ସାଉଥ ଆଫ୍ରିକାରେ କିଏ ପାଇବେ ଚାନ୍ସ? କଣ ପୁଣି ଥରେ ରାହାଣେ ଖେଳିବେ ଦଳରେ ନା ଆୟରଙ୍କୁ ମିଳିବ ସୁଯୋଗ?

ସଦ୍ୟ ସମାପ୍ତ ନ୍ୟୁଜିଲାଣ୍ଡର ଭାରତ ଗସ୍ତରେ ଅନେକ ନୂତନ ଯୁବ ଖେଳାଳିଙ୍କ ଉନ୍ନତମାନର ପ୍ରଦର୍ଶନ ପରିଲକ୍ଷିତ ହୋଇଛି। ଭାରତ ଏହି ଦୁଇଟି ଟେଷ୍ଟ ମ୍ୟାଚର ସିରିଜକୁ ୧-୦ ରେ ଜିତି ନେଇଛି। ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ଵରେ ହୋଇଥିବା ପ୍ରଥମ ଟେଷ୍ଟ ଡ୍ର ରହିଥିବା ବେଳେ ବିରାଟ ଦଳ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ୩୭୨ ରନର ବ୍ୟବଧାନରେ ଜିତି ନେଇଛି।

Google

ମାତ୍ର ଦଳର କିଛି ଖେଳାଳିଙ୍କ ପ୍ରଦର୍ଶନ ନେଇ ଏବେ ଟିମ ମ୍ୟାନେଜମେଣ୍ଟ ଚିନ୍ତାରେ। ଅଜିଙ୍କ୍ୟ ରାହାଣେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟରେ ଖେଳିଥିଲେ। ସେ ପ୍ରଥମ ଇନିଂସରେ ୬୩ ବଲରେ ୩୫ ରନ ସଂଗ୍ରହ କରିବା ସହିତ ଦ୍ୱିତୀୟ ଇନିଂସରେ ୧୫ ଟି ବଲରେ ମାତ୍ର ୪ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ। ସେଥିପାଇଁ ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ପରେ ତାଙ୍କୁ ଟିମର ଏକାଦଶ ସଦସ୍ୟଙ୍କ ମଧ୍ୟ ରେ ସ୍ଥାନ ମିଳି ନଥିଲା। ସେ ୨୦୨୧ ମସିହାରେ ୧୨ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ସେଥିରେ ୧୯.୭୫ ଔସତରେ ୪୧୧ ରନ କରିଛନ୍ତି। କୌଣସି ଗୋଟିଏ ମାତ୍ର ମ୍ୟାଚରେ ସେ ଶତକ ମଧ୍ୟ ମାରି ନାହାଁନ୍ତି।

ପୂର୍ବ ରେକର୍ଡ ଦେଖିଲେ ଜାଣିପାରିବା ଯେ, ଅଜିଙ୍କ୍ୟ ରାହାଣେଙ୍କ ପ୍ରଦର୍ଶନ ବିଦେଶୀ ମାଟିରେ ଅଦ୍ଭୁତ ରହିଛି। ସାଉଥ ଆଫ୍ରିକାରେ ରାହାଣେଙ୍କ ପ୍ରଦର୍ଶନ ମଧ୍ୟ ଅତି ଉନ୍ନତ ରହିଛି। ସେଠାରେ ସେ ୩ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଏବଂ ୫୩.୨୦ ଔସତ ହାରରେ ୨୬୬ ରନ ସଂଗ୍ରହ କରିଛନ୍ତି। ଏଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ ଥିବା ବେଳେ ୯୬ ତାଙ୍କର ସର୍ବାଧିକ ସ୍କୋର ରହିଛି। ଏବେ ପର୍ଯ୍ୟନ୍ତ ସେ ସାଉଥ ଆଫ୍ରିକା ବିପକ୍ଷରେ ସମସ୍ତ ଜାଗାରେ ୧୦ ଟି ଟେଷ୍ଟ ମ୍ୟାଚ ଖେଳି ୭୪୮ ରନ ସଂଗ୍ରହ କରିଛନ୍ତି। ସେ ୫୭.୩୩ ହାରରେ ରନ ସଂଗ୍ରହ କରିବା ସହିତ ୩ ଟି ଶତକ ଓ ୩ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

Google

ଅଜିଙ୍କ୍ୟ ରାହାଣେ ଭାରତୀୟ ମାଟିରେ ୩୨ ଟି ଟେଷ୍ଟ ମ୍ୟାଚ ଖେଳି ୩୫.୭୩ ହାରରେ ୧୬୪୪ ରନ ସଂଗ୍ରହ କରିଛନ୍ତି। ଏଥିରେ ୪ ଟି ଶତକ ସାମିଲ ରହିଛି। ସେ ବିଦେଶୀ ମାଟିରେ ୪୬ ଟି ଟେଷ୍ଟ ମ୍ୟାଚ ଖେଳି ୪୧.୭୧ ହାରରେ ୩୦୮୭ ରନ ସଂଗ୍ରହ କରିଛନ୍ତି। ଏଥିରେ ୮ ଟି ଦର୍ଶନୀୟ ଶତକ ସାମିଲ ରହିଛି। ଏହି ରେକର୍ଡକୁ ଭିତ୍ତି କରି ମ୍ୟାନେଜମେଣ୍ଟ ତାଙ୍କୁ ଦଳରେ ସାମିଲ କରିବାର ସମ୍ଭାବନା ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *