IND vs SL: କପିଲ ଦେବଙ୍କୁ ପଛରେ ପକାଇ ଇତିହାସ ରଚିଲେ ରବିଚନ୍ଦ୍ରନ ଅଶ୍ୱିନୀ! ନିଜ ନାମରେ କଲେ ଖାସ ଉପଲବ୍ଧି!

ବ୍ୟୁରୋ ରିପୋର୍ଟ: ଭାରତୀୟ ଦଳର ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ କ୍ରିକେଟ କ୍ୟାରିଅରରେ ନୂଆ ସ୍ଥାନ ହାସଲ କରିଛନ୍ତି। ସେ ଟେଷ୍ଟରେ ସବୁଠୁ ଅଧିକ ୪୩୫ ୱିକେଟ ନେଇଥିବା ଦ୍ୱିତୀୟ ଭାରତୀୟ ହୋଇଯାଇଛନ୍ତି। ଅଶ୍ୱିନୀ ୧୯୮୩ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବଙ୍କୁ ପଛରେ ପକାଇଦେଇଛନ୍ତି। କପିଲ ଦେବ ଟେଷ୍ଟରେ ୪୩୪ ୱିକେଟ ନେଇଥିଲେ।

Google

କିନ୍ତୁ ଅଶ୍ୱିନୀ ଲେଗ ସ୍ପିନର ଅନୀଲ କୁମ୍ବଲେଙ୍କ ଠୁ ପଛରେ ଅଛନ୍ତି। କୁମ୍ବଲେ ନିଜ କ୍ୟାରିଅରରେ ୬୧୯ ୱିକେଟ ନେଇଛନ୍ତି। ସେ ଦୁନିଆରେ ସବୁଠୁ ଅଧିକ ୱିକେଟ ନେଇଥିବା ଚତ୍ରୁର୍ଥ ଖେଳାଳି ଅଟନ୍ତି। ଟେଷ୍ଟରେ ସବୁଠୁ ଅଧିକ ୮୦୦ ୱିକେଟ ନେଇ ଶ୍ରୀଲଙ୍କାର ପୂର୍ଵ ସ୍ପିନର ମୁଥେୟା ମୁରଲୀଧରନ ଟପରେ ଅଛନ୍ତି।

ହେଡ଼ଲି ଓ ହେରାଥଙ୍କୁ ମଧ୍ୟ ପଛରେ ପକାଇଛନ୍ତି:

ଅଶ୍ୱିନୀ ଏହି ଉପଲବ୍ଧି ଶ୍ରୀଲଙ୍କା ବିରୁଦ୍ଧରେ ମୋହାଲି ଟେଷ୍ଟରେ ହାସଲ କରିଛନ୍ତି। ଭାରତୀୟ ଟିମ ଶ୍ରୀଲଙ୍କା ବିରୁଦ୍ଧରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳି ବିଜୟ ହାସଲ କରିଛି। ଏହାର ପ୍ରଥମ ପାରିରେ ଅଶ୍ୱିନୀ ୪୯ ରନଦେଇ ୨ ଟି ୱିକେଟ ନେଇଥିଲେ। ଦ୍ୱିତୀୟ ପାରିରେ ତିନୋଟି ୱିକେଟ ନେଇ ଅଶ୍ୱିନୀ କପିଲ ଦେବଙ୍କୁ ପଛରେ ପକାଇଦେଇଛନ୍ତି। ଏହି ମ୍ୟାଚରେ ଅଶ୍ୱିନୀ ନ୍ୟୁଜିଲାଣ୍ଡର ରିଚର୍ଡ ହେଡଲି ଓ ଶ୍ରୀଲଙ୍କାର ରଂଙ୍ଗନା ହେରାଥଙ୍କୁ ପଛରେ ପକାଇଦେଇଛନ୍ତି।

ଅଶ୍ୱିନୀଙ୍କ ସାମ୍ନାରେ ଦକ୍ଷିଣ ଆଫ୍ରିକାର ପୂର୍ଵ ପେସର ଡେଲ ଷ୍ଟେନଙ୍କୁ ପଛରେ ପକାଇବାର ମୌକା ଅଛି। ଡେଲ ଷ୍ଟେନ ଟେଷ୍ଟରେ ୪୩୯ ୱିକେଟ ନେଇଛନ୍ତି। ଯଦି ଅଶ୍ୱିନୀ ଷ୍ଟେନଙ୍କୁପଛରେ ପକାଇବେ ତେବେ ସେ ୪୦୦ ୱିକେଟ ନେବାର ଲାଇନରେ ସବୁଠୁ ଅଧିକ ୱିକେଟ ନେଇଥିବା ବୋଲର ହେବେ। ତାଙ୍କ ଉପରେ ୱେଷ୍ଟଇଣ୍ଡିଜର କର୍ଟନି ବାଲ୍ସ ଅଛନ୍ତି ଯିଏକି ୫୧୯ ୱିକେଟ ନେଇଛନ୍ତି।

ଟେଷ୍ଟ କ୍ରିକେଟରେ ସବୁଠୁ ଅଧିକ ୱିକେଟ:

୧:ମୁଥେୟା ମୁରଲିଧରନ-୮୦୦ ୱିକେଟ
୨:ସେନ ୱାର୍ଣ୍ଣ-୭୦୮ ୱିକେଟ
୩:ଜେମ୍ସ ଆଣ୍ଡରସନ-୬୪୦ ୱିକେଟ
୪:ଅନୀଲ କୁମ୍ବଲେ-୬୧୯ ୱିକେଟ
୫:ଗ୍ଲେନ ମାକଗ୍ରାଥ-୫୬୩ ୱିକେଟ
୬:ଷ୍ଟୁଆର୍ଟ ବ୍ରର୍ଡ-୫୩୭ ୱିକେଟ
୭:କର୍ଟନି ବାଲ୍ସ-୫୧୯ ୱିକେଟ
୮:ଡେଲ ଷ୍ଟେନ-୪୩୯ ୱିକେଟ
୯:ରବିଚନ୍ଦ୍ରନ ଅଶ୍ୱିନୀ-୪୩୫ ୱିକେଟ
୧୦:କପିଲ ଦେବ-୪୩୪ ୱିକେଟ
୧୧:ରଂଙ୍ଗନା ହେରାଥ-୪୩୩ ୱିକେଟ
୧୨:ରିଚର୍ଡ ହେଡ଼ଲି-୪୩୧ ୱିକେଟ

ଅଶ୍ୱିନୀ ଏହି କାରନାମା ନିଜର ୮୫ ତମ ଟେଷ୍ଟ ମ୍ୟାଚରେ କରିଛନ୍ତି। ଅଶ୍ୱିନୀ ୮୫ ମ୍ୟାଚର ୧୬୦ ପାରିରେ ୪୩୫ ୱିକେଟ ନେଇଛନ୍ତି। ଏହି ସମୟରେ ତାଙ୍କର ଔସତ ୨୪.୨୯ର ରହିଛି। ଅଶ୍ୱିନୀ ନିଜ କ୍ୟାରିଅରରେ ୩୦ ଥର ୫ ୱିକେଟ ଯେବେକି ୭ ଥର ମ୍ୟାଚରେ ୧୦ ୱିକେଟ ନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.