Mr. 360° ଅର୍ଥାତ ଏବି ଡିଭିଲିୟର୍ସ ଆଇପିଏଲରେ ପୂର୍ବରୁ ଖେଳି ସାରିଛନ୍ତି। ସେ ଲଗାତାର ପ୍ରାୟ ଦଶ ବର୍ଷ ଧରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଆଇପିଏଲ ଖେଳିଛନ୍ତି। କିନ୍ତୁ ଚଳିତ ବର୍ଷ ଆଇପିଏଲ ସିଜିନ- ୧୫ ଆଗରୁ ସେ ନିଜ ନାମ ଫେରାଇ ନେଇଥିଲେ ଏବଂ ଆଗକୁ କ୍ରିକେଟ ଖେଳିବେ ନାହିଁ ବୋଲି ମଧ୍ୟ କହି ଦେଇଥିଲେ। କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ତାଙ୍କ କ୍ରିକେଟ ପ୍ରେମୀମାନଙ୍କୁ ବହୁତ କଷ୍ଟ ଦେଇଥିଲା।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚଳିତ ବର୍ଷ ଫାଫ ଡୁ ପ୍ଲେସିଙ୍କ ଅଧିନାୟକତ୍ୱରେ ଦିନେଶ କାର୍ତ୍ତିକଙ୍କ ଚମତ୍କାର ବ୍ୟାଟିଂ ଏବଂ ସମ୍ପୂର୍ଣ୍ଣ ଦଳର ସହାୟତା ଯୋଗୁଁ ପ୍ଲେ ଅଫରେ ପହଂଚି ଥିଲା। ଏହାପରେ ଏଲିମିନେଟର ରାଉଣ୍ଡରେ ବାଙ୍ଗାଲୋର ଲକ୍ଷନୌକୁ ୧୩ ରନରେ ହରାଇ କ୍ଵଲିଫାଏ- ୨ ରେ ପ୍ରେବଶ କରିଥିଲା। କ୍ବାଲିଫାୟରରେ ରାଜସ୍ଥାନ ରୟାଲସ ଏହି ମ୍ୟାଚକୁ ୭ ୱିକେଟରେ ଜିତି ନେଇଥିଲା। ବାଙ୍ଗାଲୋରର ପରାଜୟ ଦର୍ଶକମାନଙ୍କୁ ନିରାଶ କରିଥିଲା। ଆରସିବି ସମର୍ଥକମାନେ ଏହି ସମୟରେ ଏବି ଡିଭିଲିୟର୍ସଙ୍କ ବ୍ୟାଟିଂ କଥା ମନେ ପକାଉଥିଲେ। ତେଣୁ ସମସ୍ତଙ୍କ ଦାବି ରହିଥିଲା କି ଏବି ଡେଭିଲିୟର୍ସ ପୁଣି ଥରେ ଆରସିବି ପକ୍ଷରୁ କ୍ରିକେଟ ଖେଳନ୍ତୁ। ଏହା ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ଭାଇରାଲ ହେବାରେ ଲାଗିଲା। ଏହାପରେ ନିଜେ ଡିଭିଲିୟର୍ସ କହିଲେ କି ସେ ଆଗାମୀ ଆଇପିଏଲରେ ଆଇପିଏଲକୁ ଫେରିବେ। କିନ୍ତୁ ସେ ନିଜ ଭୂମିକା ସମ୍ପର୍କରେ କିଛି କହି ନଥିଲେ। କିନ୍ତୁ ତାଙ୍କ କଥା ରୁ ଜଣ ପଡୁଛି ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ କ୍ରିକେଟ ଖେଳି ପାରନ୍ତି ନେହେଲେ ସେ ବେଙ୍ଗାଲୁର ଦଳରେ ମେଣ୍ଟର ଭାବରେ ଯୋଗ ଦେଇ ପାରନ୍ତି।
ବିଶେଷ ସୂତ୍ରରୁ ଜଣା ଯାଉଛି କି ସେ ପରବର୍ତ୍ତୀ ଆଇପିଏଲରେ ସେ ନିଶ୍ଚିତ ଫେରିବେ। କିନ୍ତୁ କେଉଁ ଭୂମିକାରେ ଦେଖିବାକୁ ମିଳିବ ତାହା ସେ ଠିକ କରି ନାହାନ୍ତି। ଏହା ସହିତ ସେ ଏହା ମଧ୍ୟ କହିଥିଲେ ଯେ, ସେ ଆଇପିଏଲକୁ ବହୁତ ମିସ କରୁଛନ୍ତି। ତେଣୁ ପରବର୍ତ୍ତୀ ଆଇପିଏଲ ମ୍ୟାଚ ସେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଉପଭୋଗ କରିବାକୁ ଚାହାନ୍ତି।

ସେ ବର୍ତ୍ତମାନ ତାଙ୍କ ଦ୍ଵିତୀୟ ଘର ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମ ଫେରିବାକୁ ଚାହୁଁଛନ୍ତି। ଏଥିରୁ ସମ୍ପୂର୍ଣ୍ଣ ଭାବରେ ଜଣ ପଡୁଛି ଯେ, ସେ ପରବର୍ତ୍ତୀ ଆଇପିଏଲ ସିଜିନ ଖେଳି ପାରନ୍ତି। ସୂଚନାଯୋଗ୍ୟ ଯେ, ଏବି ଡିଭିଲିୟର୍ସ ୨୦୧୧ ରୁ ୨୦୨୧ ପର୍ଯ୍ୟନ୍ତ ରୟାଲ ଚ୍ୟାଲେଞ୍ଜରସ୍ ବାଙ୍ଗାଲୋର ପକ୍ଷରୁ ୧୮୪ ଟି ମ୍ୟାଚ ଖେଳିଛନ୍ତି। ଏଥିରେ ସେ ୩୯.୭୧ ଅଉସତରେ ୫୧୬୨ ରନ ସଂଗ୍ରହ କରିଛନ୍ତି। ଏଥିରେ ୪୦ ଟି ଅର୍ଦ୍ଧଶତକ ଏବଂ ୩ ଟି ଶତକ ସାମିଲ ରହିଛି। ବାଙ୍ଗାଲୋର ଦଳର ପ୍ରତ୍ୟେକ ମ୍ୟାଚର ରକ୍ଷାକର୍ତ୍ତା ଭାବରେ ନିଜ କାର୍ଯ୍ୟ ସମ୍ଭାଳୁ ଥିବା ଏବି ଡିଭିଲିୟର୍ସ ପରବର୍ତ୍ତୀ ଆଇପିଏଲରେ କିପରି ଅଂଶ ଗ୍ରହଣ କରୁଛନ୍ତି ତାହା ଦେଖିବା ରହିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।