ବ୍ୟୁରୋ ରିପୋର୍ଟ: ବଙ୍ଗଳାଦେଶ ପ୍ରିମୀୟର ଲିଗର ଆରମ୍ଭ ଗୋଟେ ଦିନ ପୂର୍ବରୁ ହୋଇସାରିଛି। ଶୁକ୍ରବାରକୁ ଦୁଇଟି ମ୍ୟାଚ ଖେଳାଯାଇଥିଲା ଯେଉଁଥିରେ ଅଧିକ ଚର୍ଚ୍ଚା ଦ୍ୱିତୀୟ ମ୍ୟାଚକୁ ନେଇ ହେଉଛି ଓ ଏହାର କାରଣ ଏକ ରନ ଆଉଟ ଅଟେ। ଏହା ଆଗରୁ କ୍ରିକେଟରେ ହୁଏତ କେହି ଦେଖିନଥିବେ। ଏହି ଅଦ୍ଭୁତ ରନ ଆଉଟର ହେଲେ ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଆନ୍ଦ୍ର ରସେଲ। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ବଙ୍ଗଳାଦେଶ ପ୍ରିମୀୟର ଲିଗରେ ଶୁକ୍ରବାରକୁ ଦ୍ୱିତୀୟ ମ୍ୟାଚ ମିନିଷ୍ଟର ଗ୍ରୁପ ଢାକା ଓ ଖୁଲନା ଟାଇଗର୍ସ ମଧ୍ୟରେ ହୋଇଥିଲା। ରସଲ ମିନିଷ୍ଟର ଗ୍ରୁପ ପଟୁ ଖେଳୁଥିଲେ। ପ୍ରସଂସକଙ୍କୁ ଏହି ମ୍ୟାଚରେ ରସଙ୍କ ଆକ୍ରାମକ ପାରିର ଅପେକ୍ଷା ଥିଲା। କିନ୍ତୁ ସେ ଆକ୍ରାମକ ପାରି ଆରମ୍ଭ କରିବେ ଏହା ପୂର୍ବରୁ ଅଦ୍ଭୁତ ଭାବେ ରନଆଉଟ ହୋଇଯାଇଥିଲେ।
ଏହି ମ୍ୟାଚରେ ଆନ୍ଦ୍ର ରସେଲଙ୍କ ଟିମ ମିନିଷ୍ଟର ଗ୍ରୁପ ଢାକା ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିଲା ଓ ରସେଲ ୧୫ ତମ ଓଭରରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିଲେ। ଏହି ଓଭର ଖୁଲନା ଟାଇଗର୍ସ ତରଫରୁ ତିସାରା ପରେରା ପକାଉଥିଲେ। ରସେଲ ସେହି ଓଭରର ପଞ୍ଚମ ବଲରେ ଛକା ମାରି କିପରି ଖେଳିବେ ଜଣାଇଦେଇଥିଲେ।
ରସେଲ ଅଦ୍ଭୁତ ପ୍ରକାର ହୋଇଥିଲେ ରନ ଆଉଟ:
ଟିମକୁ ରସେଲଙ୍କ ଠୁ ବଡ଼ ପାରିର ଆଶା ଥିଲା କିନ୍ତୁ ପରେରା ଓଭରର ଶେଷ ବଲରେ ରସେଲ ଏଭଳି ପ୍ରକାର ରନଆଉଟ ହୋଇଥିଲେ ଏପରି ହୁଏତ ଆଗରୁ କେହି କ୍ରିକେଟରେ ନଥାଇପାରନ୍ତି। ସେହି ବଲକୁ ରସେଲ ଶର୍ଟ ଥାର୍ଡମ୍ୟାନରେ ଖେଳିଥିଲେ ଓ ଏହି ଭାବନାରେ ପଡିଯାଇଥିଲେକି ରନ ନେବେ କି ନନେବେ। କିନ୍ତୁ ଦ୍ୱିତୀୟ ପଟେ ଥିବା ବ୍ୟାଟ୍ସମ୍ୟାନ ମେହମୁଦୁଓହ୍ଲା ତାଙ୍କୁ ରନ ପାଇ ଡାକିଥିଲେ। ଏହା ପରେ ରସଲ ମଧ୍ୟ ରନ ନେବାପାଇଁ ଦୌଡିଥିଲେ। ଶର୍ଟ ଥାର୍ଡମ୍ୟାନରେ ଥିବା ଫିଲ୍ଡର ମେହଦି ହସନ ବଲ ଧରି ଷ୍ଟାଇକ ଏଣ୍ଡକୁ ବଲ ପକାଇଥିଲେ।ବଲ ଷ୍ଟାଇକ ଏଣ୍ଡର ଷ୍ଟମ୍ପରେ ବାଜି ସିଧାଯାଇ ନନଷ୍ଟାଇକ ଏଣ୍ଡର ଷ୍ଟମ୍ପରେ ବାଜିଥିଲା।
As if Andre Russell just got ran out like this in the BPL ???? pic.twitter.com/MuL2N70nuJ
— Crap Cricket (@CrapCric) January 21, 2022
ରସେଲ ପ୍ରାୟ ମଧ୍ୟ ଭାବିନଥିବେକି ବଲ ଏହିପରି ନନଷ୍ଟାଇକ ଏଣ୍ଡ ପର୍ଯ୍ୟନ୍ତ ପହଞ୍ଚିବ। ସେ ପହଁଚିବାକୁ ଚେଷ୍ଟା କରୁଥିଲେ କିନ୍ତୁ ବଲ ଆଗ ଷ୍ଟମ୍ପରେ ବାଜିଥିଲା। ଏହି ଆଉଟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଗୋଟେ ବଲରେ ଦୁଇଥର ୱିକେଟ ଗଳିଲା ଓ ରସେଲଙ୍କୁ ଆଉଟ ହେଇ ଯିବାକୁ ପଡିଲା।
ରସେଲଙ୍କ ଟିମ ମ୍ୟାଚ ହାରିଲା:
ରସେଲଙ୍କ ଏହି ଅଦ୍ଭୁତ ରନଆଉଟର ପ୍ରଭାବ ତାଙ୍କ ଟିମ ମିନିଷ୍ଟର ଗ୍ରୁପ ଉପରେ ପଡ଼ିଲା। ଟିମ ଭଲ ଆରମ୍ଭ ପରେ ମଧ୍ୟ ୨୦୦ ରନ ପର୍ଯ୍ୟନ୍ତ ପହଁଚିପାରିଲାନି ଓ ୬ ୱିକେଟ ହରାଇ ୧୮୩ ରନ ହିଁ କରିପାରିଲା। ଏହାର ଜବାବରେ ଖୁଲନା ଟାଇଗର୍ସ ରାନୀ ତାଲୁକଦାରଙ୍କ ୬୧ ରନର ପାରି ଦ୍ଵାରା ଏହି ମ୍ୟାଚକୁ ୫ ୱିକେଟ ଗଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।