ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ଦ୍ୱିତୀୟ ବା ଶେଷ ଟେଷ୍ଟ ମ୍ୟାଚ ଖେଳାଯାଉଥିଲା। ଏହି ମ୍ୟାଚରେ ଭାରତୀୟ ଓପନର ମୟଙ୍କ ଅଗ୍ରୱାଲ ନିଜ ଟେଷ୍ଟ କ୍ୟାରିଅରର ଚତ୍ରୁର୍ଥ ଶତକ ମାରି ଟିମକୁ ଅସୁବିଧା ସମୟରୁ ବାହାର କରିଛନ୍ତି। ଏହି ଟେଷ୍ଟ ମ୍ୟାଚ ପୂର୍ବରୁ ଚୂଡାନ୍ତ ଏକାଦଶରେ ତାଙ୍କ ଜାଗା ପକା ଜଣାପଡୁନଥିଲା କିନ୍ତୁ ରାହାଣେ ଆଘାତ ହେବା ପରେ ତାଙ୍କୁ ଜାଗା ମିଳିଲା ଓ ମୟଙ୍କ ସୁନ୍ଦର ବ୍ୟାଟିଂ କଲେ। ସେ ପାଖାପାଖି ଦୁଇ ବର୍ଷ ପରେ ଟେଷ୍ଟରେ ଶତକ ମାରିଛନ୍ତି।ଏହା ପୂର୍ବରୁ ସେ ବଙ୍ଗଳାଦେଶ ବିରୁଦ୍ଧରେ ଇନ୍ଦୋରରେ ୨୦୧୯ରେ ଡବଲ ଶତକ ମାରିଥିଲେ। ଏହା ପରେ ସେ ୭ଟି ଟେଷ୍ଟ ଖେଳିଛନ୍ତି କିନ୍ତୁ କୌଣସି ଶତକ ମାରି ନାହାନ୍ତି। ମୁମ୍ବାଇ ଟେଷ୍ଟରେ ଶତକ ମାରି ମଧ୍ୟ ସେ ଖୁସି ନାହାନ୍ତି ଓ ସେ ଏହାର କାରଣ ମଧ୍ୟ କହିଛନ୍ତି।
When one tyre is injured, the other scores a century! Fantastic 100 by #MayankAgarwal #INDvsNZ pic.twitter.com/RjeF37bU8q
— Harsh Goenka (@hvgoenka) December 3, 2021
ପ୍ରସିଦ୍ଧ କ୍ରିଷ୍ଣା ବିସିସିଆଇ ଟିଭିରୁ ମୟଙ୍କଙ୍କୁ ତାଙ୍କ ଶତକ ବିଷୟରେ ପଚାରିଥିଲେ। ମୟଙ୍କ କହିଥିଲେ,”ଏହା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ମୁମ୍ବାଇରେ ଶତକ ମାରିବା କୌଣସିବି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ଖାସ ହୋଇଥାଏ। କିନ୍ତୁ ଏହି ପାରି ଏତେ ମଧ୍ୟ ଭଲ ନଥିଲା ଯେତିକି ଆମେ ଭାବୁଥିଲୁ। ଏହି ପାରି କଷ୍ଟକର ମଜବୁତ ବିଶ୍ୱାସ ଦ୍ଵାରା ମୁଁ ଏହି ପାରି ଖେଳିପାରିଲି। ଟେଷ୍ଟ କ୍ରିକେଟରେ ଏକ ପ୍ଲାନ କରିବା ଓ ତାଙ୍କୁ ସଫଳ କରିବା ଆବଶ୍ୟକ ହୋଇଥାଏ। ମୁଁ ପୁରା ଦିନ ବ୍ୟାଟିଙ୍ଗ କରି ଖୁସି ଅଛି। ମୁଁ ବଲକୁ ପାଖରୁ ଦେଖିବା ପାଇଁ ଚେଷ୍ଟା କରିଛି”।
ଟେଷ୍ଟ କ୍ରିକେଟ ପ୍ରକୃତ ପରୀକ୍ଷା ନେଇଥାଏ:ମୟଙ୍କ:
ଏହି କଥାବାର୍ତ୍ତା ମଧ୍ୟରେ ମୟଙ୍କ ଅଗ୍ରୱାଲ କହିଛନ୍ତି ଟେଷ୍ଟ କ୍ରିକେଟରେ ରନ କରିବା ସବୁବେଳେ ଭଲ ଲାଗିଥାଏ। ସେ କହିଛନ୍ତି,”ମୁଁ ସର୍ଵପ୍ରଥମେ ମୋର ସାହାଯ୍ୟ କରିବା ପାଇଁ ଭଗବାନଙ୍କୁ ଧନ୍ୟବାଦ। ଟେଷ୍ଟ କ୍ରିକେଟ ଏକ ଏପରି ଜିନିଷ ଯାହାକୁ ମୁଁ ଅପେକ୍ଷା କରିଥାଏ। ସବୁ କ୍ରିକେଟର ଛୋଟବେଳୁ ହିଁ ଟେଷ୍ଟ କ୍ରିକେଟ ଖେଳିବାର ସ୍ୱପ୍ନ ଦେଖିଥାନ୍ତି। ଏହି ଫର୍ମାଟରେ ରନ କରିବା କଷ୍ଟକର ହୋଇଥାଏ। ଟେଷ୍ଟ କ୍ରିକେଟ ବାସ୍ତବରେ ପ୍ରକୃତ ପରୀକ୍ଷା ନେଇଥାଏ। କିନ୍ତୁ ଯେବେ ଆପଣ ଭଲ କରିଥାନ୍ତି ଭିତରୁ ଖୁସି ମିଳିଥାଏ”।
A solid 💯-run partnership comes up between @mayankcricket & @cheteshwar1 👌👌
Live – https://t.co/KYV5Z1jAEM #INDvNZ @Paytm pic.twitter.com/jGAbSbvG8V
— BCCI (@BCCI) December 5, 2021
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।