ବୋଧେ ଭାରତୀୟ ଟିମରେ ମୋତେ ମିଳିନଥାନ୍ତା ସ୍ଥାନ: ଏବି ଡିଭିଲୟର୍ସ! କାହିଁକି କହିଲେ ଏମିତି?

ବ୍ୟୁରୋ ରିପୋର୍ଟ: ଦକ୍ଷିଣ ଆଫ୍ରିକା ଓ ଆରସିସିର ପୂର୍ଵ ଖେଳାଳି ଡିଭିଲିୟର୍ସ ଜଣେ ଵିସ୍ପୋଟକ ବ୍ୟାଟ୍ସମ୍ୟାନ ଅଟନ୍ତି। ସେ ମିଷ୍ଟର ୩୬୦ ନାମରେ ମଧ୍ୟ ପରିଚିତ। ସେ ଆକ୍ରାମକ ଅନ୍ଦାଜରେ ଖେଳିଥାନ୍ତି ଓ ଏଥିପାଇଁ ସେ ଖୁବ ଲୋକପ୍ରିୟ। କେବଳ ଦକ୍ଷିଣ ଆଫ୍ରିକା ନୁହେଁ ଭାରତରେ ମଧ୍ୟ ତାଙ୍କର ଅନେକ ପ୍ରସଂସକ ରହିଛନ୍ତି ଓ ଏହାର କାରଣ ହେଉଛି ଆଇପିଏଲ।ସେ ବର୍ଷ ୨୦୧୧ରେ ଆଇପିଏଲରେ ଆରସିବି ପଟୁ ଝେଳିବା ଆରମ୍ଭ କରିଥିଲେ। ସେ ଖେଳର ସବୁ ଫର୍ମାଟରୁ ସନ୍ୟାସ ନେଇସାରିଛନ୍ତି। ସେ ଖେଳୁଥିବା ସମୟରେ ଆରସିବି ତିନିଥର ଫାଇନାଲକୁ ଯାଇ ମଧ୍ୟ ଜିତିପାରିନଥିଲା।

Google

ସେ ଏକ ବୟାନ ଦେଇଛନ୍ତି ତାହା ଭାରତୀୟ ଟିମକୁ ନେଇ। ସେ କହିଛନ୍ତି ଭାରତୀୟ ଟିମରେ କୌଣସି ଖେଳାଳିକୁ ସ୍ଥାନ ପାଇବା ପାଇଁ ହେଲେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ପଡିବ। ସେ ଏହା ମଧ୍ୟ କହିରଖିବି ଦକ୍ଷିଣ ଆଫ୍ରିକା ପରି ଆରସିବି ମଧ୍ୟ ମୋର ଏକ ପରିବାର ପରି ଅଟେ।୧୦-୧୧ ବର୍ଷ ସେ ଏହି ଟିମ ପଟୁ ଖେଳିଆସିଛନ୍ତି ଓ ଏହି ସମୟରେ ତାଙ୍କ ଜୀବନରେ ବହୁତ କିଛି ବଦଳିଛି। ସେ ଆଗକୁ କହିଛନ୍ତି ଆଇପିଏଲ ଖେଳି ମୁଁ ଲୋକଙ୍କ ଯେଉଁ ଭଲ ପାଇବାପାଇଛି ତାହା ମୋ ପାଇଁ ବଡ଼ କଥା। ସେ ଭାରତରେ କ୍ରିକେଟର ଚାହଁକହିଛନ୍ତି ଏଠାରେ କ୍ରିକେଟକୁ ନେଇ ଯେଉଁ ରେସ୍ ରହିଛି ଯଦି ମୁଁ ଭାରତରେ ଜନ୍ମ ହୋଇଥାନ୍ତି କ୍ରିକେଟ ଖେଳିପାରିନଥାନ୍ତି। ଏହା ସହ ଭାରତୀୟ ଦଳରେ ସ୍ଥାନ ପାଇବା ଅତ୍ୟନ୍ତ କଠିନ ବୋଲି ମଧ୍ୟ ସେ କହିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *