ଇଂଲଣ୍ଡ ଟିମ ଅଷ୍ଟ୍ରେଲିଆ ଗ୍ରସ୍ତରେ ଅଛି ଯେଉଁଠି ଦୁଇ ଦେଶ ମଧ୍ୟରେ ୫ ଟି ମ୍ୟାଚ ବିଶିଷ୍ଟ ଆସେସ ସିରିଜ ଖେଳାଯାଉଛି। ତୃତୀୟ ଟେଷ୍ଟ ରବିବାରରୁ ଆରମ୍ଭ ହେଇଛି। ଅଷ୍ଟ୍ରେଲିଆ ଟିମ ଏହି ସିରିଜରେ ଏବେ ୨-୦ରେ ଆଗୁଆ ଅଛି। ତୃତୀୟ ସିରିଜର ପ୍ରଥମ ପାରିରେ ପୁଣିଥରେ ଇଂଲଣ୍ଡ ଟିମ ଭଲ ପ୍ରଦର୍ଶନ କରିପାରିନାହିଁ। ଟିମ ୨୦୦ ରନ ପର୍ଯ୍ୟନ୍ତ ମଧ୍ୟ ପହଁଚିପାରିନାହିଁ ଓ ୧୮୫ ରନରେ ଅଟକିଯାଇଥିଲା। ଏହିପରି ଅଷ୍ଟ୍ରେଲିଆ ପୁଣିଥରେ ମ୍ୟାଚରେ ଆଗକୁ ହୋଇଯାଇଛି।
ଇଂଲଣ୍ଡ ଟିମ କଥା କହିବା ତ ଓପନର ହସିବ ହମିଦ(୦)ରେ ଆଉଟ ହୋଇଯାଇଥିଲେ। ଏହା ସହିତ ଇଂଲଣ୍ଡ ଟିମ ଏକ ଖରାପ ରେକର୍ଡ ନିଜ ନାମରେ କରିଦେଇଛି। ଇଂଲଣ୍ଡର ବ୍ୟାଟ୍ସମ୍ୟାନ ବର୍ଷ ୨୦୨୧ରେ ୫୦ ଥର ଶୂନ୍ୟରେ ଆଉଟ ହୋଇଛନ୍ତି। ଅନ୍ୟ କୌଣସି ଦଳର ବ୍ୟାଟ୍ସମ୍ୟାନ ଏହି ରେକର୍ଡର ପାଖରେ ପହଁଚିନାହାନ୍ତି। ଏହା ପୂର୍ବରୁ ୧୯୯୮ରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ସବୁଠୁ ଅଧିକ ୫୪ ଥର ଶୂନ୍ୟରେ ଆଉଟ ହୋଇଥିଲେ। ଏବେ ଇଂଲଣ୍ଡର ଦ୍ୱିତୀୟ ପାରି ବାକି ଅଛି। ତେଣୁ ତାଙ୍କ ଖେଳାଳି ଖରାପ ରେକର୍ଡ ପର୍ଯ୍ୟନ୍ତ ପହଁଚିପାରନ୍ତି।

ଜୋ ରୁଟ ଖେଳିଲେ ଅର୍ଦ୍ଧଶତକୀୟ ପାରି:
ଇଂଲଣ୍ଡର ପାରି କଥା କହିବାତ ପୁଣିଥରେ ଅଧିନାୟକ ଜୋ ରୁଟ ସବୁଠୁ ଅଧିକ ରନ କରିଛନ୍ତି। ସେ ୮୨ ବଲରେ ୫୦ ରନର ପାରି ଖେଳିଥିଲେ। ସେ ଟିମ ତରଫରୁ ଅର୍ଦ୍ଧଶତକ ମାରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ ଅଟନ୍ତି। ଜନି ବେୟରଷ୍ଟୋ ୩୫ ଓ ବେନ ଷ୍ଟୋକ ୨୫ ରନ କରିଥିଲେ। ଅଷ୍ଟ୍ରେଲିଆ ତରଫରୁ ଅଧିନାୟକ ପେଟ କନିନ୍ସ ସବୁଠୁ ଅଧିକ ତିନୋଟି ୱିକେଟ ନେଇଥିଲେ। ଏହା ଛଡା ସ୍ପିନର ନାଥନ ଲାୟନ ମଧ୍ୟ ତିନୋଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଛନ୍ତି।
୫ ଟି ପାରିରେ ଛୁଇଁ ପାରି ନାହାଁନ୍ତି ୩୦୦ ରନ ପର୍ଯ୍ୟନ୍ତ:
ଇଂଲଣ୍ଡ ଏହି ସିରିଜରେ ଅସଫଳ ରହିଛି ଏହାର ଅନୁମାନ ଏହି କଥାରୁ ଜାଣିନ୍ତୁକି ଇଂଲଣ୍ଡ ଲଗାତର ୫ ଟି ପାରିରେ ୩୦୦ ରନ ପର୍ଯ୍ୟନ୍ତ ପହଁଚିପାରିନାହିଁ। ୫ ଟି ପାରିରେ ଟିମ ଲଗାତର ୧୪୭,୧୯୭, ୨୩୬, ୧୯୨ ଓ ୧୮୫ ରନ କରିଛନ୍ତି। ଅଷ୍ଟ୍ରେଲିଆ ଟିମ ଯଦି ଏହି ମ୍ୟାଚ ଟି ଜିତିଯିବ ତେବେ ସିରିଜ ମଧ୍ୟ ଜିତିଯିବ। ଇଂଲଣ୍ଡ ଟିମ ଯଦି ଏହି ମ୍ୟାଚ ହାରିଯିବ ତେବେ ଏହା ତାର ଏହି ବର୍ଷର ୯ ମ ହାର ହେବ। ଏହା ତାର ଟେଷ୍ଟ ଇତିହାସରେ କୌଣସି ବର୍ଷର ସବୁଠୁ ଖରାପ ପ୍ରଦର୍ଶନ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।