କୋହଲିଙ୍କ କ୍ୟାପଟେନସିକୁ ନେଇ କିଛି ଏପରି କହିଦେଲେ ପାକିସ୍ତାନର ପୂର୍ବ ବୋଲର ସାହିଦ ଆଫ୍ରିଦି, ଏହାକୁ ନେଇ କଣ ଆପଣଙ୍କ ମତ?

ବିରାଟ କୋହଲିଙ୍କୁ ସବୁ ଫର୍ମାଟରୁ ଅଧିନାୟକ ପଦ ଛାଡିଦେବା ଉଚିତ। ଏପରି କହୁଛନ୍ତି ପାକିସ୍ତାନର ପୂର୍ଵ ଅଧିନାୟକ ସାହିଦ ଆଫ୍ରିଦି। ଟି-୨୦ ବିଶ୍ୱକପ ପରେ ବିରାଟ କୋହଲି ଭାରତୀୟ ଟି-୨୦ ଅଧିନାୟକ ପଦ ଛାଡିସାରିଛନ୍ତି। ଏହା ପୂର୍ବରୁ ସେ ଆଇପିଏଲର ଅଧିନାୟକ ପଦ ଛାଡିଥିଲେ। ଏବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ଯେଉଁ ଟି-୨୦ ସିରିଜ ଖେଳିବେ ସେଥିରେ ଟି-୨୦ରେ ନୂଆ ଅଧିନାୟକ ହେବେ ରୋହିତ ଶର୍ମା କିନ୍ତୁ ଆଫ୍ରିଦିଙ୍କୁ କଣ ପାଇଁ ଏପରି ଲାଗୁଛି କି କୋହଲି ସବୁ ଫର୍ମାଟରୁ ଅଧିନାୟକ ପଦ ଛାଡିଦିଅନ୍ତୁ।

Google

ସାହିଦ ଆଫ୍ରିଦିଙ୍କ କହିବା ଅଟେକି କୋହଲି ଏବେ ସବୁ ଫର୍ମାଟରୁ ଅଧିନାୟକ ପଦ ଛାଡି ନିଜ ବ୍ୟାଟିଙ୍ଗ ଉପରେ ଧ୍ୟାନ ଦିଅନ୍ତୁ। କାରଣ ସେ ଜଣେ ମହାନ ବ୍ୟାଟ୍ସମ୍ୟାନ ଅଟନ୍ତି। ଯଦି ସେ ଅଧିକ ବ୍ୟାଟିଙ୍ଗରେ ଧ୍ୟାନ ଦେବେ ତେବେ ଏହା ଟିମ ଇଣ୍ଡିଆକୁ ଭଲ ଫାଇଦା ଦେବ।

ଆଫ୍ରିଦି କୋହଲିଙ୍କୁ ନେଇ କହିଛନ୍ତି,”ବିରାଟ କୋହଲି ଭାରତୀୟ କ୍ରିକେଟ ପାଇଁ ଏକ ଅଦ୍ଭୁତ ଶକ୍ତି ଅଟନ୍ତି କିନ୍ତୁ ମତେ ଲାଗୁଛି କି ଏହା ଭଲ ହେବ ଯଦି ସେ ସବୁ ଫର୍ମାଟର ଅଧିନାୟକ ପଦ ଛାଡିଦେବେ। ବିରାଟ କୋହଲିଙ୍କୁ ଅଧିନାୟକତ୍ୱ ଛାଡିଦେବା ଉଚିତ ଓ ନିଜର ବାକି ମ୍ୟାଚର ଆନନ୍ଦ ଉଠାଇବା ଉଚିତ।

Google

ସେ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ଓ ଅଧିନାୟକତ୍ୱ ଛାଡିବା ପରେ ସେ ବିନା ଚାପରେ ଖୋଲିକି ଖେଳିପାରିବେ। ଅଧିନାୟକତ୍ୱ ଛାଡିବା ପରେ ସେ ନିଜ କ୍ରିକେଟର ପୁରା ଲାଭ ଉଠାଇପାରିବେ। କୋହଲି ଆରସିବିର ଅଧିନାୟକତ୍ୱ ପଦ ମଧ୍ୟ ଛାଡିସାରିଲେଣି”।

ସାହିଦ ଆଫ୍ରିଦି ସିଧା କହିଛନ୍ତି ସେ ଚାହୁଁଛନ୍ତି କୋହଲି ସବୁ ଅଧିନାୟକତ୍ୱ ପଦ ଛାଡିଦେଇ ନିଜ ବ୍ୟାଟିଙ୍ଗ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ସେ ରୋହିତ ଶର୍ମାଙ୍କୁ ନେଇ ମଧ୍ୟ କହିଛନ୍ତି ସେ ଜଣେ ଭଲ ଅଧିନାୟକ ଅଟନ୍ତି। କହିରଖିବୁ ଆଫରିଦି ଓ ରୋହିତ ଆଇପିଏଲରେ ଗୋଟେ ଟିମ ଡେକାନ ଚାର୍ଜର ପଟୁ ଖେଳିଥିଲେ।

Google

ସେ ରୋହିତଙ୍କୁ ନେଇ କହିଥିଲେ,”ମୁଁ ରୋହିତ ଶର୍ମାଙ୍କ ସହିତ ଡେକାନ ଚାର୍ଜର ପଟୁ ଖେଳିଛି। ସେ ଜଣେ ଭଲ ଖେଳାଳି ଅଟନ୍ତି ଓ ତାଙ୍କର ଶର୍ଟ ସିଲେକ୍ସନ ବହୁତ ଭଲ। ସେ ବହୁତ ଶାନ୍ତ କିନ୍ତୁ ଆବଶ୍ୟକତା ସ୍ଥଳରେ ରାଗ ଦେଖାଇଥାନ୍ତି। ତାଙ୍କୁ ଅଧିନାୟକ ରୂପରେ ଗୋଟେ ମ୍ୟାଚର ଆବଶ୍ୟକତା ଥିଲା। ତେବେ ଏହାକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *