଉପରେ ମୋଟା ଦାମ ଲାଗିପାରେ। ଆସନ୍ତୁ ଜାଣିବା ବଡ଼ ଖେଳାଳି ଅସଫଳ କିପରି ରହିଲେ।

Google

କ୍ରିସ ମୋରିସ: ଦକ୍ଷିଣ ଆଫ୍ରିକାର ପୂର୍ଵ ଅଲରାଉଣ୍ଡର କ୍ରିସ ମୋରିସଙ୍କୁ ପୂର୍ଵ ସିଜନରେ ରାଜସ୍ଥାନ ରୟାଲ୍ସ ୧୬.୨୫ କୋଟିରେ କିଣିଥିଲା। ସେ ଆଇପିଏଲ ଇତିହାସର ସବୁଠୁ ଦାମୀ ବିଦେଶୀ ଖେଳାଳି ହୋଇଥିଲେ। କିନ୍ତୁ ପୂର୍ଵ ସିଜନରେ ସେ ବୋଲିଙ୍ଗରେ ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ୧୧ ମ୍ୟାଚରେ ମାତ୍ର ୧୫ ୱିକେଟ ଅକ୍ତିଆର କରିପାରିଥିଲେ ଓ ତାଙ୍କ ଇକୋନୋମି ରେଟ ୯ ରୁ ଅଧିକ ଥିଲା। ସେ ବ୍ୟାଟିଙ୍ଗରେ ୧୩ ଔସତରେ ୬୭ ରନ କରିଥିଲେ। ଟିମ ୭ ମ ସ୍ଥାନରେ ରହିଥିଲା ଓ ପ୍ଲେ ଅଫ ପର୍ଯ୍ୟନ୍ତ ପହଁଚିପାରିନଥିଲା। ସେ ଅଳ୍ପ ଦିନ ତଳେ ଅବସର ନେଇସାରିଛନ୍ତି।

କାଇଲ ଯେମିସନ: ନ୍ୟୁଜିଲାଣ୍ଡର ଯୁବ ବୋଲର କାଇଲ ଯେମିସନଙ୍କୁ ଆରସିବି ପୂର୍ଵ ସିଜନରେ ୧୫ କୋଟିରେ କିଣିଥିଲା। ସେ ୯ ଟି ମ୍ୟାଚରେ ୩୦ର ଔସତରେ ମାତ୍ର ୯ ଟି ୱିକେଟ ଅକ୍ତିଆର କରିପାରିଥିଲେ। ତାଙ୍କ ଇକୋନୋମି ରେଟ ୯.୬୦ର ରହିଥିଲା। ସେ ବ୍ୟାଟିଙ୍ଗରେ ୧୬ର ଔସତରେ ୬୫ ରନ କରିଥିଲେ। ଆରସିବି ପ୍ଲେଅଫ ପର୍ଯ୍ୟନ୍ତ ପହଁଚିଥିଲା କିନ୍ତୁ ଫାଇନାଲ ମ୍ୟାଚ ପର୍ଯ୍ୟନ୍ତ ଯାଇପାରିନଥିଲା।

Google

ପ୍ୟାଟ କମିନ୍ସ: ଅଷ୍ଟ୍ରେଲିଆର ପ୍ରେସର ପ୍ୟାଟ କମିନ୍ସଙ୍କୁ ୨୦୨୦ ସିଜନରେ କେକେଆର ଟିମ ୧୫.୫ କୋଟିରେ କିଣିଥିଲା। କିନ୍ତୁ ସେ ପୁରା ଅସଫଳ ରହିଥିଲେ। ସେ ୧୪ ମ୍ୟାଚରେ ୩୪ର ଔସତରେ ୧୨ ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ତାଙ୍କ ଇକୋନୋମି ୮ ପାଖାପାଖି ଥିଲା। ସେ ବ୍ୟାଟିଙ୍ଗରେ ୨୧ ଔସତରେ ୧୪୬ ରନ କରିଥିଲେ।

ଗ୍ଲେନ ମାକ୍ସୱେଲ: ଅଷ୍ଟ୍ରେଲିଆର ଅଲରାଉଣ୍ଡର ମାକ୍ସୱେଲଙ୍କୁ ପଞ୍ଜାଵ କିଙ୍ଗସ ବର୍ଷ ୨୦୨୦ ସିଜନରେ ୧୦.୭୫ କୋଟିରେ କିଣିଥିଲା ।କିନ୍ତୁ ସେ ସେହି ସିଜନରେ ପୁରା ଅସଫଳ ରହିଥିଲେ। ସେ ସେହି ସିଜନରେ ୧୩ ମ୍ୟାଚରେ ୧୫ ଔସତରେ ୧୦୮ ରନ କରିଥିଲେ। ସେହି ସମୟରେ ତାଙ୍କ ଷ୍ଟାଇକରେଟ ୧୦୨ର ରହିଥିଲା ଯାହା ଟି-୨୦ରେ ବହୁତ ଖରାପ ଅଟେ। ସେ ଗୋଟେ ଛକା ମଧ୍ୟ ମାରିନଥିଲେ ଓ ଅଫ ସ୍ପିନର ହିସାଵରେ ମାତ୍ର ୩ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ହେଲେ ମାକ୍ସୱେଲ ପୂର୍ବ ବର୍ଷ ଆରସିବି ପାଇଁ ଭଲ ଖେଳ ଖେଳିଥିଲେ।

Google

ଯୁବରାଜ ସିଂହ: ଯୁବରାଜ ସିଂହ ଟି-୨୦ ସ୍ପେସାଲିଷ୍ଟ ମାନାଯାଇଥାନ୍ତି। ସେ ଟି-୨୦ ବିଶ୍ୱକପରେ ୬ ବଲରେ ୬ ଛକା ମାରିସାରିଛନ୍ତି। ଆଇପିଏଲ ୨୦୧୫ରେ ଦିଲ୍ଲୀ କ୍ୟାପିଟଲ୍ସ ତାଙ୍କୁ ୧୬ କୋଟିରେ କିଣିଥିଲା କିନ୍ତୁ ସେ ନିଜକୁ ସାବ୍ୟସ୍ତ କରିପାରିନଥିଲେ। ସେବେ ସେ ୧୯ର ଔସତରେ ମାତ୍ର ୨୪୮ ରନ କରିଥିଲେ। ଏହା ସହ ସେ ବୋଲିଙ୍ଗରେ ମାତ୍ର ଗୋଟେ ୱିକେଟ ଅକ୍ତିଆର କରିଥିଲେ।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *