ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମା ନୂତନ ଅଧିନାୟକ ହେବା ପରେ ଏବେ ପର୍ଯ୍ୟନ୍ତ ସିରିଜ ହାରିନାହଁନ୍ତି। ତେଣୁ ଟି-୨୦ ଏସିଆ କପରେ ମଧ୍ୟ ତାଙ୍କ ଠୁ ଏହିପରି ପ୍ରଦର୍ଶନର ଆଶା ଅଛି। ଏସିଆ କପ ୨୦୨୨ ଅଗଷ୍ଟ ୨୭ ରୁ ଆରମ୍ଭ ହେବାର ଅଛି ଓ ୨୮ ଅଗଷ୍ଟକୁ ଭାରତ ଓ ପାକିସ୍ତାନ ମୁହାଁ ମୁହିଁ ହେବାର ଅଛି।

ଭାରତୀୟ ଟିମ ଏସିଆ କପର ସବୁଠୁ ସଫଳ ଟିମ ଅଟେ ଓ ୭ ଥର ଫାଇନାଲ ଜିତିଛି ଯେଉଁଥିରେ ଟି-୨୦ ଗୋଟେ ସାମିଲ ଅଛି। ୨୦୧୬ ଏସିଆକପ ଟି-୨୦ ଫର୍ମାଟରେ ହୋଇଥିଲା ଯେଉଁଥିରେ ଭାରତ ଫାଇନାଲରେ ବଙ୍ଗଳାଦେଶକୁ ହରାଇ ଚମ୍ପିୟନ ହୋଇଥିଲା। ଏଥର ମଧ୍ୟ ଟିମ ସେହିପରି ପ୍ରଦର୍ଶନ କରିବାକୁ ଚାହିଁବ।
ରୋହିତ ଶର୍ମା ଅଧିନାୟକ ରୂପରେ ଏସିଆ କପରେ ଏବେ ପର୍ଯ୍ୟନ୍ତ ୫ଟି ମ୍ୟାଚ ଜିତିଛନ୍ତି। ଏଥର ସେ ୧୦ ବା ତାଠୁ ଅଧିକ ମ୍ୟାଚ ଜିତିଥିବା ଦ୍ୱିତୀୟ ଅଧିନାୟକ ହୋଇପାରନ୍ତି। ଟିମକୁ ଗ୍ରୁପ ରାଉଣ୍ଡରେ ୨ ଓ ସୁପର-୪ରେ ୩ ଟି ମ୍ୟାଚ ଖେଳିବାର ଅଛି ଓ ଫାଇନାଲ ପହଁଚିଲେ ଆଉ ଏକ ମ୍ୟାଚ।

ଏବେ ପର୍ଯ୍ୟନ୍ତ କେବଳ ମହେନ୍ଦ୍ର ସିଂହ ଧୋନି ୧୦ ରୁ ଅଧିକ ମ୍ୟାଚ ଜିତିଛନ୍ତି। ସେ ଅଧିନାୟକ ରୂପରେ ଏସିଆ କପରେ ୧୯ ମ୍ୟାଚ ଖେଳି ୧୪ ବିଜୟ ହାସଲ କରିଛନ୍ତି ଓ ୪ ଟି ମ୍ୟାଚ ହାରିଛନ୍ତି। ସେହିପରି ରୋହିତ ୫ ଟିରୁ ୫ ଟିଯାକ ମ୍ୟାଚ ଜିତିଛନ୍ତି। ମାନେ ତାଙ୍କ ବିଜୟ ୧୦୦% ଅଟେ।
Thank you so much Virat Bhai @imVkohli. Forever grateful ❣️😍🙏 Best wishes for the upcoming #AsiaCup2022 and #T20WorldCup #ViratKohli pic.twitter.com/LjTCwoDxh0
— Pratik Shah (@pratikshah524) August 14, 2022
ଭାରତର ଅନ୍ୟ ଅଧିନାୟକଙ୍କ ରେକର୍ଡ ଦେଖିବା ତ ମହମ୍ମଦ ଆଜହରୁଦିନ ୭ ରୁ ୫ ଜିତିଛନ୍ତି,ସୌରଭ ଗାଙ୍ଗୁଲି ୯ ରୁ ୪ ମ୍ୟାଚ ଜିତିଛନ୍ତି,ଦିଲୀପ ବେଂଗସରକର ୪ ରୁ ୩ ଟି ମ୍ୟାଚ ଜିତିଛନ୍ତି ଓ ବିରାଟ କୋହଲି ୪ ରୁ ୨ ଟି ମ୍ୟାଚ ଜିତିଛନ୍ତି। ସେହିପରି ସଚିନ ତେନ୍ଦୁଲକର ୪ ରୁ ଗୋଟେ ମ୍ୟାଚ ଜିତିଛନ୍ତି।

ପାକିସ୍ତାନର ଅଧିନାୟକ ବାବର ଆଜମ ପ୍ରଥମ ଥର ଏସିଆ କପରେ ଅଧିନାୟକତ୍ୱ କରିବାକୁ ଯାଉଛନ୍ତି। ପାକିସ୍ତାନ ତରଫରୁ ଟୁର୍ଣ୍ଣାମେଣ୍ଟରେ ସବୁଠୁ ସଫଳ ଅଧିନାୟକ ମିସବା ଉଲ ହକ ରହିଛନ୍ତି। ସେ ୧୦ ରୁ ୭ ମ୍ୟାଚ ଜିତିଛନ୍ତି,ଇଂଜମାମ ଉଲ ହକ ୪ ଓ ସାହିଦ ଆଫରିଦି ୩ ଟି ମ୍ୟାଚ ଜିତିଛନ୍ତି।
ବାବର ଏହି ଏସିଆ କପରେ ୬ ମ୍ୟାଚରେ ଅଧିନାୟକତ୍ୱ କରିପାରନ୍ତି। ଯଦି ସେ ସବୁ ମ୍ୟାଚ ଜିତିବେ ଆଫରିଦି ଓ ଇଂଜମାମଙ୍କୁ ପଛରେ ପକାଇପାରନ୍ତି ଓ ମୋଇନ ଖାନଙ୍କ ବରାବରୀ କରିପାରନ୍ତି। ପାକିସ୍ତାନ ଦୁଇଥର ଏସିଆ କପ ଜିତିଛି।

ଏସିଆକପ ୨୦୨୨ ୟୁଏଇରେ ଆୟୋଜନ ହେବ।ପୂର୍ବରୁ ଏହା ଶ୍ରୀଲଙ୍କାରେ ଆୟୋଜନ ହେବାର ଥିଲା କିନ୍ତୁ ପରିସ୍ଥିତି ଦ୍ଵାରା ଏହା ୟୁଏଇରେ ହେବ। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ,ଆଫଗାନିସ୍ତାନ ଓ ବଙ୍ଗଳାଦେଶ ମୁଖ୍ୟ ରାଉଣ୍ଡ ପାଇଁ କ୍ବାଲିଫାଏ କରିସାରିଛନ୍ତି। କ୍ବାଲିଫାୟର୍ସ ୨୦ ଅଗଷ୍ଟକୁ ଓମାନରେ ହେବାର ଅଛୁ। ଏଠାରୁ ଗୋଟେ ଟିମ ମୁଖ୍ୟ ରାଉଣ୍ଡକୁ ଯିବାର ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।