IND vs AUS: ଇତିହାସ ରଚିବେ ଅଶ୍ୱିନୀ! ଗୋଟିଏ ୱିକେଟ ନେଲେ ବନିବେ ନମ୍ବର ୱାନ, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ନାଗପୁରରେ ଫେବୃୟାରୀ ୯ ତାରିଖରେ ହେବାକୁ ଯାଉଛି। ଟିମ ଇଣ୍ଡିଆର ବଡ଼ ବୋଲର ରବିଚନ୍ଦ୍ରନ ଅଶ୍ୱିନୀ ଏହି ବଡ଼ ମ୍ୟାଚରେ ଏକ ବଡ଼ ଉପଲବ୍ଧି ହାସଲ କରିବାକୁ ଯାଉଛନ୍ତି। ଏହି ଉପଲବ୍ଧି ହାସଲ କରିବା ପାଇଁ ତାଙ୍କୁ ଗୋଟିଏ ୱିକେଟ ଦରକାର।

ରବିଚନ୍ଦ୍ରନ ଅଶ୍ୱିନୀ ୮୮ ଟି ଟେଷ୍ଟ ମ୍ୟାଚରେ ୪୪୯ ଟି ୱିକେଟ ନେଇ ସାରିଛନ୍ତି। ୪୫୦ ଟି ୱିକେଟ ନେବା ପାଇଁ ସେ କେବଳ ଗୋଟିଏ ୱିକେଟ ଦୂରରେ ଅଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଏହି ରେକର୍ଡ ହାସଲ କରି ନେବେ। ଫଳରେ ସେ ୮୯ ଟି ଟେଷ୍ଟ ମ୍ୟାଚରେ ୪୫୦ ୱିକେଟ ହାସଲ କରି ନେବେ।

ଅଶ୍ୱିନୀ ଏହି ଉପଲବ୍ଧି ହାସଲ କରିବାରେ ଦୁନିଆର ନବମ ଏବଂ ଭାରତର ଦ୍ଵିତୀୟ ଖେଳାଳି ହୋଇଯିବେ। ତାଙ୍କ ପୂର୍ବରୁ ଅନୀଲ କୁମ୍ବଲେ ୧୩୨ ଟି ମ୍ୟାଚରେ ୬୧୯ ଟି ୱିକେଟ ନେଇ ସାରିଛନ୍ତି। ମୁଥୟା ମୁରଲୀଧରନ ୮୦୦ ଟି ୱିକେଟ ସହିତ ପ୍ରଥମ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ନାଗପୁରରେ ହେବାକୁ ଥିବା ପ୍ରଥମ ୱିକେଟ ନେବା ସହିତ ସେ ୮୯ ଟି ମ୍ୟାଚରେ ୪୫୦ ଟି ୱିକେଟର ଅଧିକାରୀ ହୋଇଯିବେ।

ସବୁଠାରୁ ସେ ଦ୍ରୁତ ୪୫୦ ଟି ୱିକେଟ ନେବାରେ ପ୍ରଥମ ଭାରତୀୟ ହୋଇଯିବେ। ସେ ଅନୀଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗି ଦେବେ। ଅନୀଲ କୁମ୍ବଲେ ୯୩ ଟି ଟେଷ୍ଟ ମ୍ୟାଚରେ ୪୫୦ ଟି ୱିକେଟ ପୂରଣ କରିଥିଲେ। ସେ ୨୦୦୫ ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଥିଲେ।

ସୂଚନାଯୋଗ୍ୟ ଯେ, କମ୍ ଟେଷ୍ଟ ମ୍ୟାଚରେ ୪୫୦ ଟି ୱିକେଟ ହାସଲ କରିବାର ରେକର୍ଡ ଶ୍ରୀଲଙ୍କାର ମୁଥୟା ମୁରଲୀଧରନଙ୍କ ନାମରେ ରହିଛି ଯାହାକୁ ସେ ମାତ୍ର ୮୦ ଟି ଟେଷ୍ଟ ମ୍ୟାଚରେ ହାସଲ କରିଥିଲେ।

ତେବେ ଅଶ୍ୱିନୀ ଜଣେ ଜବରଦସ୍ତ ବୋଲର ଅଟନ୍ତି। ସେ ଭାରତ ପାଇଁ ଅନେକ ମ୍ୟାଚ ଖେଳିଛନ୍ତି। ସେ ବୋଲିଂ କରିବାରେ ଜଣା ଯାଆନ୍ତି ଓ ସେ ବ୍ୟାଟିଂ ବି କରିବାରେ ବି ମାହିର ଅଟନ୍ତି।

Leave a Reply

Your email address will not be published. Required fields are marked *