IND vs NZ: ସିରିଜ ଜିତିବା ପରେ ଭାରତୀୟ ଟିମ ଏଯାଜ ପଟେଲଙ୍କୁ ଦେଲେ ଖାସ ପୁରସ୍କାର, ପଢନ୍ତୁ ପୁରା ଖବର

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟର ପ୍ରଥମ ପାରିରେ ନ୍ୟୁଜିଲାଣ୍ଡର ସ୍ପିନର ଏଯାଜ ପଟେଲ ଭାରତର ୧୦ ଟି ଯାକ ୱିକେଟ ଅକ୍ତିଆର କରିଥିଲେ। ଟେଷ୍ଟ କ୍ରିକେଟରେ ଗୋଟେ ପାରିରେ ସବୁ ୧୦ ଟି ଯାକ ୱିକେଟ ଅକ୍ତିଆର କରିଥିବା ୧୪୪ ବର୍ଷରେ ତୃତୀୟ ବୋଲର ଅଟନ୍ତି। ସେ ଭାରତର ପ୍ରଥମ ପାରିରେ ୪୭.୫ ଓଭର ବୋଲିଙ୍ଗ କରି ୧୧୯ ରନ ଦେଇ ୧୦ ୱିକେଟ ଅକ୍ତିଆର କରିଥିଲେ। ସେ ଇଂଲଣ୍ଡର ଜିମ ଲେକର ଓ ଭାରତର ଅନୀଲ କୁମ୍ବଲେଙ୍କର ବରାବରି କରିଛନ୍ତି।

Google

ଏଯାଜ ପଟେଲ ଗୋଟେ ପାରିରେ ୧୦ ୱିକେଟ ନେଲେ ସତ କିନ୍ତୁ ନିଜ ଟିମକୁ ଜିତାଇପାରିଲେନି। ଏହି ମ୍ୟାଚ କେବଳ ତାଙ୍କ ସୁନ୍ଦର ୧୦ ୱିକେଟ ପାଇଁ ପ୍ରସିଦ୍ଧ ହୋଇଗଲା। ଏହା ପରାଜୟ ଟିମ ପାଇଁ କୌଣସି ବୋଲରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ଏହା ପୂର୍ବରୁ ଏହି ରେକର୍ଡ ଜବାଗଲ ଶ୍ରୀନାଥଙ୍କ ନାମରେ ଥିଲା। ଯିଏକି ପାକିସ୍ତାନ ବିରୁଦ୍ଧରେ କଲିକତାରେ ୧୩୨ ରନ ଦେଇ ୧୩ ୱିକେଟ ଅକ୍ତିଆର କରିଥିଲେ। ଏହି ମ୍ୟାଚ ଭାରତ ୪୬ ରନରେ ହାରିଯାଇଥିଲା। ଏବେ ପରାଜୟ ଟିମ ପଟୁ ସବୁଠୁ ଅଧିକ ୱିକେଟ ଗୋଟେ ପାରିରେ ନେବାର ରେକର୍ଡ ଏଯାଜ ପଟେଲଙ୍କ ନାମରେ ହୋଇଯାଇଛି। ଏହା ପୂର୍ବରୁ ଏହି ରେକର୍ଡ କପିଲ ଦେବ (୮୩/୯) ଙ୍କ ନାମରେ ଥିଲା।

ଏଯାଜ ପଟେଲଙ୍କର ଏହି ଖାସ ରେକର୍ଡ ପରେ ଟିମ ଇଣ୍ଡିଆର ସବୁ ଖେଳାଳି ତାଙ୍କୁ ପୁରସ୍କାର ଦେଇଛନ୍ତି। ସବୁ ଖେଳାଳି ଏକ ଜର୍ସିରେ ଦସ୍ତଖତ କରି ତାଙ୍କୁ ଦେଇଛନ୍ତି। ବିସିସିଆଇ ନିଜ ଅଫିସିଆଲ ଆକାଉଣ୍ଟରେ ଅଶ୍ୱିନୀ ଓ ଏଯାଜ ପଟେଲଙ୍କର ଇଣ୍ଟରଭିଉର କିଛି ଫଟୋ ସେୟାର କରିଛନ୍ତି। ଏଥିରେ ଅଶ୍ୱିନୀ ଏଯାଜଙ୍କୁ ଖାସ କରିଜର୍ସି ଦେଉଥିବା ଦେଖାଯାଉଛି।

ଏହା ପୂର୍ବରୁ ମଧ୍ୟ ଏଯାଜଙ୍କ ୧୦ ୱିକେଟକୁ ନେଇ ଅଧିନାୟକ କୋହଲି ଓ କୋଚ ରବି ଶାସ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ରାହୁଲ ଦ୍ରାଭିଡ ଓ କୋହଲି ନ୍ୟୁଜିଲାଣ୍ଡର ଡ଼ଗ ଆଉଟକି ଯାଇ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ସୋସିଆଲ ମିଡ଼ିଆରେ ଏହାର ଭିଡ଼ିଓ ବହୁତ ଭାଇରାଲ ହେଉଛି।

 

ଏହାର ପୁର୍ବଦିନ ଭାରତର ଷ୍ଟାର ସ୍ପିନର ଅଶ୍ୱିନୀ ତାଙ୍କୁ ଷ୍ଟାଣ୍ଡିଙ୍ଗ ଓବିସନ ଦେଇଥିଲେ। କହିରଖିବୁକି ଜିମ ଲେକର ଓ ଅନୀଲ ଦୁଇ ଅନ୍ୟ ବୋଲର ଅଟନ୍ତି ଯିଏକି ଏହି ଉପଲବ୍ଧି ହାସଲ କରିଥିଲେ। ସୁନ୍ଦର କଥା ଏହା କି କୁମ୍ବଲେ ପାକିସ୍ତାନ ବିରୁଦ୍ଧରେ ଏହି ସଫଳତା ପାଇଥିଲେ ଓ ସେବେ ରାହୁଲ ଦ୍ରାଭିଡ ଚୁଡାନ୍ତ ଏକାଦଶରେ ଥିଲେ। ଏହା ଦ୍ୱିତୀୟ ଥର ଯେବେ ଏହି ଉପଲବ୍ଧି ଦ୍ରାଭିଡ ଦେଖୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *