ବ୍ୟୁରୋ ରିପୋର୍ଟ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି। ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୪ ମାର୍ଚ୍ଚକୁ ଖେଳାଯାଇଥିଲା ଓ ଏହି ମ୍ୟାଚକୁ ଭାରତ ମାତ୍ର ତିନିଦିନରେ ଗୋଟେ ପାରି ୨୨୨ରନରେ ବିଜୟ ହାସଲ କରିଛି। ଏହି ମ୍ୟାଚର ଭାରତର ଷ୍ଟାର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଏକ ବଡ଼ ରେକର୍ଡ ନିଜ ନାମରେ କରିଥିଲେ। କହିରଖିବୁ ସେ ଟେଷ୍ଟରେ ସବୁଠୁ ଅଧିକ ୱିକେଟ ନେଇଥିବା ଦ୍ୱିତୀୟ ଭାରତୀୟ ଖେଳାଳି ହୋଇଯାଇଛନ୍ତି ସେ କପିଲ ଦେବଙ୍କୁ ଏଥିରେ ପଛରେ ପକାଇଦେଇଛନ୍ତି।

ଏବେ ତାଙ୍କର ଟେଷ୍ଟରେ ୪୩୫ ୱିକେଟ ହୋଇଯାଇଛି। ଏହିକଥା ଆପଣ ଜାଣିଥିବେ କି ଅଶ୍ୱିନୀଙ୍କ ତୁଳନା ସର୍ଵଦା ପୂର୍ଵ ଭାରତୀୟ ଅଫସ୍ପିନର ହରଭଜନ ସିଂହଙ୍କ ସହ ହୋଇଥାଏ।ଦୁହେଁ ଭାରତର ସଫଳ ବୋଲର ଅଟନ୍ତି।କହିରଖିବୁ ଦୁଇ ବୋଲର ଟେଷ୍ଟ କ୍ରିକେଟରୁ ୪୦୦ ରୁ ଅଧିକ ୱିକେଟ ନେଇଛନ୍ତି। ଆପଣଙ୍କୁ କହିରଖିବୁ ଦୁହିଁଙ୍କ ମଧ୍ୟରେ କିଏ ଅଧିକ ଆକ୍ରାମକ ବୋଲର ଏହା ନେଇ ବୟାନ ଦେଇଛନ୍ତି ପୁର୍ବ ଭାରତୀୟ ଓପନର ଗୌତମ ଗମ୍ଭୀର।
ଆପଣଙ୍କୁ କହିରଖିବୁ ଷ୍ଟାର ସ୍ପୋର୍ଟରେ ଏକ ଇଣ୍ଟରଭିଉ ସମୟରେ ଗମ୍ଭୀର କହିଥିଲେ ଏହା ନିଶ୍ଚିତ କି ଅଶ୍ୱିନୀ ଅଧିକ ସଫଳ ହୋଇଛନ୍ତି ଓ ମୁଁ ତାଙ୍କ ବଲକୁ ଖେଳିବାକୁ ଚାହିଁବିନି କିନ୍ତୁ ମତେ ହରଭଜନଙ୍କ ବୋଲିଙ୍ଗ ଦେଖିବା ଅଧିକ ଭଲ ଲାଗେ। ଗମ୍ଭୀର ଆଗକୁ କହିଛନ୍ତି ଅଶ୍ୱିନୀ ଜଣେ ଚତୁର ଓ ଚମତ୍କାରି ବୋଲର ତାଙ୍କ ପାଖରେ ଭଲ ଲାଇନ ଶୈଳୀ ଅଛି ଯାହା ଦ୍ୱାରା ସେ ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇଥାନ୍ତି। ଅଶ୍ୱିନୀ ଅଧିକ ଘାତକ ଏଥିରେ କୌଣସି ସନ୍ଦେହ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।