ଆନ୍ଦ୍ର ରସେଲ ଜଣେ ଏପରି ବ୍ୟାଟ୍ସମ୍ୟାନ ଯେତେବେଳେ ସେ ବ୍ୟାଟିଂ କରିବାକୁ ଆସନ୍ତି, ସେତେବେଳେ ତାଙ୍କ ଜବରଦସ୍ତ ବ୍ୟାଟିଂ ଦ୍ୱାରା ଦର୍ଶକମାନେ ଭରପୁର ମନୋରଞ୍ଜନ କରିଥାଆନ୍ତି। ତାଙ୍କ ବ୍ୟାଟିଂ ଦ୍ୱାରା ସେ ପ୍ରତ୍ୟେକ ମ୍ୟାଚର ଫଳାଫଳକୁ ପରିବର୍ତ୍ତନ କରିଦେଇପାରେ। ବର୍ତ୍ତମାନ ସେ ‘ଦ ସିକ୍ସଟି ଟୁର୍ଣ୍ଣାମେଂଟ’ ରେ ଏପରି ପ୍ରଦର୍ଶନ କରିଛନ୍ତି ଯାହାକୁ ଦେଖି ତାଙ୍କ ସମର୍ଥକମାନେ ଖୁସିରେ ବିଭୋର ହୋଇ ପଡିଛନ୍ତି। ସୂଚନାଯୋଗ୍ୟ ଯେ, ବସେଷ୍ଟରରେ ତ୍ରିନିବାଇଗୋ ନାଇଟ ରାଇଡ଼ର୍ସ ପକ୍ଷରୁ ଖେଳୁଥିବା ସମୟରେ ସେ ସେଣ୍ଟ କିଟ୍ସ ଏଣ୍ଡ ନେଉଇସ ପେଟ୍ରିୟଟସ ବିପକ୍ଷରେ ୨୪ ବଲରେ ୭୨ ରନର ଏକ ଜବରଦସ୍ତ ପାରି ଖେଳିଥିଲେ ଯେଉଁଥିରେ ସେ ୫ ଟି ଚୌକା ଏବଂ ୮ ଟି ଛକା ଲଗାଇଥିଲେ। ସେ ଏହି ମ୍ୟାଚରେ ଛଅଟି ବଲରେ ଛଅଟି ଛକା ଲଗାଇଥିଲେ। ସେ ଲଗାତାର ଗୋଟିଏ ଓଭରରେ ଲଗାଇନଥିଲେ ମଧ୍ୟ ଲଗାତାର ୬ ଟି ବଲରେ ୬ ଟି ଛକା ଲଗାଇଥିଲେ।

ସେ ପ୍ରଥମେ ଡୋମେନିକ ଡ୍ରିକସ ଓଭରର ଅନ୍ତିମ ୪ ଟି ବଲରେ ୪ ଟି ଛକା ଲଗାଇଥିଲେ। ଏହାର ଠିକ ପରବର୍ତ୍ତୀ ଜନ ରସ ଜାଗେସରଙ୍କ ଓଭରରେ ପ୍ରଥମ ଦୁଇଟି ବଲରେ ଦୁଇଟି ଛକା ଲଗାଇ ପୁଣି ଥରେ ଦର୍ଶକଙ୍କ ମନରେ ରୋମାଞ୍ଚକର ସୃଷ୍ଟି କରିଥିଲେ। ଗୋଟିଏ ଓଭରରେ ନ ଲଗାଇଲେ ମଧ୍ୟ ଲଗାତାର ୬ ଟି ବଲରେ ୬ ଟି ଛକା ଲଗାଇ ରେକର୍ଡ କରିଥିଲେ।
6 sixes in a rowwww!!!!
Andre Russell 🔥🔥🔥🔥 https://t.co/TnrpsLN3yg
— r ★ (@itzzRashmi) August 28, 2022
ଦ ସିକ୍ସଟି ଟୁର୍ଣ୍ଣାମେଂଟର ନବମ ମ୍ୟାଚରେ ରସେଲ ୨୪ ବଲରେ ୭୨ ରନ ସଂଗ୍ରହ କରିବା ଦ୍ୱାରା ତ୍ରିନିବାଇଗୋ ନାଇଟ ରାଇଡ଼ର୍ସ ନିର୍ଦ୍ଧାରିତ ୧୦ ଓଭରରେ ୫ ଟି ୱିକେଟ ହରାଇ ୧୫୫ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ସେଣ୍ଟ କିଟ୍ସ ଏଣ୍ଡ ନେଉଇସ ପେଟ୍ରିୟଟସ ଦଳ ୧୦ ଓଭରରେ ୪ ଟି ୱିକେଟ ହରାଇ ୧୫୨ ରନ କରି ପାରିଥିଲେ। ଯାହାଦ୍ୱାରା ତ୍ରିନିବାଇଗୋ ନାଇଟ ରାଇଡ଼ର୍ସ ୩ ରନରେ ବିଜୟ ହାସଲ କରିଥିଲା। ଆନ୍ଦ୍ର ରସେଲ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ତାଙ୍କ କମାଲ ସେ ଏହା ପୂର୍ବରୁ ଆଇପିଏଲରେ ମଧ୍ୟ ଦେଖାଇ ସାରିଛନ୍ତି। ସେ କୋଲକାତା ନାଇଟ ରାଇଡ଼ର୍ସ ପକ୍ଷରୁ ଜବରଦସ୍ତ ବ୍ୟାଟିଂ ମଧ୍ୟ କରିଥାଆନ୍ତି।