ରବି ଅଶ୍ୱିନୀଙ୍କ ବିଶାଳ ରେକର୍ଡ! ପାକିସ୍ତାନୀ ବୋଲର ୱାସିମ ଆକ୍ରମଙ୍କୁ ପକାଇଲେ ପଛରେ, ଏବେ…

ଭାରତର ଷ୍ଟାର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ପ୍ରଥମ ଟେଷ୍ଟରେ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଅଶ୍ୱିନୀ ଟେଷ୍ଟ କ୍ରିକେଟରେ ୪୧୬ ୱିକେଟ ପୁରା କରିଛନ୍ତି।କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଅଶ୍ୱିନୀ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ପାରିରେ ୩ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ସେ ନିଜ ଟେଷ୍ଟ କ୍ୟାରିୟରର ୮୦ ଟି ମ୍ୟାଚ ୧୪୯ ପାରିରେ ଏହି ଉପଲବ୍ଧି ହାସଲ କରିଛନ୍ତି। ଏବେ ତାଙ୍କ ନାମରେ ଟେଷ୍ଟରେ ମୋଟ ୪୧୬ ୱିକେଟ ହୋଇଯାଇଛି।

Google

ରବିଚନ୍ଦ୍ରନ ଅଶ୍ୱିନୀ ଏହିପରି ପାକିସ୍ତାନର ମହାନ ବୋଲର ବାସୀମ ଅକରମଙ୍କୁ ପଛରେ ପକାଇଦେଇଛନ୍ତି। ଅକରମଙ୍କ ନାମରେ ଟେଷ୍ଟରେ ମୋଟ ୪୧୪ ୱିକେଟ ଅଛି। ଏବେ ଅଶ୍ୱିନୀ ହରଭଜନ ସିଂହଙ୍କ ରେକର୍ଡ ଭାଙ୍ଗିବାର ଅଳ୍ପ ଦୂରରେ ଅଛନ୍ତି। ହରଭଜନ ଟେଷ୍ଟ କ୍ୟାରିଅରରେ ୪୧୭ ୱିକେଟ ନେଇଛନ୍ତି। ଭାରତ ପାଇଁ ଟେଷ୍ଟରେ ସବୁଠୁ ଅଧିକ ୱିକେଟ ଅନୀଲ କୁମ୍ବଲେ ଅକ୍ତିଆର କରିଛନ୍ତି ଓ ତାଙ୍କ ନାମରେ ମୋଟ ୬୧୯ ୱିକେଟ ଅଛି। ତାଙ୍କ ପଛକୁ ପୂର୍ଵ କ୍ରିକେଟର କପିଲଦେବ ୧୩୪ ଟେଷ୍ଟରେ ୪୩୪ ୱିକେଟ ନେଇଛନ୍ତି।

କାନପୁର ଟେଷ୍ଟର ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ପାରିରେ ୧୪ ରନରେ ଗୋଟେ ୱିକେଟ ହରାଇଛି। ଚେତେଶ୍ୱର ପୂଜାରା ୯ ଓ ମୟଙ୍କ ଅଗ୍ରୱାଲ ୪ ରନ କରି ନଟଆଉଟ ଅଛନ୍ତି। ଏବେ ଭାରତ ପାଖରେ ୬୩ ରନର ଲିଡ଼ ଅଛି। ଭାରତ ପ୍ରଥମ ପାରିରେ ୩୪୫ ରନ କରିଥିବା ବେଳେ ନ୍ୟୁଜଲ୍ୟାଣ୍ଡ ପ୍ରଥମ ପାରିରେ ୨୯୬ କରିପାରିଥିଲା।ଭାରତ ପଟୁ ଅକ୍ଷର ପଟେଲ ୫ ଟି ଓ ରବିଚନ୍ଦ୍ରନ।ଅଶ୍ୱିନୀ ୩ ଟି ୱିକେଟ ନେଇଥିଲେ।

Google

ଅଶ୍ୱିନୀଙ୍କ କ୍ୟାରିଅର କଥା କହିବା ତ ସେ ଏବେ ପର୍ଯ୍ୟନ୍ତ ୧୧୧ ଏକଦିବସିୟ ଓ ୫୧ ଟି ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଛନ୍ତି। ଏଥିରେ ସେ ଦିନିକିଆରେ ୧୫୦ ଓ ଟି-୨୦ରେ ୬୧ ଟି ୱିକେଟ ଅକ୍ତିଆର କରିଛନ୍ତି। ଏହା ସହ ସେ ୧୩୫ ଟି ଫାଷ୍ଟକ୍ଳାସ ମ୍ୟାଚରେ ୬୫୫ ୱିକେଟ ନେଇଛନ୍ତି। ସେ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗସ, ଦିଲ୍ଲୀ କ୍ୟାପିଟଲ୍ସ, ପଞ୍ଜାଵ କିଙ୍ଗସ, ରାଇଜିଙ୍ଗ ପୁନେ ସୁପରଯାଏଣ୍ଟ ପକ୍ଷରୁ ଖେଳିସାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published.