ନ୍ୟୁଜିଲ୍ୟାଣ୍ଡର ଓପନର ଟମ ଲାଥମ କାନପୁର ଟେଷ୍ଟର ତୃତୀୟ ଦିନ ଭାରତୀୟ ବୋଲରଙ୍କୁ ବହୁତ ଅସୁବିଧାରେ ପକାଇଲେ। ଭାରତର ପ୍ରଥମ ପାରିରେ ୩୪୫ ରନ ପରେ ନ୍ୟୁଜିଲ୍ୟାଣ୍ଡର ଓପନର ଟମ ଲାଥମ ଓ ବିଲ ୟଂଙ୍ଗ ସୁନ୍ଦର ଆରମ୍ଭ କଲେ ଓ ପ୍ରଥମ ୱିକେଟ ପାଇଁ ୧୫୧ ରନର ପାର୍ଟନରସିପ କରିଥିଲେ। ଲାଥମ ୯୫ ରନ କରିଥିବା ବେଳେ ୟଂଙ୍ଗ ୮୯ ରନ କରିଥିଲେ। ଲାଥମଙ୍କ ଏହି ପାରି ପୁର୍ବରୁ ମଧ୍ୟ ସେ ଆଉଟ ହୋଇଥିଲେ କିନ୍ତୁ ଭାରତ ଡିଆରଏସ ନେଇନଥିଲା।

ଯେବେ ଲାଥମ ୬୬ ରନରେ ବ୍ୟାଟିଙ୍ଗ କରୁଥିଲେ ସେବେ ସେ ଅଶ୍ୱିନୀଙ୍କ ବଲରେ ଏଲବୀଡବ୍ଲୁ ହୋଇଥିଲେ ମଧ୍ୟ କିନ୍ତୁ ଫିଲ୍ଡ ଅମ୍ପାୟର ତାଙ୍କୁ ଆଉଟ ଦେଇନଥିଲେ ଓ ଅଧିନାୟକ ରାହାଣେ ମଧ୍ୟ ଡିଆଏରଏସ ନେଇନଥିଲେ। ଭାରତର ଏହି ନିସ୍ପତି ଭୁଲସାବ୍ୟସ୍ତ ହେଲା କାରଣ ପରେ ଜଣାପଡିଲା କି ସେ ଆଉଟ ଥିଲେ।
ସ୍କ୍ରିନରେ ରିପ୍ଲାଏ ଚାଲିବା ଦ୍ଵାରା ଭାରତୀୟ ଟିମକୁ ଭୁଲ ଜଣାପଡିଲା। ଲାଥମଙ୍କୁ ଏତେ ଭଲ ବଲରେ ଆଉଟ କରି ମଧ୍ୟ ଆଉଟ ନକରିପାରିବା ଦ୍ଵାରା ଅଶ୍ୱିନୀ ନିରାଶ ହୋଇଯାଇଥିଲେ। ସେ ଗ୍ରାଉଣ୍ଡରେ ହିଁ ନିଜ ରାଗ ଦେଖାଇଲେ। ସୁନୀଲ ଗାଭସ୍କାର ଓ ସାଇମନ ଡୁଲ କମେଟ୍ରି କରୁଥିଲେ। ସେ କହିଥିଲେ ଭାରତକୁ ରିଭ୍ୟୁ ନେବାର ଥିଲା।ଯଦି ଅମ୍ପାୟାର କଲ ହୋଇଥାନ୍ତା ତେବେ ମଧ୍ୟ ରିଭ୍ୟୁ ବଂଚିଥାନ୍ତା। ଏହା ପରେ ମଧ୍ୟ ଭାରତୀୟ ବୋଲର ସୁନ୍ଦର ବୋଲିଙ୍ଗ କଲେ ଓ ନ୍ୟୁଜିଲ୍ୟାଣ୍ଡକୁ ୨୯୬ ରେ ଅଟକାଇଦେଲେ।
Latham out LBW at 66, given not out, review not taken by India.
Are the matches going to get decided on the basis of a team’s judgment to take (or not to) DRS? pic.twitter.com/WzDoWrTQri— Bhupesh Juneja (@BhupeshJuneja1) November 27, 2021
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜା ଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।