ଅର୍ଜୁନ ତେନ୍ଦୁଲକର ଗୁଜରାଟ ବିପକ୍ଷରେ କରିବେ IPL ରେ ଡେବ୍ୟୁ! ଜୋର ଧରିଲା ଖବର

ବ୍ୟୁରୋ ରିପୋର୍ଟ: ଅର୍ଜୁନ ତେନ୍ଦୁଲକର ଆଇପିଏଲ ୨୦୨୨ରେ ମୁମ୍ବାଇ ଟିମରେ ଅଛନ୍ତି। ତାଙ୍କୁ ପୂର୍ଵ ବର୍ଷ ମୁମ୍ବାଇ ନିଜ ସହ ଯୋଡିଥିଲା। ଆଇପିଏଲ ୨୦୨୧ରେ ମୁମ୍ବାଇ ତାଙ୍କୁ କିଣିଥିଲା କିନ୍ତୁ ତାଙ୍କୁ ଗୋଟେ ମଧ୍ୟ ମ୍ୟାଚ ଖେଳିବାର ମୌକା ମିଳିନଥିଲା। ତାଙ୍କୁ ଏବେ ପର୍ଯ୍ୟନ୍ତ ଆଇପିଏଲରେ ଗୋଟେ ମଧ୍ୟ ମ୍ୟାଚ ଖେଳିବାକୁ ମିଳିନାହିଁ। ଆଇପିଏଲ ୨୦୨୨ ମେଗା ଅକ୍ସନରେ ମୁମ୍ବାଇ ତାଙ୍କୁ ୩୦ ଲକ୍ଷରେ ଟିମରେ ସାମିଲ କରିଛି। ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ୬ ମଇକୁ ମ୍ୟାଚ ହେବାର ଅଛି ଓ ଏହି ମ୍ୟାଚରେ ଅର୍ଜୁନଙ୍କୁ ଡେବ୍ୟୁର ମୌକା ମିଳିପାରେ। ଆଇପିଏଲ ୨୦୨୨ରେ ମୁମ୍ବାଇର ଅବସ୍ଥା ସବୁଠୁ ଖରାପ ରହିଛି। ଟିମ ପ୍ଲେ ଅଫରୁ ବାହାର ହୋଇଯାଇଛି ତେଣୁ ହେର୍ଡ କୋଚ ଯୁବ ଖେଳାଳିଙ୍କୁ ମୌକା ଦେଇପାରନ୍ତି।

Google

ମୁମ୍ବାଇ ଇଣ୍ଡିଆନ୍ସର ହେର୍ଡ କୋଚ ମାହେଲା ଜୟବର୍ଧନ ଅର୍ଜନଙ୍କ ଡେବ୍ୟୁ ଉପରେ ଜଡିତ ପ୍ରଶ୍ନର ଜବାବରେ କହିଛନ୍ତି,”ଠିକ ଅଟେ, ମତେ ଲାଗୁଛି କି ସବୁ ଖେଳାଳି ଟିମ ପାଖରେ ଏକ ବିକଳ୍ପ ଅଟନ୍ତି। ଏହା ଦେଖିବାକି ସବୁକିଛି କିପରି ଆଗକୁ ବଢୁଛି। ଏହା ଦ୍ଵାରା ଆମେ କିପରି ମ୍ୟାଚ ଜିତି ପାରିବୁ ଦେଖିବାକୁ ହେବ।ଆମର ଉଦେଶ୍ୟ ରହିବ କି ଆମେ ଭଲ ଭଲ ଟିମ ବାଛି ମ୍ୟାଚ ଜିତିବୁ”।

ମୁମ୍ବାଇ ଇଣ୍ଡିଆନ୍ସ ଟିମ ନୂଆ ଓ ପ୍ରଭାବଶାଳୀଙ୍କ ଉପରେ ଦାବି ଲଗାଇବା ପାଇଁ ଜଣାଯାଇଥାଏ।ଏଥର ଟିମ ଦକ୍ଷିଣ ଆଫ୍ରିକାର ଡିୱାଲ୍ଡ ବ୍ରେଭିସ ଓ ତିଲକ ବର୍ମାଙ୍କୁ ମୌକା ଦେଇଛି। ଦୁଇ ଖେଳାଳି ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି। ଅର୍ଜୁନଙ୍କ ପ୍ରଶ୍ନ ଉପରେ ଜୟବର୍ଧନ ଆଗକୁ କହିଛନ୍ତି,”ଖେଳ ଏକ ଆତ୍ମବିଶ୍ୱାସ ଭରା ଜିନିଷ ଅଟେ। ଆମେ ଆମ ପ୍ରଥମ ମ୍ୟାଚ ଜିତିବା ଦ୍ଵାରା ଆତ୍ମ ବିଶ୍ୱାସ ହାସଲ କରି ଆଗକୁ ଜିତିବାକୁ ଚାହିଁବୁ। ଗ୍ରାଉଣ୍ଡରେ ସର୍ବଶ୍ରେଷ୍ଠ ଖେଳାଳିଙ୍କୁ ଓହ୍ଲାଯାଇଥାଏ। ଅର୍ଜନ ସେହି ଖେଳାଳିଙ୍କ ମଧ୍ୟରୁ ଜଣେ ଯାହାଙ୍କୁ ନେଇ ଆମେ ବିଚାର କରିବୁ। ଏହା ସବୁ ଟିମର କମ୍ବୀନେସନ ଉପରେ ନିର୍ଭର କରିଥାଏ”।

Google

ମୁମ୍ବାଇ ୬ ମଇକୁ ଗୁଜୁରାଟ ସହ ଖେଳିବାର ଅଛି:

ମୁମ୍ବାଇ ଏହି ସିଜନର ନିଜର ୧୦ମ ମ୍ୟାଚରେ ଗୁଜୁରାଟକୁ ୬ ମଇକୁ ଭେଟିବ। ଏହି ମ୍ୟାଚ ମୁମ୍ବାଇର ବ୍ରେଭନ ଷ୍ଟାଡିୟମରେ ଖେଳାଯିବାର ଅଛି। ଏହି ସମୟରେ ମୁମ୍ବାଇର ୯ ମ୍ୟାଚରେ ୨ ଅଙ୍କ ଅଛି ଓ ଟିମ ଶେଷ ସ୍ଥାନରେ ଅଛି। ଟିମ ଲଗାତର ୮ ଟି ମ୍ୟାଚ ହାରିସାରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *