IND vs NZ: ଦ୍ୱିତୀୟ ଟେଷ୍ଟ କାଲିଠୁ, ଭାରତ ଉପରେ ଚାପ! ନ୍ୟୁଜିଲ୍ୟାଣ୍ଡ ପାଖରେ ଇତିହାସ ରଚିବାର ମୌକାବ

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ୩ ଡିସେମ୍ବରରୁ ମୁମ୍ବାଇରେ ଖେଳାଯିବାର ଅଛି। ଏହି ମ୍ୟାଚରେ ଭାରତ ଉପରେ ପ୍ରେସର ରହିବ କାରଣ ପ୍ରଥମ ଟେଷ୍ଟ ଭାରତ ମାତ୍ର ଗୋଟେ ୱିକେଟ ନନେଇବାରୁ ହାରିଯାଇଥିଲା। ଭାରତ ମନରେ ଏହି ଟେଷ୍ଟ ହାରିଯିବାର ଭୟ ରହିପାରେ। ପ୍ରଥମ ଟେଷ୍ଟ ଡ୍ର ପରେ ଏହି ଟେଷ୍ଟ ମହତ୍ତ୍ୱପୂର୍ଣ୍ଣ ହୋଇଯାଇଛି କାରଣ ସେ ଯେଉଁଟେଷ୍ଟ ଜିତିବ ସେ ଏହି ସିରିଜ ଜିତିଯିବ। ନ୍ୟୁଜିଲ୍ୟାଣ୍ଡ ପାଖରେ ଇତିହାସ ରଚିବାର ମୌକା ଅଛି କାରଣ ଭାରତ ୨୦୧୨ ପରଠୁ ଭାରତରେ ଟେଷ୍ଟ ସିରିଜ ହାରିନାହିଁ।

Google

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଭାରତରେ ଏବେ ପର୍ଯ୍ୟନ୍ତ ୧୧ ଟେଷ୍ଟ ସିରିଜ ହୋଇଛି। ହେଉଥିରୁ ଭାରତ ୯ ଟି ଟେଷ୍ଟ ସିରିଜ ଜିତିଥିବା ବେଳେ ଦୁଇଟି ଟେଷ୍ଟ ସିରିଜ ଡ୍ର ହୋଇଛି। ମାନେ ଭାରତରେ ନ୍ୟୁଜିଲ୍ୟାଣ୍ଡ ଗୋଟେ ମଧ୍ୟ ଟେଷ୍ଟ ସିରିଜ ଜିତିପାରିନାହିଁ। ବର୍ଷ ୨୦୧୬ରେ ତିନୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୩-୦ରେ ଓ ବର୍ଷ ୨୦୧୨ରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୨-୦ରେ ଜିତିଯାଇଛି। ଏବେ ଭାରତ ବିରୁଦ୍ଧରେ ଭାରତରେ ପ୍ରଥମ ଟେଷ୍ଟ ସିରିଜ ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡ ପାଖରେ ମୌକା ଅଛି।

ମୁମ୍ବାଇର ଏହି ଷ୍ଟାଡିୟମ ନ୍ୟୁଜିଲ୍ୟାଣ୍ଡ ପାଇଁ ଭଲ ସାବ୍ୟସ୍ତ ହୋଇଥାଏ। ନ୍ୟୁଜିଲ୍ୟାଣ୍ଡ ଏହି ଗ୍ରାଉଣ୍ଡରର ୧୯୮୮ରେ ଶେଷ ଟେଷ୍ଟ ଖେଳିଥିଲା ଓ ସେହି ଟେଷ୍ଟରେ ଭାରତକୁ ୧୩୬ ରନରେ ହରାଇଥିଲା। ଭାରତ ମଧ୍ୟ ସେଠାରେ ଶେଷ ଟେଷ୍ଟ ବର୍ଷ ୨୦୧୬ରେ ଖେଳିଥିଲା। ସେବେ ଇଂଲଣ୍ଡ ଭାରତକୁ ଗୋଟେ ପାରି ଓ ୩୬ ରନରେ ହରାଇଥିଲା।

Google

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ୱାନଖଡେରେ ଗୋଟେ ଗୋଟେ ଟେଷ୍ଟ ଜିତିଛନ୍ତି: ଏହି ଷ୍ଟାଡିୟମରେରେ ଭାରତ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଏବେ ପର୍ଯ୍ୟନ୍ତ ୨ ଟି ଟେଷ୍ଟ ଖେଳାଯାଇଛି। ନ୍ୟୁଜଲ୍ୟାଣ୍ଡ ଗୋଟେ ଓ ଭାରତ ଗୋଟେ ମ୍ୟାଚ ଜିତିଛି। ଏହି ଷ୍ଟାଡିୟମରେ ଭାରତ ଏବେ ପର୍ଯ୍ୟନ୍ତ ମୋଟ ୨୫ ଟେଷ୍ଟ ମ୍ୟାଚ ଖେଳିଛି। ସେଥିମଧ୍ୟରୁ୧୧ ଟିରେ ବିଜୟ, ୭ ଟିରେ ପରାଜୟ ଓ ୭ ଟି ମ୍ୟାଚ ଡ୍ର ହୋଇଛି।

ବିରାଟ କୋହଲି ଫେରିବା ପରେ ବଦଳିବ ଚୂଡାନ୍ତ ଏକାଦଶ: ଭାରତ କାନପୁର ଟେଷ୍ଟ ଜିତିପାରିନାହିଁ ସତ କିନ୍ତୁ କିଛି ଖେଳାଳିଙ୍କୁ ପ୍ରଦର୍ଶନରେ ଟିମ ମ୍ୟାନେଜମେଣ୍ଟ ବହୁତ ଖୁସି ହେବ। ଖାସ କରିକରି ଡେବ୍ୟୁ କରିଥିବା ଶ୍ରେୟସ ଅୟର ସୁନ୍ଦର ବ୍ୟାଟିଙ୍ଗ କରିଥିଲେ। ସେ ପ୍ରଥମ ପାରିରେ ଶତକ ମାରିଥିବା ବେଳେ ଦ୍ୱିତୀୟ ପାରିରେ ଅର୍ଦ୍ଧଶତକ ମାରିଛନ୍ତି। ତେଣୁ ମୁମ୍ବାଇ ଟେଷ୍ଟରେ ତାଙ୍କୁ ଚୂଡାନ୍ତ ଏକାଦଶରୁ ବାହାର କରିବା କଷ୍ଟକର ହେବ। ଦ୍ୱିତୀୟ ଟେଷ୍ଟରେ ରେଗୁଲାର ଅଧିନାୟକ ବିରାଟ କୋହଲି ଫେରିବା ପରେ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହେବ।

Google

ମିଡ଼ିଲ ଅର୍ଡର ବଢାଇଲା ଟିମର ଚିନ୍ତା: କାନପୁର ଟେଷ୍ଟରେ ରାହାଣେ ଓ ପୂଜାରା ଦୁହେଁ ବଡ଼ ପାରି ଖେଳିପାରିନାହାନ୍ତି।ରାହାଣେ ଦୁଇଟି ଯାକ ପାରିରେ ୩୫ ଓ ୪ ରନ କରିଥିବା ବେଳେ ପୂଜାରା ୨୬ଓ ୨୨ ରନ କରିଛନ୍ତି। ଏବେ ଆଗାମୀ ଟେଷ୍ଟରେ ଦୁହିଁଜଣଙ୍କୁ ବାହାରିବାକୁ ପଡିପାରେ।ଏହା ପୂର୍ବରୁ କୋଚ ଦ୍ରାଭିଡ କହିଛନ୍ତି ଦୁହେଁ ଅନୁଭବୀ ଖେଳାଳି ଅଟନ୍ତି ଓ ଦୁହିଁଙ୍କୁ ଫର୍ମକୁ ଆସିବା ପାଇଁ ଗୋଟେ ମ୍ୟାଚ ଆବଶ୍ୟକ।ତେଣୁ ପ୍ରଶ୍ନ ଉଠୁଛି କଣ ଶ୍ରେୟସ ଅୟରଙ୍କୁ ବାହାରେ ବସିବାକୁ ପଡିପାରେ।

ବୋଲିଙ୍ଗରେ ପରିବର୍ତ୍ତନ ହୋଇପାରେ: ଭାରତୀୟ ଟିମ ପାଇଁ ବୋଲିଙ୍ଗରେ ଅସୁବିଧା ଆସିଛି କାରଣ ପ୍ରେସର ଅନୁଭବୀ ବୋଲର ଇସାନ୍ତ ଶର୍ମା ପ୍ରଥମ ଟେଷ୍ଟରେ ଗୋଟେ ମଧ୍ୟ ୱିକେଟ ନେଇପାରିନଥିଲେ। ତେଣୁ ଦ୍ୱିତୀୟ ଟେଷ୍ଟରେ ତାଙ୍କ ଜାଗାରେ ମହମ୍ମଦ ସିରାଜ ବା ପ୍ରସିଦ୍ଧ କୃଷ୍ଣାଙ୍କୁ ସାମିଲ କରାଯାଇପାରେ। ଏହି ଟେଷ୍ଟରେ ଭାରତୀୟ ଟିମ ତିନୋଟି ସ୍ପିନରଙ୍କ ସହ ଓହ୍ଲାଉଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *