MR.360 ଡିଭିଲିୟର୍ସ ଅବସର ନେବା ପରେ ଆରସିବିର ବଢ଼ିଲା ଚିନ୍ତା? କାହାକୁ କରିବ ଏବେ ରିଟେନ….

ତେବେ ଆଗାମୀ ୩୦ ତାରିଖ ଭିତରେ ସମସ୍ତ ଦଳକୁ ନିଜର କେଉଁ କେଉଁ ଖେଳାଳିଙ୍କୁ ନିଜର ଦଳରେ ରଖିବା ନିଶ୍ଚୟ କରିବା ସହିତ ଏହାର ଲିଷ୍ଟ ଦେବା ପାଇଁ ବିସିସିଆଇ ପକ୍ଷରୁ ନିର୍ଦ୍ଦେଶ ରହିଛି ବୋଲି ଜଣା ଯାଇଛି। ତେବେ ସୂଚନା ଥାଉ କି ଏହି ବର୍ଷ ଦୁଇଟି ନୂତନ ଦଳ ଆଇପିଏଲରେ ଭାଗ ନେବାକୁ ଯାଉଛନ୍ତି। ଯାହା ଫଳରେ ଏହି ବର୍ଷ ମେଗା ଅକ୍ସନ ହେବାକୁ ଯାଉଛି। ଯାହା ପ୍ରତ୍ୟେକ ଦଳ ନିଜର ୪ ଜଣ ଖେଳାଳିଙ୍କୁ ଦଳରେ ରଖିବା ସହିତ ବାକି ସମସ୍ତ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟା ପାଇଁ ଛାଡ଼ିବାକୁ ହେବ ବୋଲି ନିର୍ଦ୍ଦେଶ ରହିଛି।

Google

ତେବେ ବର୍ତ୍ତମାନ ଆରସିବି ଦଳ ପାଇଁ ବହୁତ ବଡ଼ ଚିନ୍ତାର ବିଷୟ ଏହା ହୋଇଛି କି ସେ କେଉଁ କେଉଁ ଖେଳାଳିଙ୍କୁ ଦଳରେ ରଖିବ ଓ କେଉଁ ଖେଳାଳିଙ୍କୁ ଛାଡିବ। ତେବେ ସୂଚନା ଥାଉ କି ବିରାଟ କୋହଲି ଏହି ବର୍ଷ ଅଧିନାୟକ ପଦ ଛାଡ଼ି ସାରିଛନ୍ତି। ଯାହା ଫଳରେ ଆଉ ଜଣେ ଅଧିନାୟକ ଏହି ଦଳରେ ରହିବା ଆବଶ୍ୟକ। ତେବେ ଏବି ଡିଭିଲିୟର୍ସ ଆଉ ଆଇପିଏଲ ଖେଳିବେନି ବୋଲି ପୋଷ୍ଟ କରିସାରିଛନ୍ତି।

ଏହା ସହିତ ଏହି ଦଳରେ ବର୍ତ୍ତମାନ ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ଅଛନ୍ତି। ତେବେ ତାଙ୍କର ପ୍ରଦର୍ଶନ ଗତ ଆଇପିଏଲରେ ଆର ସି ବି ପାଇଁ ବହୁତ ଅଧିକ ଭଲ ରହିଥିଲା। ଯେଉଁ କାରଣରୁ ତାଙ୍କୁ ମଧ୍ୟ ଦଳ ଛାଡ଼ି ନ ପାରେ। ଏହା ସହିତ ଆଡମ ଜମ୍ପା ମଧ୍ୟ ବର୍ତ୍ତମାନ ବିଶ୍ୱକପରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ଯାହା ଫଳରେ ତାଙ୍କୁ ମଧ୍ୟ ଦଳ ନ ଛାଡ଼ି ପାରେ। ତେବେ ନିୟମ ଅନୁସାରେ କେବଳ ଦୁଇଜଣ ବିଦେଶୀ ଖେଳାଳିଙ୍କୁ ଦଳରେ ରଖି ପାରିବେ।

ତେବେ ଯଦି ଏପରି ହୁଏ ତେବେ ଗ୍ଲେନ ମ୍ୟାକ୍ସୱେଲ ଓ ଆଡମ ଜାମ୍ପାଙ୍କ ମଧ୍ୟରୁ ଦଳ ଜଣଙ୍କୁ ରଖି ପାରିବ। ଦଳ କାହାକୁ ନିଜର ଦଳରେ ରଖି କାହାକୁ ନିଲାମ ପାଇଁ ଛାଡିବ ଏହା ବହୁତ ବଡ଼ ପ୍ରଶ୍ନ ହୋଇଛି। ତେବେ ଏହା ଦେଖିବାକୁ ବାକି ରହିଲା ଏହି ଦଳ କାହାକୁ ନିଜର ଦଳରେ ରଖୁଛି ଓ କାହାକୁ ନିଲାମ ପାଇଁ ଛାଡିବ। ତେବେ ଆପଣଂକୁ କଣ ଲାଗୁଛି ଆରସିବି ଦଳ କାହାକୁ କାହାକୁ ରଖିବା ଦରକାର ,ତାହା କମେଣ୍ଟ କରି ଜଣାଇବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *