ଝୁଲନ ଗୋସ୍ୱାମୀଙ୍କର ବାୟୋପିକ ପାଇଁ କଠିନ ପରିଶ୍ରମ କରୁଛନ୍ତି ଅନୁଷ୍କା ଶର୍ମା, ଦେଖନ୍ତୁ ଝଲକ!

ବ୍ୟୁରୋ ରିପୋର୍ଟ: ଭାରତୀୟ ମହିଳା କ୍ରିକେଟ ଟିମର ପେସର ବୋଲର ଝୁଲନ ଗୋସ୍ୱାମୀଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ପାଇଁ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା କଡା ପରିଶ୍ରମ କରୁଛନ୍ତି। ଅନୁଷ୍କା ସୋସିଆଲ ମିଡ଼ିଆରେ ଏହାର ଝଲକ ଦେଖାଇଛନ୍ତି ଯେଉଁଥିରେ ସେ ଖୁଲନଙ୍କ ପରି ବୋଲିଙ୍ଗ କରିବାକୁ ପ୍ରୟାସ କରୁଛନ୍ତି। ଝୁଲନଙ୍କ ବାୟୋପିକ ଉପରେ ଆଧାରିତ ଫିଲ୍ମ “ଚକଦେ ଏକ୍ସପ୍ରେସ”ନାମରେ ରିଲିଜ ହେବ।

ଫିଲ୍ମରେ ପଶ୍ଚମବଙ୍ଗରେ ରହୁଥିବା ମହାନ ପେସର ଝୁଲନ ଗୋସ୍ୱାମୀଙ୍କ ଜୀବନ ଓ କ୍ରିକେଟ ଯାତ୍ରା ବିଷୟରେ କୁହାଯାଇଛି। “ଚକଦା ଏକ୍ସପ୍ରେସ” ନାମରେ ତିଆରି ହେଉଥିବା ଏହି ଫିଲ୍ମ ଏହି ବର୍ଷ ରିଲିଜ ହେବାର ସମ୍ଭାବନା ଅଛି। ଅନୁଷ୍କା ଏହି ଫିଲ୍ମର୍ଡ ମୁଖ୍ୟ ଭୂମିକାରେ ନଜର ଆସିବେ। “ପିକେ” ଫେମ ଅନୁଷ୍କା ଅଳ୍ପ ଦିନ ତଳେ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି। ଏଥିରେ ସେ ନିଜ ପ୍ରସଂସକଙ୍କୁ ଫିଲ୍ମ ସହିତ ଯୋଡି ହୋଇଥିବା ପ୍ରସ୍ତୁତି ବିଷୟରେ ସୂଚନା ଦେଇଛନ୍ତି।

ଅନୁଷ୍କା କ୍ୟାପ୍ସନରେ ଲେଖିଛନ୍ତି,”ଗ୍ରୀପ ବାୟୋ ଗ୍ରୀପ”। ଏହା ସହିତ ସେ ହ୍ୟାସଟ୍ୟାଗରେ “ଚକଦା ଏକ୍ସପ୍ରେସ” ଫିଲ୍ମର ନାମ ଲେଖିଛନ୍ତି ଓ ଝୁଲନଙ୍କୁ ଟ୍ୟାଗ କରିଛନ୍ତି। ଏହି ପୋଷ୍ଟକୁ ୧୦ ହଜାରରୁ ଅଧୀକ ୟୁଜର୍ସ ଲାଇକ କରିସାରିଛନ୍ତି।

Google

ଅନୁଷ୍କା ଶର୍ମା ଏହି ପୋଷ୍ଟରେ ବୋଲ ସହିତ ବୋଲିଙ୍ଗ ଆକ୍ସନ ଉପରେ ମଧ୍ୟ କଡା ପରିଶ୍ରମ କରୁଥିବା ଦେଖାଯାଇଛି। ଇଂଷ୍ଟାଗ୍ରାମ ପୋଷ୍ଟରେ ନିଜେ ଝୁଲନ ଗୋସ୍ୱାମୀ ମଧ୍ୟ କମେଣ୍ଟ କରିଛନ୍ତି। ଝୁଲନ ଲେଖିଛନ୍ତି ବହୁତ ଭଲ,ଝୁଲନଙ୍କ ଗଣତି ଦୁନିଆର ସର୍ବଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ହୋଇଥାଏ। ବଙ୍ଗାଲର ନାଦିଆରେ ଜନ୍ମ ହୋଇଥିବା ଝୁଲନ ଟେଷ୍ଟରେ ୪୪ ଓ ଏକଦିବସିୟରେ ୨୪୫ ୱିକେଟ ନେଇଛନ୍ତି। ସେ ଟେଷ୍ଟରେ ଦୁଇଟି ଓ ଏକଦିବସିୟରେ ଗୋଟେ ଅର୍ଦ୍ଧଶତକ ମାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *