IPL ୨୦୨୧: MR.360 ଏବି ଡିଭିଲିୟର୍ସ ଦେବେ କୋହଲିଙ୍କୁ କୋଚିଂ, ଜୋର ଧରିଲା ଖବର! କଣ ହେବେ RCB ର କୋଚ୍?

ଏବି ଡିଭିଲିୟର୍ସ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଯାଇଛନ୍ତି। ସେ ଆଇପିଏଲରେ ଆରସିବି ଟିମରେ ସାମିଲ ଥିଲେ। ସେ ଆଇପିଏଲ ୨୦୨୨ରେ ଖେଳିବେନି ବୋଲି ଜଣା ଯାଉଛି। ସେ ଏବେ ନୂଆ ରୋଲରେ ଦେଖାଯାଇପାରନ୍ତି। ଆରସିବିର ସଂଜୟ ବାଙ୍ଗର ଏହାକୁ ନେଇ ଇସାରା କରିଛନ୍ତି। ଆଇପିଏଲର ରୋମାଞ୍ଚକ ଆଉ ବଢିବାର ଚାନ୍ସ ଅଛି କାରଣ ଏଥର ୮ ଜାଗାରେ ୧୦ ଟି ଟିମ ଖେଳିବାର ଚାନ୍ସ ଅଛି। ଲଖନଉ ଓ ଅହମ୍ମଦାବାଦ ଦୁଇଟି ନୂଆ ଟିମ ଅଟନ୍ତି।

Google

ଷ୍ଟାର ସ୍ପୋର୍ଟସରେ କମେଟ୍ରି କରିବା ସମୟରେ ସଂଜୟ ବାଙ୍ଗର କହିଛନ୍ତି ଡିଭିଲିୟର୍ସଙ୍କ ପରି ଖେଳାଳି ଯଦି ବ୍ୟାଟିଙ୍ଗ କୋଚ ଦେବେ ତେବେ ଏହା କୌଣସିବି ବ୍ୟାଟ୍ସମ୍ୟାନ ପାଇଁ ଭଲ ଖବର ହେବ। ତାଙ୍କ ପାଖରେ ଭଲ ଅନୁଭବ ରହିଛି କିନ୍ତୁ ଟିମ ମ୍ୟାନେଜମେଣ୍ଟ ଏବେ। ପର୍ଯ୍ୟନ୍ତ ଏହାକୁ ନେଇ କୌଣସି କଥା କହିନାହିଁ। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକାର ଏହି ଖେଳାଳି ଅନେକ ବର୍ଷ ପର୍ଯ୍ୟନ୍ତ ଆରସିବି ସହ ଖେଳିଲେ ଯଦି ଏବେ ସେ ଆରସିବିର ବ୍ୟାଟିଙ୍ଗ କୋଚ ହେବେ ତେବେ ସେ କୋହଲିଙ୍କୁ ଟିପ୍ସ ଦେଉଥିବା ଦେଖାଯିବେ।

ଆକାଶ ଚୋପ୍ରା କହିଲେ ବ୍ୟାଟିଙ୍ଗ କୋଚର କଣ ଆବଶ୍ୟକ:

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଆକାଶ ଚୋପ୍ରା ଓ ସଂଜୟ ବାଙ୍ଗର ଦୁହେଁ କମେଟ୍ରି କରୁଥିଲେ। ଏହି ସମୟରେ ଆକାଶ ଚୋପ୍ରା କହିଥିଲେ ଯେବେ ଟିମ ପାଖରେ ରାହୁଲ ଦ୍ରାଭିଡଙ୍କ ପରି କୋଚ ଅଛନ୍ତି ତେବେ ବ୍ୟାଟିଙ୍ଗ କୋଚର କଣ ଆବଶ୍ୟକ। ଦ୍ରାଭିଡ ଏବେ ଟିମ ଇଣ୍ଡିଆର ମୁଖ୍ୟ କୋଚ ଓ ବିକ୍ରମ ରାଠୋର ବ୍ୟାଟିଙ୍ଗ କୋଚ।

Google

ଏହି କଥା ଉପରେ ପୂର୍ଵ ଭାରତୀୟ ବ୍ୟାଟିଙ୍ଗ କୋଚ ସଂଜୟ ବାଙ୍ଗର କହିଥିଲେ ମୁଖ୍ୟ କୋଚଙ୍କୁ ବ୍ୟାଟିଙ୍ଗ ସହ ବୋଲିଙ୍ଗ ଓ ଟିମ ରଣନୀତି ଉପରେ ଧ୍ୟାନ ଦେବାକୁ ପଡିଥାଏ। ତେଣୁ ତାଙ୍କ ପାଖରେ ଅଧିକ ସମୟ ନଥାଏ। ତେଣୁ ବ୍ୟାଟିଙ୍ଗ କୋଚ ଖାସ କରି ଖେଳାଳିଙ୍କୁ ଦୃବଳତା ଉପରେ କାମ କରିଥାନ୍ତି। ଆଇପିଏଲ କଥା କହିବା ତ ଆଗାମି ମାସରେ ମେଗା ଆକ୍ସନ ହେବ। ଆଗାମୀ ସିଜନରେ ୬୦ ବଦଳରେ ୭୪ ଟି ମ୍ୟାଚ ଖେଳାଯିବାର ଚାନ୍ସ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *