ସବୁ ଫର୍ମାଟରୁ ଅବସର ନେଇଗଲେ କ୍ରିକେଟର ସୁପରମ୍ୟାନ ଏବି ଡିଭିଲିୟର୍ସ, RCB ଫ୍ୟାନ୍ସଙ୍କ ଭିତରେ ଦୁଃଖର ଲହରୀ

ଭାରତରେ କ୍ରିକେଟ କହିଲେ କେତେକ ଲୋକମାନେ ସଚିନ, ଧୋନି, ଗାଭାସ୍କର ଏବଂ କପିଳ ଦେବଙ୍କ ନାଁ ନେଇଥାନ୍ତି। ହେଲେ ସେ ଜଣେ ଭାରତୀୟ ନ ହୋଇକି ବି ପ୍ରାୟ ପ୍ରତି ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ଜାଗା କିଣିନେଇଥିଲେ। ସେ ଆଉ କେହି ନୁହନ୍ତି ଯାହାକୁ କ୍ରିକେଟ ଜଗତ MR.360 ବୋଲି ଜାଣେ ସେ ଏବେ ସବୁ ଫର୍ମାଟରୁ ଅବସର ଗ୍ରହଣ କରିନେଇଛନ୍ତି।

ତାଙ୍କର ଏହି ପୋଷ୍ଟ କେତେକ କ୍ରିକେଟ ପ୍ରେମୀଙ୍କ ମନ ଦୁଃଖ କରିଦେଇଛି। ତାଙ୍କର ସେହି ଖେଳ ଷ୍ଟାଇଲ , ତାଙ୍କର ସେହି ସୁପରମ୍ୟାନ ଭଳିଆ କ୍ୟାଚ ଆଉ କିଏ ଧରିବ? କହିରଖିବୁ ସେ ଆନ୍ତର୍ଜାତୀୟ କ୍ରିକେଟରୁ ତ ଅବସର ନେଇଥିଲେ ହେଲେ ସେ ଏଇ କିଛି ସମୟ ପୂର୍ବରୁ ପୋଷ୍ଟ କରି ଜଣାଇଛନ୍ତି କି ସେ ସବୁ ଫର୍ମାଟରୁ ଅବସର ନେଇଗଲେ।

ସେ ଆଉ RCB ପଟେ ଖେଳିବେନି। ଏହା RCB ଫ୍ୟାନ୍ସ ମାନଙ୍କ ମନରେ ଦୁଃଖ ଦେଇଛି। ହେଲେ RCB ଫ୍ୟାନ୍ସଙ୍କୁ କେତେକ ମ୍ୟାଚରେ ଖୁସି କରାଇବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

 

କେତେକ କ୍ରିକେଟ ଫ୍ୟାନ୍ସ ଏବେ ଦୁଃଖ କାରଣ ତାଙ୍କର ଯୋଉ ଖେଳ ,ତାଙ୍କର ଯେଉଁ ଫିଲଡିଂ ଆଉ ଦେଖିବାକୁ ନ ମିଳିପାରେ। ସେ ଏମିତି ଏକ ଖେଳାଳି ଥିଲେ ଯିଏ କି ବୋଲିଂ କରୁଥିଲେ, ବ୍ୟାଟିଂ କରିଥିଲେ ,ୱିକେଟ କିପିଙ୍ଗ ବି କରିଥିଲେ ଏବଂ ଫିଲ୍ଡିଂ କରୁଥିଲେ।

ଆଶା କରୁଛୁ ତାଙ୍କର ଜୀବନ ସୁଖରେ ବିତୁ। କ୍ରିକେଟ ଜଗତରେ କେତେକ ଫ୍ୟାନ୍ସଙ୍କୁ ଖୁସି କରିଥିବାରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆପଣଂକୁ ଏବି ଡିଭିଲିୟାର୍ସ କେମିତି ଲାଗନ୍ତି ତାହା ଆମକୁ କମେଣ୍ଟ ବିଭାଗରେ ଜଣାଇବେ।

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *