IND vs NZ: ମ୍ୟାଚ ସମୟରେ ଭିଡ଼ିଗଲେ ଅଶ୍ୱିନୀ ଏବଂ ଅମ୍ପାୟାର! କ୍ୟାପଟେନ ବି ହେଲେ ଇନ୍ଭଲବ, ଦେଖନ୍ତୁ ଭିଡିଓ

ନ୍ୟୁଜିଲ୍ୟାଣ୍ଡ ସହ କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଦେଖିବାକୁ ମିଳିଲା କିଛି ଏମିତି। ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ ବିଲ ୟଂଙ୍ଗଙ୍କୁ ଆଉଟ କରିବା ପରେ ଭାରତୀୟ ଟିମ ନ୍ୟୁଜିଲ୍ୟାଣ୍ଡ ଉପରେ ଚାପ ପକାଇବାକୁ ଚାହୁଁଥିଲା। ଏହାପରେ ଅଶ୍ୱିନୀ ଷ୍ଟମ୍ପର ଅତି ପାଖରୁ ବୋଲିଙ୍ଗ ଆରମ୍ଭ କଲେ। ଏପରି କରିବା ଦ୍ଵାରା ସେ ଅନେକ ସମୟରେ ଅମ୍ପାୟାର ଓ ନନ ଷ୍ଟ୍ରାଇକରର ଆଗକୁ ଆସିଗଲେ। ଏହା ଅମ୍ପାୟାର ନିତିନ ମେନନଙ୍କୁ ପସନ୍ଦ ଆସିଲା ନାହିଁ ଓ ସେ ତାଙ୍କ ଅନେକ ଥର ଅଟକାଇଦେଲେ।

ଅମ୍ପାୟାର ନିତିନ ମେନନଙ୍କ ଏହି କଥା ଅଶ୍ୱିନୀଙ୍କୁ ଭଲ ଲାଗିଲା ନାହିଁ ଓ ଦୁହିଁଙ୍କ ମଧ୍ୟରେ ଯୁକ୍ତି ଆରମ୍ଭ ହୋଇଗଲା। ଏହି ମାମଲା ନ୍ୟୁଜିଲ୍ୟାଣ୍ଡର ପାରିର ୭୭ ଓଭରରେ ଘଟିଥିଲା। ଏହି ମାମଲା ଏଠାରେ ଅଟକିଲା ନାହିଁ। ଆଗାମି ତିନି ଓଭର ପର୍ଯ୍ୟନ୍ତ ଅମ୍ପାୟାର ଓ ଅଶ୍ୱିନୀଙ୍କ ମଧ୍ୟରେ ଏହାକୁ ନେଇ ଯୁକ୍ତି ଚାଲିଲା। ବିବାଦ ଅଧିକ ଦେଖି ଅଧିନାୟକ ରାହାଣେଙ୍କୁ ଆସିବାକୁ ପଡିଲା।

ଅମ୍ପାୟାରଙ୍କ ଏହା କହିବାର ଥିଲାକି ଅଶ୍ୱିନୀ ତାଙ୍କ ସାମ୍ନାକୁ ଆସୁଛନ୍ତି। ଏହା ଦ୍ଵାରା ଅମ୍ପାୟାର ଷ୍ଟାଇକ ବ୍ୟାଟ୍ସମ୍ୟାନଙ୍କୁ ଦେଖିପାରୁନାହାନ୍ତି ଓ ଡିସିସନ ଦେବାରେ ତାଙ୍କୁ ଅସୁବିଧା ହେଉଛି। ଅଶ୍ୱିନୀଙ୍କ ଅଭିଯୋଗ ଥିଲା କି ଅମ୍ପାୟାର ତାଙ୍କୁ ବୋଲିଙ୍ଗ କରିବାରୁ ଅଟକାଉଛନ୍ତି।

ଅଶ୍ୱିନୀ ଓ ଅମ୍ପାୟାରଙ୍କ ମଧ୍ୟରେ ହେଲା କଡା ମତଭେଦ: ଅଶ୍ୱିନୀ ବାରମ୍ବାର କହୁଥିଲେକି ସେ ଡେଞ୍ଜର ଏରିଆରେ ବୋଲିଙ୍ଗ କରିନାହାନ୍ତି। ନିୟମ ଅନୁସାରେ କୌଣସିବି ବୋଲର ନିଜ ବୋଲିଙ୍ଗ ଏରିଆରୁ ଡେଞ୍ଜର ଏରିଆକୁ ଯାଇପାରିବେନି। ଏହା ଦ୍ଵାରା ଅସୁବିଧା ହୋଇଥାଏ।

ଦ୍ରାଭିଡ ମଧ୍ୟ ପହଁଞ୍ଚିଲେ ମ୍ୟାଚ ରେଫ୍ରିଙ୍କ ପାଖରେ: ଅମ୍ପାୟାର ମେନନ ଓ ଅଶ୍ୱିନୀଙ୍କ ମଧ୍ୟରେ କଳି କ୍ୟାମେରାରେ ରେକର୍ଡ ହୋଇଛି। ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଯେଉଁଥିରେ ଅଶ୍ୱିନୀ କହୁଥିବା ଜଣାପଡୁଛିକି ମୁଁ ନିୟମ ଭିତରେ ରହି ବୋଲିଙ୍ଗ କରିଛି। ଅଶ୍ୱିନୀ ଓ ଅମ୍ପାୟାରଙ୍କ ମଧ୍ୟରେ ବାରମ୍ବାର ମତଭେଦ ଦେଖି ଶେଷରେ କୋଚ ରାହୁଲ ଦ୍ରାଭିଡ ମଧ୍ୟ ମ୍ୟାଚ ରେଫ୍ରିଙ୍କ ପାଖରେ ପହଁଚିଥିଲେ। ସେ ଆସି କଥାବାର୍ତ୍ତା ହେବା ପରେ ଆଉ ଦୁହିଁଙ୍କ ମଧ୍ୟରେ କୌଣସି କଳି ହୋଇନାହିଁ।

ଅଶ୍ୱିନୀ ଏହି କାରଣରୁ ହୋଇଥିଲେ ନିରାଶ: ଅଶ୍ୱିନୀ ଟମ ଲାଥମଙ୍କୁ ଏଲବିଡବ୍ଲୁ ମିଶ କରିବା ଦ୍ୱାରା ଅମ୍ପାୟାରଙ୍କ ଉପରେ ନିରାଶ ଥିଲେ। ବିବାଦର ୪ ଓଭର ପୂର୍ବରୁ ଏକ ଏଲବୀଡବ୍ଲୁ ଅପିଲ ଅଶ୍ୱିନୀ କରିଥିଲେ କିନ୍ତୁ ଅମ୍ପାୟାର ଏହାକୁ ନଟ ଆଉଟ ଦେଇଥିଲେ ଓ ଇଣ୍ଡିଆ ମଧ୍ୟ ଡିଆରଏସ ନେଇନଥିଲା। ଏହା ପରେ ସେ ଆଉଟ ଥିବା ଜଣାପଡିଥିଲା ଯାହା ଦ୍ୱାରା ଅଶ୍ୱିନୀ ନିରାଶ ଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *