ଡିଭିଲିୟର୍ସ ଅବସର ନେବା ପରେ ରସିଦ ଖାନ କଲେ ଏଭଳି ଟ୍ୱିଟ, ଜୋର ଧରିଲା ଖବର, ଦେଖନ୍ତୁ ଟ୍ୱିଟ

MR 360 ଡିଗ୍ରୀ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇସାରିଛନ୍ତି। ସେ ଆଇପିଏଲ ୨୦୨୨ ମଧ୍ୟ ଖେଳିବେ ନାହିଁ। ଦକ୍ଷିଣ ଆଫ୍ରିକାର ଏହି ପୂର୍ବତନ ଅଧିନାୟକ ବର୍ଷ ୨୦୧୮ରେ ଇଣ୍ଟରନେସନାଲ କ୍ରିକେଟରୁ ଅବସର ନେଇଥିଲେ। ଏହା ପରେ ସେ କେବଳ ଟି-୨୦ ଲିଗ ହିଁ ଖେଳୁଥିଲେ ସେ ଆଇପିଏଲରେ ଟିମ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପଟୁ ଖେଳୁଥିଲେ।

Google

୨୦୦୪ ରେ ଇଣ୍ଟରନେସନାଲ କ୍ରିକେଟରେ ଡେବ୍ୟୁ କରିଥିବା ଡିଭିଲିୟର୍ସ ୧୧୪ ଟେଷ୍ଟ, ୨୨୮ ଏକଦିବସିୟ ଓ ୭୮ ଟି-୨୦ ଇଣ୍ଟରନେସନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟିମରୁ ପ୍ରତିନିଧିତ୍ୱ କରିଛନ୍ତି। ଏକଦିବସିୟ କ୍ରିକେଟରେ ତାଙ୍କ ନାମରେ ସବୁଠୁ ଦ୍ରୁତ ବେଗରେ ଅର୍ଦ୍ଧଶତକ, ଶତକ ଓ ୧୫୦ ରନ ଲଗାଇବାର ରେକର୍ଡ ଅଛି। ୩୬୦ ଡିଗ୍ରୀ ନାମରେ ପ୍ରସିଦ୍ଧ ଡିଭିଲିୟର୍ସ କ୍ରିକେଟରେ ବୋଲରଙ୍କୁ ଯେଉଁଭଳି ବ୍ୟାଟିଂ କରିଥାନ୍ତା ଯାହା ଦ୍ୱାରା ବଡ଼ ବଡ଼ ବୋଲର ମଧ୍ୟ ତାଙ୍କ ନାମ ଶୁଣି ସତର୍କ ହୋଇଥାନ୍ତି।

ରାଶିଦ ଖାନ ଡିଭିଲିୟର୍ସଙ୍କ ପାଇଁ ଲେଖିଲେ ଖାସ ମ୍ୟାସେଜ: ଆଫଗାନିସ୍ତାନ ଓ ହାଇଦ୍ରାବାଦ ଟିମର ଷ୍ଟାର ବୋଲର ରାଶିଦ ଖାନ ଡିଭିଲିୟର୍ସଙ୍କ ଅବସର ଉପରେ ଲେଖିଛନ୍ତି ଏହା ମୋ ପାଇଁ ଓ ସବୁ ବୋଲରଙ୍କ ପାଇଁ ଏକ ଶାନ୍ତିରେ ବୋଲିଂ କରିବା ଭଳି ଖବର। ସୁନ୍ଦର ପ୍ରଦର୍ଶନ କରିବା ପାଇଁ ଓ ଅନେକ ଯୁବ ଖେଳାଳିଙ୍କୁ ପ୍ରେରଣା ଦେବାପାଇଁ ଅଶେଷ ଧନ୍ୟବାଦ। ରାସିଦ କହିଛନ୍ତି ଆମେ ଆପଣଙ୍କୁ ସର୍ଵଦା ମିଶ କରିବୁ ମିଷ୍ଟର ୩୬୦ ଡିଗ୍ରୀ।

ସନରାଇଜର୍ସ ହାଇଦ୍ରାବାଦ ବିରୁଦ୍ଧରେ ଖେଳିଥିଲେ ବଡ଼ ପାରି: ୨୦୧୬ରେ ଡିଭିଲିୟର୍ସ ଓ ବିରାଟ କୋହଲି ହାଇଦ୍ରାବାଦ ବିରୁଦ୍ଧରେ ଚିନାସ୍ୱାମୀ ଷ୍ଟାଡିୟମରେ ୧୫୭ ରନର ପାର୍ଟନରସିପ କରିଥିଲେ। ସେହି ମ୍ୟାଚରେ ଆରସିବି ୪ ୱିକେଟ ହରାଇ ୨୨୭ ରନ କରିଥିଲା। ବିରାଟ ୭୫ ଓ ଡିଭିଲିୟର୍ସ ୮୨ ରନ କରିଥିଲେ। ଡିଭିଲିୟର୍ସ ଆଇପିଏଲରେ ସଫଳ ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରୁ ଜଣେ।

ସେ ୧୮୪ ଆଇପିଏଲ ମ୍ୟାଚରେ ୩୯.୭୦ ର ଔସତରେ ୫୧୬୨ ରନ କରିଛନ୍ତି। ଯେଉଁଥିରେ ୩ ଟି ଶତକ ଓ ୪୦ ଅର୍ଦ୍ଧଶତକ ସାମିଲ ଅଛି।ଆଇପିଏଲ ୨୦୨୧ର ପ୍ରଥମ ଭାଗ କଥା କହିବା ତ ସେ ୬ ଟି ପାରିରେ ୫୧.୭୫ ଔସତରେ ୨୦୭ ରନ କରିଥିଲେ କିନ୍ତୁ ଦ୍ୱିତୀୟ ଭାଗରେ ସେ ଖାସ ପ୍ରଦର୍ଶନ କରିପାରିନଥିଲେ। ସେ ଆରସିବି ପାଇଁ ଲେଖିଥିଲେ ମୁଁ ଜୀବନ ସାରା ଆରସିବିଆନ ହେବାକୁ ଯାଉଛି। ଆରସିବିର ପ୍ରତ୍ୟେକ ବ୍ୟକ୍ତି ତାଙ୍କ ପାଇଁ ପରିବାର ହୋଇଯାଇଛି। ସେ କହିଛନ୍ତି ଲୋକ ଆସନ୍ତି ଓ ଚାଲିଯାଇଥାନ୍ତି କିନ୍ତି ଆରସିବି ପାଇଁ ଯେଉଁ ଭଲ ପାଇବା ତାହା ସର୍ଵଦା ରହିବ। ଡିଭିଲିୟର୍ସ କହିଛନ୍ତି ଏବେ ମୁଁ ଅଧା ଭାରତୀୟ ହୋଇଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *