IND vs NZ: ପ୍ରଥମ ଟେଷ୍ଟରେ ଭାରତ ହାତରୁ ବିଜୟ ନେଇଥିଲା ନ୍ୟୁଜିଲାଣ୍ଡ! ପରେ ଦ୍ୱିତୀୟ ଟେଷ୍ଟରେ ଭାରତର ଜୋରଦାର କମବ୍ୟାକ, ବିଜୟ ଠୁ ୫ ୱିକେଟ ଦୂରରେ ଟିମ ଇଣ୍ଡିଆ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ସୁନ୍ଦର ପ୍ରଦର୍ଶନ କରିଛି। ପ୍ରଥମ ପାରିରେ ଭାରତୀୟ ଦଳ ଭଲ ବ୍ୟାଟିଂ ସହ ବୋଲରଙ୍କ ଆକର୍ଷଣୀୟ ବୋଲିଂ ଫଳରେ ଦ୍ୱିତୀୟ ଟେଷ୍ଟ ବିଜୟ କରିବା ପାଇଁ ୫ ୱିକେଟ ଦୂରରେ ଅଛି ଟିମ ଇଣ୍ଡିଆ।

Google

୩ୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦଳ ୫ ୱିକେଟ ହରାଇ କରିଛି ୧୪୦ ରନ। ଆହୁରି ବିଜୟ ପାଇଁ ନ୍ୟୁଜିଲାଣ୍ଡକୁ ଦରକାର ୪୦୦ ରନ। ଆଉ ଭାରତକୁ ବିଜୟ ପାଇଁ ଦରକାର ୫ଟି ୱିକେଟ। ଏଯାଜ ପଟେଲ ପ୍ରଥମ ପାରିରେ ୧୦ ୱିକେଟ ନେଇ ଇତିହାସ ରଚିଥିଲେ। ନ୍ୟୁଜିଲାଣ୍ଡର ବ୍ୟାଟ୍ସମାନ ପ୍ରଥମ ପାରିରେ ୬୨ ରନରେ ଅଲଆଉଟ ହୋଇଯାଇଥିଲେ।

୫୪୦ ରନର ଟାର୍ଗେଟକୁ ପିଛା କରିବାକୁ ଆସିଥିବା ଓପନିଙ୍ଗ ଯୋଡି ଟମ ଲାଥମ ଏବଂ ୱିଲ ୟଙ୍ଗ ଆଉଟ ହୋଇଯାଇଛନ୍ତି। ଲାଥମ ୧୫ ବଲରେ ୬ ରନ କରି ଆଉଟ ହୋଇଯାଇଥିବା ବେଳେ ୟଙ୍ଗ ୪୧ ବଲରେ ୨୦ କରି ଆଉଟ ହୋଇଯାଇଛନ୍ତି। ଡାରଲୀ ମିଚେଲ ସୁନ୍ଦର ବ୍ୟାଟିଂ କରି ୯୨ ବଲରେ ୬୦ ବନାଇଥିଲେ। ତାଙ୍କର ଏହି ପାରିରେ ୭ଟି ଚୌକା ଏବଂ ୨ଟି ଛକା ସାମିଲ ଥିଲା। ସେ ଅକ୍ସରଙ୍କ ବଲରେ ଆଉଟ ହୋଇଗଲେ। ରସ ଟେଲର ୬ ରନ କରି ଆଉଟ ହୋଇଯାଇଛନ୍ତି। ଟମ ୦ ରେ ଆଉଟ ହୋଇଯାଇଥିଲେ। ହେନରି ନିକୋଲସ ୮୬ ବଲରେ ୩୬ କରି ନଟ ଆଉଟ ଅଛନ୍ତି। ରଚିନ ରବୀନ୍ଦ୍ର ୨୩ ବଲରେ ୨ କରି ନଟ ଆଉଟ ଅଛନ୍ତି।

 

ନ୍ୟୁଜିଲାଣ୍ଡର ୫ଟି ୱିକେଟ ଯାଇଛି। ଯେଉଁଥିରେ ରବିଚନ୍ଦ୍ରନ ଅଶ୍ୱିନୀ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ଅକ୍ସର ପଟେଲ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି। ଆଉ ଜଣେ ରନ ଆଉଟ ହୋଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *