IND vs NZ: ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନୀ ଦେଲେ ଟିମ ଇଣ୍ଡିଆକୁ ବିଜୟ! ସ୍ଥାନ ମିଳୁନଥିଲା ଦଳରେ ହେଲେ ବନିଲେ ସୁପରଷ୍ଟାର

ଟିମ ଇଣ୍ଡିଆର ନ୍ୟୁଜିଲାଣ୍ଡ ସହ ଚାଲିଥିବା ଟେଷ୍ଟ ମ୍ୟାଚକୁ ଭାରତ ୧-୦ ଜିତି ୱାର୍ଲଡ଼ ଟେଷ୍ଟ ଚମ୍ପିୟାନସିପରେ ନିଜର ପଏଣ୍ଟକୁ ବୃଦ୍ଧି କରିବାରେ ସଫଳ ହୋଇଛି। ଦ୍ଵିତୀୟ ଟେଷ୍ଟକୁ ଭାରତ ୩୭୨ ରନର ବିଶାଳ ସ୍କୋରରେ ଜିତି ନେଇଛି। ସୂଚନାଯୋଗ୍ୟ ଯେ, ରବିଚନ୍ଦ୍ରନ ଅଶ୍ୱିନୀ ଉଭୟ ମ୍ୟାଚରେ ଅଧିକ ୱିକେଟ ହାସଲ କରିଥିଲେ। ପ୍ରଥମ ଟେଷ୍ଟ ମ୍ୟାଚ କାନପୁରରେ ଖେଳାଯାଇଥିଲା ଏବଂ ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନୀ ୬ ଟି ୱିକେଟ ନେଇ ନ୍ୟୁଜିଲାଣ୍ଡ ଦଳକୁ ଅସୁବିଧାରେ ପକାଇ ଦେଇଥିଲେ।

Google

ଏହି ମ୍ୟାଚ ଡ୍ର ରହିଥିଲେ ମଧ୍ୟ ଟିମ ଇଣ୍ଡିଆର ଉତ୍ତମ ପ୍ରଦର୍ଶନ ଓ ଅଶ୍ୱିନୀଙ୍କ ଚମତ୍କାର ବୋଲିଂ ଭାରତକୁ ପରବର୍ତ୍ତୀ ଟେଷ୍ଟ ପାଇଁ ଦୃଢ଼ ମନୋବଳ ଦେଇଥିଲା। ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଭାରତ ଉତ୍ତମ ବ୍ୟାଟିଂ କରି ନିଜର ଉତ୍ତମ ବୋଲିଂର ପ୍ରଦର୍ଶନ କରିଥିଲା। ନିଜର ଚମତ୍କାରୀ ବୋଲିଂ ସହ ଅଶ୍ୱିନୀ ଦ୍ଵିତୀୟ ଟେଷ୍ଟର ହିରୋ ପାଲଟି ଯାଇଥିଲେ।

ସେ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ୮ ଓଭରରେ ୮ ରନ ଦେଇ ୪ ଟି ୱିକେଟ ନେଇଥିଲେ। ଦ୍ୱିତୀୟ ଇନିଂସ ରେ ୨୨.୩ ଓଭରରେ ୩୪ ରନ ଦେଇ ୪ ଟି ୱିକେଟ ସଂଗ୍ରହ କରିଥିଲେ। ଫଳରେ ନ୍ୟୁଜିଲାଣ୍ଡ ଦଳର ବ୍ୟାଟିଂ ଲାଇନ ଅପ ସମ୍ପୂର୍ଣ୍ଣ ଭାବରେ ଭାଂଗି ଯାଇଥିଲା। ୩୭୨ ରନର ବିଶାଳ ବ୍ୟବଧାନରେ ଭ୍ରମଣକାରୀ ଦଳ ପରାଜୟ ବରଣ କରିଥିଲେ। ଦୁଇଟି ଟେଷ୍ଟରେ ୧୪ ଟି ୱିକେଟ ନେଇ ଅଶ୍ୱିନୀ ପ୍ଲେୟର ଅଫ ଦ ସିରିଜ ଆୱାର୍ଡ ହାସଲ କରିଛନ୍ତି।

Google

ମ୍ୟାଚ ପରେ ସେ ବହୁତ ଖୁସି ଜଣା ପଡୁଥିଲେ ଏବଂ କହିଥିଲେ ଯେ ଏହି ସିରିଜ ତାଙ୍କ ପାଇଁ ବହୁତ ଆନନ୍ଦଦାୟକ ରହିଥିଲା। ସେ ଏହି ମ୍ୟାଚରେ ଚମତ୍କାର ବୋଲିଂର ପ୍ରଦର୍ଶନ କରିଥିଲେ। ସେ ଏଜାଜ ପଟେଲକୁ ତାଙ୍କ ଜୀବନର ଶ୍ରେଷ୍ଠ ସଫଳତା ପାଇଁ ବହୁତ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଆଗାମୀ ସାଉଥ ଆଫ୍ରିକା ଗସ୍ତରେ ସେ ନିଜର ଏପରି ଉତ୍ତମ ପ୍ରଦର୍ଶନ ଦେଖାଇ ଦଳକୁ ବିଜୟୀ କରିବାକୁ ଚାହାନ୍ତି।

କିଛି ବର୍ଷ ପୂର୍ବରୁ ଦଳରେ ସ୍ଥାନ ପାଉ ନଥିବା ଅଶ୍ୱିନୀ ଦ୍ୱିତୀୟ ଟେଷ୍ଟରେ ସୁନ୍ଦର ବୋଲିଂ କରିଛନ୍ତି। ଭାରତୀୟ ଦଳର ନିୟମିତ ସ୍ପିନ ବୋଲର ଭାବେ ନିଜକୁ ଗଢିଛନ୍ତି। ତାଙ୍କ ପାଖରେ ଉତ୍ତମ କୌଶଳ ସହିତ ଅନେକ ବର୍ଷର ଅଭିଜ୍ଞତା ରହିଛି। ଯାହାଦ୍ୱାରା ଭାରତର ବୋଲିଂ ବିଭାଗରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଟେଷ୍ଟ ହେଉ କିମ୍ବା ଟି-ଟ୍ୱେଣ୍ଟି ଉଭୟରେ ଅଶ୍ୱିନୀ ନିଜର କମାଲ ଦେଖାଇ ସାରିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *