IND vs NZ : ଚିନ୍ତାରେ ନ୍ୟୁଜିଲାଣ୍ଡ! ୱାନଖଡେରେ ଅଶ୍ୱିନୀ ଓ ଅକ୍ସରଙ୍କ ବଲ ଖେଳିବା ମୁସ୍କିଲ! ଜାଣନ୍ତୁ କେମିତି ରହିବ ପିଚ ଏବଂ କାହାକୁ ହେବ ସହାୟକ

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ ଡ୍ର ହୋଇଯାଇଥିଲା କିନ୍ତୁ ଭାରତୀୟ ସ୍ପିନର ଏହି ମ୍ୟାଚରେ ସୁନ୍ଦର ଵୋଲିଙ୍ଗ କରିଥିଲେ ଓ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧିକି ରଖିଥିଲେ। ଶେଷରେ କେବଳ ଗୋଟେ ୱିକେଟ ନଯିବା ଦ୍ଵାରା ନ୍ୟୁଜିଲ୍ୟାଣ୍ଡ ମ୍ୟାଚକୁ ଡ୍ର କରାଇପାରିଲା। ଏବେ ଭାରତୀୟ ସ୍ପିନର ମୁମ୍ବାଇର ୱାନଖଡେରେ ଖେଳାଯିବାର ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ଅଛନ୍ତି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ ମୁମ୍ବାଇରେ ୩ ଡିସେମ୍ବରରୁ ଖେଳାଯିବାର ସିଡ୍ୟୁଲ ଅଛି।

Google

ଟିମ ଇଣ୍ଡିଆର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଓ ତାଙ୍କ ସାଥି ସ୍ପିନରଙ୍କ ନଜର ବର୍ତ୍ତମାନ ମୁମ୍ବାଇରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ଉପରେ ଅଛି। ମୁମ୍ବାଇର ପିଚରେ ବଲ ଅତିରିକ୍ତ ଉଠିଥାଏ। ଏହା ସ୍ପିନରଙ୍କ ପାଇଁ ଭଲ ଖବର ଅଟେ ,ଏହା ପୂର୍ବରୁ କାନପୁର ଟେଷ୍ଟରେ ଭାରତୀୟ ବୋଲର ଭଲ ବୋଲିଙ୍ଗ କରି ମଧ୍ୟ ମ୍ୟାଚ ଡ୍ର ହୋଇଯାଇଥିଲା।ନ୍ୟୁଜିଲ୍ୟାଣ୍ଡ ପାଇଁ ସବୁଠୁ ବଡ଼ ଚିନ୍ତାର ବିଷୟ ଅଟନ୍ତି ରବିଚନ୍ଦ୍ରନ ଅଶ୍ୱିନୀଙ୍କ ବୋଲିଂ କାରଣ ସେ କାନପୁର ଟେଷ୍ଟରେ ମଧ୍ୟ ଭଲ ବୋଲିଙ୍ଗ କରିଥିଲେ ଓ ତାଙ୍କ ଉଚ୍ଚତା ତାଙ୍କୁ ଅଧିକ ସହାୟତା ହୋଇଥାଏ। ଅକ୍ସର ପଟେଲ ବି ପ୍ରଥମ ଟେଷ୍ଟରେ ସୁନ୍ଦର ବୋଲିଂ କରିଥିଲେ।

ପିଚରେ କୁହାଯାଉଛି ଅଛି ମୋଟା ଘାସର ପରସ୍ତ: ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ପିଚରେ ଘାସ ଅଧିକ ହୋଇଯାଇଛି। ଏହା ଦ୍ଵାରା ସ୍ପିନରଙ୍କୁ ଅଧିକ ଟର୍ନ ମିଳିବନି।ଘାସ ଲମ୍ବା ମଧ୍ୟ ହୋଇଗଲାଣି। ଏଠାରେ ୨୦୨୦ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ଏକଦିବସିୟ ମ୍ୟାଚ ହୋଇଥିଲା। ଏହା ପରେ ଏଠାରେ କୌଣସି ମୁଖ୍ୟ ମ୍ୟାଚ ଖେଳାଯାଇନାହିଁ। ଏହି ଘାସରୁ ଅଳ୍ପ ଖାସ କଟା ହେବ କାରଣ ଖେଳ ଅଳ୍ପ ଦିନ ଅଛି। ପ୍ରଥମରୁ ୱିକେଟ ନେବା ପାଇଁ ପ୍ରେସରଙ୍କୁ ପିଚ ସହାୟକ ହୋଇପାରେ। କିନ୍ତୁ ଏହି ପିଚ ବ୍ୟାଟ୍ସମ୍ୟାନଙ୍କୁ ଅଧିକ ସାହାୟକ ହେବାଟ ଚାନ୍ସ ଅଛି।

ୱାନଖଡେ ସ୍ପିନରଙ୍କ ମନପସନ୍ଦର ଗ୍ରାଉଣ୍ଡ: ଚେନ୍ନାଇର ଏମଏ ଚିଦମ୍ବରମ ସହିତ ମୁମ୍ବାଇର ୱାନଖଡେ ମଧ୍ୟ ସ୍ପିନରଙ୍କ ମନ ପସନ୍ଦର ଗ୍ରାଉଣ୍ଡ ଅଟେ। ଅଶ୍ୱିନୀ ଟେଷ୍ଟ କ୍ରିକେଟରେ ଭାରତ ତରଫରୁ ସବୁଠୁ ଅଧିକ ୱିକେଟ ଅକ୍ତିଆର କରିଥିବା ତୃତୀୟ ବୋଲର ଅଟନ୍ତି। ଏବେ ସେ ଟେଷ୍ଟରେ ୪୧୯ ୱିକେଟ ନେଇଛନ୍ତି। ଦୁଇଟା ଯାକ ଗ୍ରାଉଣ୍ଡରେ ସେ ୩୦-୩୦ ୱିକେଟ ନେଇଛନ୍ତି। ମୁମ୍ବାଇରେ ତାଙ୍କର ଔସତ ୨୧.୯୩ ଓ ଷ୍ଟାଇକ ରେଟ ୪୨.୦୩ ଅଟେ।

ୱାନଖଡେରେ ୫ ବର୍ଷ ପରେ ଖେଳାଯିବ ଟେଷ୍ଟ ମ୍ୟାଚ: ଏହି ଗ୍ରାଉଣ୍ଡରେ ୫ ବର୍ଷ ପରେ ଟେଷ୍ଟ ମ୍ୟାଚ ଖେଳାଯିବ।ଶେଷ ଥର ଯେବେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ମ୍ୟାଚ ହୋଇଥିଲା ବିରାଟ କୋହଲି ୨୩୫ ରନ କରିଥିଲେ। ମୁରଲୀ ବିଜୟ ଓ ଜୟନ୍ତ ଯାଦବ ମଧ୍ୟ ଶତକ ମାରିଥିଲେ। ୨୦୧୬ ରେ ଏଠାରେ ଯେବେ ଇଂଲଣ୍ଡ ବିରୁଦ୍ଧରେ ଶେଷ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା ସେବେ ୨୦ ରୁ ୧୯ ୱିକେଟ ସ୍ପିନର ନେଇଥିଲେ। ଅଶ୍ୱିନୀ ଦୁଇଟି ଯାକ ପାରିରେ ୬-୬ ୱିକେଟ ନେଇଥିଲେ। ପ୍ରଥମ ପାରିରେ ଜାଡେଜା ୪ ଓ ଅଶ୍ୱିନୀ ୬ ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ।

Google

କାନପୁର ଟେଷ୍ଟରେ ରାହୁଲ ଦ୍ରାଭିଡ ଆଶ୍ଚର୍ଯ୍ୟ ହୋଇଥିଲେ! : କାନପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର ରହିବା ପରେ ଭାରତର ନୂଆ କୋଚ ରାହୁଲ ଦ୍ରାଭିଡ କହିଛନ୍ତି,”ଆଶ୍ଚର୍ଯ୍ୟକର କଥାକି ଏହି ପିଚରେ ବଲ ବହୁତ ତଳେ ରହୁଛି କିନ୍ତୁ ବାଉଁଶ ମିଳୁନି କି ବଲ ଟର୍ନ ମଧ୍ୟ ହେଉନି। ଯେବେ ଆପଣ ଏହାର ଆଶା କରିଥିବେ ଶେଷରେ ରବିନ୍ଦ୍ର ଓ ଏଯାଜ ପଟେଲ ୫୨ ବଲ ବ୍ୟାଟିଙ୍ଗ କରି ମ୍ୟାଚ ଡ୍ର କରିଦେଲେ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *