ମ୍ୟାଚ ଚାଲୁଥିବା ସମୟରେ ସାହିନ ଆଫ୍ରିଦି ପିଚରେ କଲେ ଲଜ୍ଜାଜନକ ହରକତ! ଛକା ଖାଇ ସାରିବା ପରେ କଲେ ଏମିତି, ଦେଖନ୍ତୁ ଭିଡିଓ

ଅଷ୍ଟ୍ରେଲିଆ ବିରୁଦ୍ଧରେ ସେମିଫାଇନାଲ ମ୍ୟାଚରେ ମାଥୟୁ ୱେଡ଼ ଯେଉଁ ବୋଲରଙ୍କୁ ୩ଟି ଛକା ଲଗାଇ ଅଷ୍ଟ୍ରେଲିଆକୁ ଫାଇନାଲକୁ ଉତ୍ତୀର୍ଣ୍ଣ କରେଇଥିଲେ ସେହି ବୋଲରଙ୍କ ରାଗ ବହୁତ ବଢିଯାଇଛି ଓ ଏହା ଦେଖା ମଧ୍ୟ ଯାଉଛି। ଯଦି କୌଣସି ବ୍ୟାଟ୍ସମ୍ୟାନ ତାଙ୍କୁ ଛକା ମାରୁଛି ଏହା ତାଙ୍କ ଦ୍ଵାରା ବରଦାସ୍ତ ହେଉନାହିଁ। ସେ ଛକା ମାରୁଥିବା ବ୍ୟାଟ୍ସମ୍ୟାନ ଉପରେ ଭାରି ପଡୁଛନ୍ତି। ବଙ୍ଗଳାଦେଶ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ବଙ୍ଗଳାଦେଶ ବ୍ୟାଟ୍ସମ୍ୟାନ ଅଫିକ ହୁସେନଙ୍କ ଛକା ଖାଇବା ପରେ ସେ ତାଙ୍କୁ ଆଘାତ କରିଦେଇଥିଲେ।

 

କ୍ରିକେଟ ମ୍ୟାଚରେ ବ୍ୟାଟ୍ସମ୍ୟାନ ଓ ବୋଲର ମଧ୍ୟରେ ଦ୍ଵନ୍ଦ ତ ଆପଣ ପ୍ରାୟ ଦେଖିଥିବେ। ନିଜ ଦେଶର ଖେଳାଳିଙ୍କ ଦ୍ଵାରା କ୍ୟାଚ ଖସିବା ପରେ ମଧ୍ୟ ରାଗ ଆପଣ ବି ପ୍ରାୟ ଦେଖିଥିବେ କିନ୍ତୁ କଣ ଆପଣ କୌଣସି ଏପରି ବୋଲର ଦେଖିଛନ୍ତି ଯିଏକି ଛକା ଖାଇବା ପରେ ଏତେ ମାତ୍ରାରେ ରାଗିଯାଉଛି କି ବ୍ୟାଟ୍ସମ୍ୟାନ ଉପରେ ରାଗ ଦେଖାଉଛି।

କିଛି ଏପରି ଘଟଣା ଦେଖିବାକୁ ମିଳିଛି ପାକିସ୍ତାନ ଓ ବଙ୍ଗଳାଦେଶ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ। ଯେଉଁଠି ପାକିସ୍ତାନର ବୋଲର ସାହିନ ଆଫରିଦି ବଙ୍ଗଳାଦେଶ ବ୍ୟାଟ୍ସମ୍ୟାନ ଅଫିକ ହୁସେନଙ୍କ ଦ୍ଵାରା ଛକା ଖାଇବା ପରେ ଜାଣିଶୁଣି ବଲ ତାଙ୍କ ଉପରକୁ ମାରିଥିଲେ।

ବଲଟି ଜୋରେ ବାଜିଥିଲା କି ବଲ ବାଜିବା ପରେ ଅଫିକ ହୁସେନ ତଳେ ପଡିଯାଇଥିଲେ ଓ କଷ୍ଟ ଅନୁଭବ କରିଥିଲେ। ଏହା ଏତେ ଭୟାନକ ଥିଲାକି ଅନେକ ସମୟ ପର୍ଯ୍ୟନ୍ତ ଖେଳକୁ ଅଟକାଯାଇଥିଲା। ବଲଟି ତାଙ୍କ ଗୋଡରେ ବାଜିଥିଲା ଯାହା ପରେ ଅନେକ ସମୟ ପର୍ଯ୍ୟନ୍ତ ସେ ଠିକସେ ଚାଲିପାରିନଥିଲେ। ଏପରି ନଥିଲାକି ସେ ରନ ନେଉଥିଲେ ବା ପିଚ ବାହାରେ ଥିଲେ କିନ୍ତୁ ଅଫରିଦି ଏପରି ଜାଣିଶୁଣି କରିଥିବା କୁହାଯାଉଛି। ସୋସିଆଲ ମିଡ଼ିଆରେ କ୍ରିକେଟ ପ୍ରସଂସକ ସାହିନ ଆଫରିଦିଙ୍କ ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଅନେକ ପ୍ରସଂସକ କହିଛନ୍ତି ଆଫରିଦିଙ୍କୁ ନିଜ ରାଗ ଉପରେ କାବୁ ରଖିବା ଆବଶ୍ୟକ ଓ ଆଉ କିଛି ପ୍ରସଂସକ କହିଛନ୍ତି ମ୍ୟାଚ ରେଫରି ତାଙ୍କ ଉପରେ କାର୍ଜ୍ୟାନୁଷ୍ଠାନ ନେବା ଆବଶ୍ୟକ। ବଲ ବାଜିବା ପରେ ଆଫରିଦି ବ୍ୟାଟ୍ସମ୍ୟାନଙ୍କ ନିକଟକୁ ଯାଇ ତାଙ୍କ ଅବସ୍ଥା ପଚାରି ବୁଝିଥିଲେ।

ଏମିତି କରିବା ଦ୍ୱାରା ବ୍ୟାଟ୍ସମାନ ଆଘାତ ହେବାର ଚାନ୍ସ ଅଛି। ନିଜ ରାଗକୁ ନିଜ ଆୟତରେ ରଖିବା ଆବଶ୍ୟକ ଅଟେ। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ କମେଣ୍ଟରେ ଜଣାଇବେ। କଣ ଆପଣଙ୍କ ମତ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *