ବ୍ୟୁରୋ ରିପୋର୍ଟ: ସିଡନି ସିକ୍ସର ବିଗ ବାସ ଲିଗର ଚ୍ୟାଲେଞ୍ଜର ମ୍ୟାଚରେ ଏଡିଲେଡ ଷ୍ଟାଇକର୍ସ ବିରୁଦ୍ଧରେ ଶେଷ ବଲରେ ବିଜୟ ହାସଲ କରିଛି। ଏହି ବିଜୟ ସହିତ ସିଡନୀ ସିକ୍ସର ବିଗ ବାସ ଲିଗର ଫାଇନାଲରେ ପହଁଚିଛି।

ବିଗ ବାସ ଲିଗର ଫାଇନାଲ ୨୮ ଜାନୁଆରୀକୁ ପର୍ଥ ସ୍କୋର୍ଚ୍ଚର୍ସ ଓ ସିଡନୀ ସିକ୍ସର ମଧ୍ୟରେ ଖେଳାଯିବାର ଅଛି। ଏହି ଫାଇନାଲକୁ ନେଇ ଡ୍ୟାନ ଖ୍ରୀଷ୍ଟିଆନଙ୍କର ଏକ ମଜେଦାର ଟ୍ୱିଟରେ ଏବି ଡିଭିଲିୟର୍ସ ଜବାବ ଦେଇ ଫାଇନାଲ ଖେଳିବାର ଇଚ୍ଛା ପ୍ରକାଶ କରିଛନ୍ତି।
ସିଡନିର ବିଜୟ ଚ୍ୟାଲେଞ୍ଜର ମ୍ୟାଚରେ ବିଜୟ ହାସଲ କରିବା ପରେ ମଧ୍ୟ ତାଙ୍କର କଷ୍ଟ କମିବାର ନା ହେଉନାହିଁ। ଚ୍ୟାଲେଞ୍ଜର ମ୍ୟାଚରେ ସିଡନି ସିକ୍ସରକୁ ନିଜର ଆସିଷ୍ଟାଣ୍ଡ କୋଚ ଯେ ଲୈଟନଙ୍କୁ ଓହ୍ଲାଇବାକୁ ପଡିଥିଲା। ଟିମ ବର୍ତ୍ତମାନ କରୋନା ସଂକ୍ରମଣ ଦେଇ ଗତିକରୁଛି।
AB de Villiers is keen to play the BBL grand finale. 😂#BBL11 #BBL2022 #ABdeVilliers pic.twitter.com/XTXBgCZ4dM
— CricTracker (@Cricketracker) January 27, 2022
ଖେଳାଳିଙ୍କ କମିକୁ ନେଇ ଜଣେ ସଦସ୍ୟ ଡ୍ୟାନ ଖ୍ରୀଷ୍ଟିଆନ ଏକ ମଜାଦାର ଟ୍ୱିଟ କରିଛନ୍ତି। ସେ ଏକ ଟ୍ୱିଟ କରି କହିଛନ୍ତି,”ମେଲବର୍ଣରେ ଆମ ଟିମକୁ ଗ ବ୍ୟାସର ଫାଇନାଲ ଖେଳିବା ପାଇଁ କିଛି ଖେଳାଳିଙ୍କ ଆବଶ୍ୟକତା ଅଛି। ମେଲବର୍ଣରେ ଯିଏ ବି ଅଛ ତାଙ୍କ ପାଇଁ ଏହା ଏକ ମୌକା ଅଭ୍ୟାସ ସକାଳ ୬.୩୦ରୁ ଆରମ୍ଭ ହେବ। ମ୍ୟାଚ ପରେ ସମସ୍ତଙ୍କୁ ଫ୍ରି ବୀୟର। ଟେଷ୍ଟ କ୍ରିକେଟରଙ୍କୁ ମୌକା ମିଳିବନି”।
ଅଲରାଉଣ୍ଡର ଡ୍ୟାନ ଖ୍ରୀଷ୍ଟିଆନଙ୍କ ଏହି ମଜାଦାର ଟ୍ୱିଟର ଜବାବରେ ଏବି ଡିଭିଲିୟର୍ସ ଲେଖିଛନ୍ତି,”ମୁଁ ପ୍ରସ୍ତୁତ ଅଛି ଯଦି ଆପଣ ମତେ ମୋର ପୁରା ଚାରି ଓଭର ପକାଇବାର ଭରସା ଦେବେ”।
I’m keen if u can guarantee me my 4 overs?
— AB de Villiers (@ABdeVilliers17) January 27, 2022
ଏବି ଡିଭିଲିୟର୍ସ କିଛି ଦିନ ପୂର୍ବରୁ କ୍ରିକେଟରୁ ଅବସର ନେଇଛନ୍ତି। ସିଡନି ସିକ୍ସରର ତିନିଜଣ ଖେଳାଳି ଜୋସ ଫିଲିପ,ମାଇକ ଏଡ଼ବର୍ଡସ ଓ ଜ୍ୟାକ ଏଡ଼ବର୍ଡସ କରୋନା ସଂକ୍ରମିତ ଅଛନ୍ତି। ଏହା ଛଡା ଅଧିନାୟକ ଏମ ହେନରିସ୍କ,ଡେନିୟଲ ହ୍ୟୁଯେସ,ଷ୍ଟିବ ଓକିଫ ଓ ଜୋର୍ଡନ ସିଲକିଙ୍କର ଫିଟନେସ ଉପରେ ମଧ୍ୟ ପ୍ରଶ୍ନ ଅଛି। ତେଣୁ ସିଡିନ ସିକ୍ସର ପାଖରେ ବଡ଼ ମ୍ୟାଚ ପୂର୍ବରୁ ଅସୁବିଧା ବଢିଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।