ଏଜାଜ ପଟେଲ ଟେଷ୍ଟ କ୍ରିକେଟର ଏକ ପାରିରେ ଦଶ ୱିକେଟ ନେଇଥିବା ଦୁନିଆର ତୃତୀୟ ଖେଳାଳି ହୋଇଯାଇଛନ୍ତି। ସେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଏହି କାରନାମା କରିଛନ୍ତି। ସେ ଭାରତର ମହମ୍ମଦ ସିରାଜଙ୍କୁ ଆଉଟ କରି ୧୦ ୱିକେଟ ପୁରା କଲେ। ସେ ଭାରତର ଅନୀଲ କୁମ୍ବଲେ ଓ ଇଂଲଣ୍ଡର ଜିମି ଲେକରଙ୍କ ପରେ ଏପରି କାରନାମା କରିଥିବା ତୃତୀୟ ଖେଳାଳି ଅଟନ୍ତି। ଏବେ ପର୍ଯ୍ୟନ୍ତ ତିନୋଟି ଯାକ ସ୍ପିନର ଏହି କାରନାମା କରିଛନ୍ତି କିନ୍ତୁ ପ୍ରଥମ ଥର କୌଣସି ଖେଳାଳି ବିଦେଶରେ ଖେଳି ଏପରି କରିଛି। ଏହା ପୂର୍ବରୁ କୁମ୍ବଲେ ଓ ଲେକର ଏପରି କରିଥିଲେ।

ଏଯାଜ ପଟେଲଙ୍କ କଥା କହିବା ତ ଏହା ତାଙ୍କ ଟେଷ୍ଟ କ୍ୟାରିଅରର ୧୦ ମ ମ୍ୟାଚ। ଏହା ପୂର୍ବରୁ ସେ ଗୋଟେ ପାରିରେ ୫ ରୁ ଅଧିକ ୱିକେଟ ନେଇପାରିନଥିଲେ। ଏହା ପୂର୍ବରୁ ୫୯ ରନ ଦେଇ ୫ ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା। ୬୮ ଫାଷ୍ଟ କ୍ଳାସ ମ୍ୟାଚ ଖେଳିମଧ୍ୟ ମୁମ୍ବାଇରେ ଜନ୍ମ ହୋଇଥିବା ଏଯାଜ ପଟେଲ ଗୋଟେ ପାରିରେ ୬ ୱିକେଟ ହିଁ ନେଇଥିଲେ। କିନ୍ତୁ ମୁମ୍ବାଇର ୱାଖଡେ ଷ୍ଟାଡିୟମରେ ସେ ନୂଆ ରେକର୍ଡ କରିଛନ୍ତି।
ଲେକର ଅଷ୍ଟ୍ରେଲିଆ ବିରୁଦ୍ଧରେ ଓ କୁମ୍ବଲେ ପାକିସ୍ତାନ ବିରୁଦ୍ଧରେ ଏପରି କରିଥିଲେ: ଇଂଲଣ୍ଡର ଅଫ ସ୍ପିନର ଜିମ ଲେକର ସର୍ଵ ପ୍ରଥମେ ଏପରି ୧୯୫୬ରେ କରିଥିଲେ ଓ ସେ ଅଷ୍ଟ୍ରେଲିଆ ବିରୁଦ୍ଧରେ ମଞ୍ଚେଷ୍ଟରରେ ଏପରି କରିଥିଲେ। ସେ ୫୧.୨ ଓଭରରେ ୫୩ ରନ ଦେଇ ୧୦ ୱିକେଟ ନେଇଥିଲେ। ସେହିପରି ମହାନ ଭାରତୀୟ ଲେଗ ସ୍ପିନର ଅନୀଲ କୁମ୍ବଲେ ୧୯୯୯ରେ ଦିଲ୍ଲୀରେ ପାକିସ୍ତାନ ବିରୁଦ୍ଧରେ ୧୦ ୱିକେଟ ନେଇଥିଲେ। ସେ ୨୬.୩ ଓଭରରେ ୭୪ ରନ ଦେଇ ୧୦ ୱିକେଟ ନେଇଥିଲେ। ଏବେ ଏଯାଜ ପଟେଲ ୪୭.୫ ଓଭରରେ ୧୧୯ ରନ ଦେଇ ୧୦ ୱିକେଟ ଅକ୍ତିଆର କରିବାରେ ସଫଳ ରହିଛନ୍ତି।
Welcome to the club #AjazPatel #Perfect10 Well bowled! A special effort to achieve it on Day1 & 2 of a test match. #INDvzNZ
— Anil Kumble (@anilkumble1074) December 4, 2021
ଏଯାଜ ପଟେଲଙ୍କର ୱିକେଟ କଥା କହିବାତ ସେ ୨ ଟି ଖେଳାଳିଙ୍କୁ ବୋଲ୍ଡ କରିଛନ୍ତି, ତିନି ଖେଳାଳିଙ୍କୁ ଏଲବୀଡବ୍ଲୁ କରିଛନ୍ତି ଓ ୫ ଖେଳାଳିଙ୍କୁ କ୍ୟାଚ ଆଉଟ କରାଇଛନ୍ତି। ବିରାଟ କୋହଲିଙ୍କ ୱିକେଟ ତାଙ୍କ ପାଇଁ ଲକି ଥିଲା ଏହା ପରଠୁ ସେ ଭାରତ ଉପରେ ଚାପ ପକାଇଲେ। ସେ ପ୍ରଥମ ଦିନ ୪ ଟି ଓ ଦ୍ୱିତୀୟ ଦିନ ୬ ଟି ୱିକେଟ ନେଇଥିଲେ।
ପ୍ରଥମ ଥର ପ୍ରଥମ ପାରିରେ ୧୦ ୱିକେଟ ନେଲେ: ଜିମ ଲେକର ଅଷ୍ଟ୍ରେଲିଆ ବିରୁଦ୍ଧରେ ଯେଉଁ ଗୋଟେ ପାରିରେ ୧୦ ୱିକେଟ ନେଇଥିଲେ ତାହା ମ୍ୟାଚର ତୃତୀୟ ପାରି ଥିଲା। ତୃତୀୟ ପାରିରେ ପିଚ ସ୍ପିନରଙ୍କୁ ସହାୟକ ହୋଇଥାଏ। ସେହିପରି ଅନୀଲ କୁମ୍ବଲେ ମ୍ୟାଚର ଚତ୍ରୁର୍ଥ ପାରିରେ ଏପରି କରିଥିଲେ କିନ୍ତୁ ଏଯାଜ ପଟେଲ ମ୍ୟାଚର ପ୍ରଥମ ପାରିରେ ଏପରି କରିଥିବା ପ୍ରଥମ ଖେଳାଳି ଅଟନ୍ତି।ଏହିପରି ମାତ୍ର ୧୧ ତମ ଟେଷ୍ଟରେ ସେ ନ୍ୟୁଜିଲ୍ୟାଣ୍ଡର ଟେଷ୍ଟ ଇତିହାସର ସର୍ବଶ୍ରେଷ୍ଠ ବୋଲର ହୋଇଯାଇଛନ୍ତି।
Sensational! Just sensational!! To take all 10 wickets in a Test innings is the stuff dreams are made of. Take a bow, Ajaz Patel, you are in the elite company of Jim Laker and Anil kumble. And to do it in the city of your birth, wow!! pic.twitter.com/iA6biAC4gz
— VVS Laxman (@VVSLaxman281) December 4, 2021
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।