ମହମ୍ମଦ ସାମୀଙ୍କ ଭାଇ କ୍ରିକେଟରେ କଲେ ଏହି ନୂଆ ରେକର୍ଡ, ସବୁଠୁ କମ ବଳରେ ଅର୍ଦ୍ଧଶତକ ଲଗେଇ ଟିମକୁ ଦେଲେ ବିଜୟ । ଦେଖନ୍ତୁ ଭିଡ଼ିଓ…

Cricket Mohammed Shami's brother amazing batting and give thunderous victory to team t-20 challenge

ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମୀ ବର୍ତ୍ତମାନ ସମୟରେ ଭାରତର ମ୍ୟାଚ ୱିନର ମଧ୍ୟରୁ ଏକ ଅଟନ୍ତି । ଗୋଟେ ପଟେ ବିରାଟ କୋହଲି ବ୍ୟାଟିଂ କରି ଟିମକୁ ଜିତେଇବାରେ ଓ ବୋଲିଂରେ ସାମୀଙ୍କ ସ୍ୱିଙ୍ଗ ଓ ସିମ ବିରୋଧୀ ଟିମକୁ ଧରାଶାୟୀ କରିଦିଏ । ଟେଷ୍ଟ କ୍ରିକେଟରେ ବିଗତ ୨ ବର୍ଷରେ ସାମୀଙ୍କ ବୋଲିଂ ଉଚ୍ଚ କୋଟିର ରହିଛି ।ଏବେ ସାମୀଙ୍କ ସାନ ଭାଇ ମହମ୍ମଦ କୈଫ ମଧ୍ୟ ଘରୋଇ କ୍ରିକେଟରେ ନିଜର ଜଲୱା ଦେଖେଇଛନ୍ତି । ସାମୀଙ୍କ ଭାଇ କୈଫ ଭଲ ଦ୍ରୁତ ବୋଲିଂ ସହ ବ୍ୟାଟିଂ କରିବାରେ ମଧ୍ୟ ଜଣାଶୁଣା ଅଟନ୍ତି । ସାମୀଙ୍କ ଛୋଟ ଭାଇ ଏବେ ବଙ୍ଗାଳ ଟି ୨୦ ରେ ଟାଉନ କ୍ଲବ ତରଫରୁ ଖେଳୁଛନ୍ତି । ମଙ୍ଗଳବାରକୁ ନିଜ ଧୂଆଁଧାର ବ୍ୟାଟିଂ ଜରିଆରେ ଟିମକୁ ରୋମାଞ୍ଚକ ବିଜୟ ଦେଇଛନ୍ତି । ମହମ୍ମଦ ସାମୀ ତାଙ୍କର ସାନ ଭାଇ କୈଫଙ୍କ ବ୍ୟାଟିଂର ଭିଡ଼ିଓକୁ ନିଜର ଟୁଇଟର ଏବଂ ଇନ୍ସଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

Bengal T20 Challenge: Kaif steals win for Town against Kalighat
Google
ସାମୀଙ୍କ ସାନ ଭାଇଙ୍କ ଧୂଆଁଧାର ବ୍ୟାଟିଂ:

ବଙ୍ଗାଳ ଟି ୨୦ ଚ୍ୟାଲେଞ୍ଜ କାଳୀଘାଟ କ୍ଲବ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୪୮ ରନ କରିଥିଲେ। ଲକ୍ଷ୍ୟର ପିଛା କରୁଥିବା ଟାଉନ କ୍ଲବର ବ୍ୟାଟିଂ କଷ୍ଟକର ଥିଲା । ୧୪ ଓଭର ପର୍ଯ୍ୟନ୍ତ ଟିମ ନିଜର ୭ ୱିକେଟ ୬୬ ରନ କରି ହରେଇଦେଇଥିଲା । ହେଲେ ଏହାପରେ ବିରୋଧୀ ଟିମଙ୍କ ଉପରେ ମହମ୍ମଦ କୈଫ ଭାରି ପଡ଼ିଥିଲେ । କୈଫ ଧୂଆଁଧାର ବ୍ୟାଟିଂ କରି ୨୪ ଟି ବଲରେ ୫୮ ରନ କରିଦେଲେ। ସେ ୪୮ ରନ ତ ଚୋୖକା ଓ ଛକାରେ କରିଦେଲେ । ଏହି ବ୍ୟାଟ୍ସମ୍ୟାନ ୬ଟି ଚୋୖକା ଓ ୪ଛକା ମାରିଥିଲେ। କେବଳ ଏତିକି ନୁହେଁ ବୋଲିଂରେ ମଧ୍ୟ ୪ ଓଭରରେ ୨୫ ରନ ଦେଇ ୧ ୱିକେଟ ନେଇଥିଲେ। ଏହି ପ୍ରଦର୍ଶନ ପାଇଁ ସାମୀଙ୍କ ଛୋଟ ଭାଇଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଆୱାର୍ଡ ମିଳିଲା ।

ଦେଖନ୍ତୁ ଭିଡ଼ିଓ:

ନିଜ ଛୋଟ ଭାଇର ଏହି ପ୍ରଦର୍ଶନକୁ ସାମୀ ନିଜ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଛନ୍ତି । ସେ କୈଫଙ୍କ ଧୂଆଁଧାର ବ୍ୟାଟିଂ ଭିଡ଼ିଓକୁ ଇନ୍ସଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । କହିରଖୁଛୁ ମହମ୍ମଦ ସାମୀ ଲକଡାଉନ ସମୟରେ ଅମରୋହ ସ୍ଥିତ ନିଜ ଘରେ ବହୁତ ଟ୍ରେନିଂ କରିଥିଲେ ଓ ଏଥିରେ ତାଙ୍କ ଭାଇ ମହମ୍ମଦ କୈଫ ମଧ୍ୟ ସାମିଲ ଥିଲେ । ଦୁଇ ଭାଇ କ୍ଷେତ ରଙ୍ଗୀନ କରିବା ଛଡା ବହୁତ ଝାଳ ମଧ୍ଯ ବୁହାଇଥିଲେ । ଲକଡାଉନ ଦ୍ୱାରା କରିଥିବା ସେହି ପରିଶ୍ରମ ଏବେ ସଫଳତା ଆଣୁଛି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *