ଅନୁଭବୀ ଖେଳାଳି ଅଜିଙ୍କ୍ୟ ରାହାଣେଙ୍କୁ ବର୍ଷ ୨୦୧୭ରେ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆରେ ଜାଗା ମିଳିନଥିଲା। ଏବେ ଭାରତୀୟ ଟିମର ପୂର୍ଵ ହେର୍ଡ କୋଚ ରବି ଶାସ୍ତ୍ରୀ ଏହାର କାରଣ କହିଛନ୍ତି। ଶାସ୍ତ୍ରୀ କହିଛନ୍ତି ରୋହିତ ଶର୍ମା ଓ ରାହାଣେଙ୍କ ଟେଷ୍ଟ ଟିମରେ ସବୁବେଳେ ତୁଳନା ହୋଇଥାଏ। ରାହାଣେଙ୍କୁ ଏବେ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ଉପ ଅଧିନାୟକ ମଧ୍ୟ କରାଯାଇନାହିଁ।

ଶାସ୍ତ୍ରୀ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ବୟାନରେ କହିଛନ୍ତି,”ରୋହିତ ଓ ରାହାଣେଙ୍କ ମଧ୍ୟରେ ସବୁବେଳେ ତୁଳନା ହେଉଛି। ବର୍ଷ ୨୦୧୭ରେ କେପଟାଉନ ଟେଷ୍ଟ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା। ଦୁହିଁଙ୍କୁ ସେବେ ଟିମରେ ଜାଗା ଦେବା କଷ୍ଟକର ଦେଖାଯାଉଥିଲା ଓ ସେବେ ରୋହିତ ବହୁତ ଭଲ ଫର୍ମରେ ଥିଲେ। ରୋହିତଙ୍କ ମଧ୍ୟରେ ରନ କରିବାକୁ ନେଇ ଭୋକ ଥିଲା ଓ ସେ ଟେଷ୍ଟ ପାଇଁ ବହୁତ ପରିଶ୍ରମ କରିଥିଲେ। ତେଣୁ ଆମେ ଦୁହେଁଭଲ ଫର୍ମ ସହିତ ଯିବାକୁ ଠିକ ଭାବିଲୁ”।
ବର୍ଷ ୨୦୧୮ରେ ଏଜବେଷ୍ଟନ ଟେଷ୍ଟରେ ଚେତେଶ୍ୱର ପୂଜାରାଙ୍କୁ ବାହାର କରାଯାଇଥିଲା।ସେବେ ଏହାକୁ ନେଇ ଅନେକ ଆଲୋଚନା ହୋଇଥିଲା ଓ ଟିମ ଚୟନକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଶାସ୍ତ୍ରୀ କହିଛନ୍ତି,”ଆମେ ତାଙ୍କୁ ଏହି ବିଷୟରେ ପୂର୍ଵରୁ କହିଦେଇଥିଲୁ। ସେ ଫର୍ମରେ ନଥିଲେ ଓ ସେ ଜାଣିଥିଲି କଣ ପାଇଁ ତାଙ୍କୁ ଟିମରୁ ବାହାର କରାଯାଇଛି। ମୁଁ ନିଜେ ପୂଜାରାଙ୍କ ସହ ଏହା ବିଷୟରେ କଥା ହୋଇଥିଲି”।

ସେ କହିଛନ୍ତି,”ଆପଣ ଦେଖିଥିବେ ପୂଜାରାଙ୍କୁ ବାହାର କରାଯିବା କିପରି ଏହା ତାଙ୍କ ପାଇଁ ଭଲସାବ୍ୟସ୍ତ ହେଲା। ସେ ଏହା ପରେ ସୁନ୍ଦର ଫର୍ମ ନେଇ ଟିମକୁ ଫେରିଥିଲେ। ସେ ବର୍ଷ ୨୦୧୮ରେ ସାଉଥପଟନରେ ଖେଳାଯାଇଥିବା ଟେଷ୍ଟରେ ୧୩୨ ରନର ନଟ ଆଉଟ ପାରି ଖେଳିଥିଲେ। ଏହା ଛଡା ଅଷ୍ଟ୍ରେଲିଆ ବିରୁଦ୍ଧରେ ଏଡିଲେଡ଼, ସିଡନି ଓ ମେଲବର୍ଣରେ ଖେଳାଯାଇଥିବା ଟେଷ୍ଟରେ ମଧ୍ୟ ଶତକ ମାରିଥିଲେ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।