ବ୍ୟୁରୋ ରିପୋର୍ଟ: ବିରାଟ କୋହଲିଙ୍କୁ ଆଶା ଅଛି କି ତାଙ୍କ ସାଙ୍ଗ ବା ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନଙ୍କ ଏବି ଡିଭିଲିୟର୍ସ ଆଗାମୀ ବର୍ଷ ଆଇପିଏଲରେ କୌଣସି ବି ଭୂମିକାରେ ଆରସିବି ଟିମକୁ ଫେରିବେ। ଡିଭିଲିୟର୍ସ ଆରସିବିର ଏକ ପ୍ରମୁଖ ଖେଳାଳି ଥିଲେ କିନ୍ତୁ ପୂର୍ଵ ବର୍ଷ ସେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଥିଲେ। କୋହଲି ଆରସିବିର ଟ୍ୱିଟର ହ୍ୟାଣ୍ଡେଲରେ ଅଳ୍ପ କଥାରେ କହିଛନ୍ତି,”ସେ ମୋର ବହୁତ ମନେ ପଡୁଛନ୍ତି,ମୁଁ ନିୟମିତ ରୂପରେ ତାଙ୍କ ସହିତ କଥା ହେଉଛି ସେ ଅଳ୍ପ ଦିନ ତଳେ ନିଜ ପରିବାର ସହିତ ଗୋଲ୍ଫ ଦେଖିବା ପାଇଁ ଆମେରିକା ଯାଇଥିଲେ। ସେ ଆରସିବିର ପ୍ରଦର୍ଶନ ଉପରେ ନଜର ରଖିଥାନ୍ତି ଓ ଆଶା କରୁଛି କି ସେ ଆଗାମୀ ବର୍ଷ କୌଣସି ନା କୌଣସି ଭୂମିକାରେ ଆରସିବି ଟିମ ସହିତ ଯୋଡିହେବେ”।
Virat Kohli gives a hint of AB De Villiers returning back to RCB camp.#RCB #ViratKohli #CricTracker #Cricket #IPL2022 #ABDeVilliers pic.twitter.com/B0IBP0pba2
— CricTracker (@Cricketracker) May 11, 2022
କୋହଲି ଆଇପିଏଲ ୨୦୨୨ରେ ସବୁଠୁ ଖରାପ ଫର୍ମ ଦେଇ ଗତିକରୁଛନ୍ତି। ସେ ଆଇପିଏଲ ୨୦୨୨ରେ ଏବେ ପର୍ଯ୍ୟନ୍ତ ୧୨ମ୍ୟାଚରେ ୨୧୬ ରନ ହିଁ କରିଛନ୍ତି। ଏହି ସମୟରେ ସେ ତିନିଥର ଗୋଲଡେନ ଡ଼କରେ ଆଉଟ ହୋଇଇଛନ୍ତି ମାନେ ଶୂନ୍ୟରେ ଆଉଟ ହୋଇଛନ୍ତି। ସେ ଏହି ଆଇପିଏଲରେ ଗୋଟେ ଅର୍ଦ୍ଧଶତକ ମାରିଛନ୍ତି। ସେ ଆରମ୍ଭ କିଛି ମ୍ୟାଚରେ ତିନି ନମ୍ବରରେ ବ୍ୟାଟିଙ୍ଗ କରୁଥିଲେ କିନ୍ତୁ ଏବେ ଓପନିଙ୍ଗ କରୁଛନ୍ତି।
କୋହଲି କହିଛନ୍ତି ,”ମୋ କ୍ୟାରିଅରରେ ଏପରି କେବେ ହୋଇନାହିଁ। ମୁଁ ସବୁବେଳେ ହସିଦେଇଥାଏ। ମତେ ଲାଗୁଛି ଖେଳକୁ ମତେ ଯାହା ଦେଖାଇବା କଥା ସେ ଦେଖାଇସାରିଛି”। କୋହଲି କହିଛନ୍ତି ସେ ଲୋକଙ୍କ କଥାରେ ଧ୍ୟାନ ଦେଇନଥାନ୍ତି ଓ ଆଲୋଚନାକୁ ଧ୍ୟାନରେ ରଖିନଥାନ୍ତି।
Virat Kohli said "I miss AB a lot I speak to him regularly he is keenly watching the IPL and hopefully he will be here next year in some capacity…#ViratKohli #IPL #ABDevilliers pic.twitter.com/FWFOzJc19a
— A L I (@aalleey_56) May 11, 2022
ସେ ଆଗକୁ କହିଛନ୍ତି,”ସେ ମୋ ଜାଗା ନେଇପାରିବେ ନାହିଁ ଓ ମୁଁ ଯାହା ଭାବୁଛି ଭାବିପାରିବେ ନାହିଁ। ସେହି କ୍ଷଣକୁ ବଞ୍ଚିପାରିବେ ନାହିଁ। ମୁଁ ଟିଭି ବନ୍ଦ କରିଦେଇଥାଏ ବା ତାଙ୍କ କଥାକୁ ଧ୍ୟାନ ଦେଇନଥାଏ”। କୋହଲି ଆରସିବିର ଅଧିନାୟକତ୍ୱ ଛାଡିବା ପରେ ଡୁ ପ୍ଲେସି ଆରସିବିର ନୂତନ ଅଧିନାୟକ ହୋଇଛନ୍ତି। କୋହଲି କହିଛନ୍ତି ,”ଫାଫ ଓ ମୁଁ ଦୁହେଁ ଦୁହିଁଙ୍କ ସମ୍ମାନ କରିଥାଉ। ଆମ ଭିତରେ ସମ୍ପର୍କ ମଧ୍ୟ ବହୁତ ଭଲ ଅଟେ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।