ବ୍ୟୁରୋ ରିପୋର୍ଟ: ଏସିଆ କପ ୨୦୨୨ ଅଗଷ୍ଟ ୨୭ରୁ ଆରମ୍ଭ ହୋଇ ସେପ୍ଟେମ୍ୱର ୧୧ରେ ଶେଷ ହେବାର ଅଛି। ଏବଂ ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୧୧ରେ ଶ୍ରୀଲଙ୍କାରେ ଖେଳାଯିବାର ଅଛି। ଏଥର ଏସିଆ କପ ଟି-୨୦ ଭାବରେ ଖେଳାଯିବାର ଅଛି। ଗତ ଥର ୫୦ ଓଭର ଭାବରେ ଖେଳାଯାଇଥିଲା। ୨୦୧୬ ରେ ଟି-୨୦ ଭାବରେ ଖେଳା ଯାଇଥିଲା ଯୋଉ ଦୁଇଟାକୁ ଭାରତ ଜିତିଥିଲା।

ଯାହାକୁ ମିଶାଇ ଭାରତ ୭ଟା ଏସିଆ କପ ଜିତିଥିଲା। ଭାରତ ଏହି ବର୍ଷ ଏସିଆ କପ ଜିତିବାର ଲକ୍ଷ୍ୟ ରହିପାରେ। କାରଣ ଏହି ବର୍ଷ ଭାରତ ଜିତିଲେ ଲଗାତାର ତିନି ବର୍ଷ ଜିତି ହାଟ୍ରିକ ହୋଇଯିବ।
ଏସିଆ କପ ୨୦୨୦ କରୋନା କାରଣରୁ ରଦ୍ଧ କରିଦିଆଯାଇଥିଲା। ଅଗଷ୍ଟ ୨୦ରୁ ଉତ୍ତୀର୍ଣ୍ଣ ଟିମ ବଛା ଯିବ। ଏହିଥିରେ ଭାରତ, ପାକିସ୍ଥାନ, ଆଫଗାନସ୍ତାନ ଏହିପରି ଅନ୍ୟ ବଡ଼ ବଡ଼ ଟିମ ଖେଳିବା ପାଇଁ ବଛା ଯାଇପାରନ୍ତି। ଏଥିରେ କେବଳ ଏସିଆ ମହାଦଶର କ୍ରିକେଟ ଟିମ ମାନେ ଖେଳନ୍ତି।

ଭାରତ ପାଇଁ ଏହି ଟି-୨୦ ଭାବରେ ଖେଳିବା ବହୁତ ଲାଭ ଦାୟକ ହୋଇପାରେ। କାରଣ ନଭେମ୍ବରରେ ଭାରତ ଅଷ୍ଟ୍ରେଲିଆ ସହିତ ଟି-୨୦ ଖେଳିବାର ଅଛି। ଏହା ଭାରତକୁ ଅଷ୍ଟ୍ରେଲିଆ ବିରୁଦ୍ଧରେ ପ୍ରସ୍ତୁତ କରିବାରେ ସାହାଯ୍ୟ କରିପାରେ। ଯଦି ଟିମ ଇଣ୍ଡିଆ ଭଲ ଭଲ ଟିମ ଯେପରିକି ପାକିସ୍ତାନ, ଆଫଗନିସ୍ତାନ,ଶ୍ରୀଲଙ୍କା ବିରୁଦ୍ଧରେ ଖେଳିବା ଦ୍ଵାରା ଭାରତ ଅଷ୍ଟ୍ରେଲିଆ ବିରୁଦ୍ଧରେ ଦୃଢ ଭାବରେ ଖେଳି ପାରିବ।
ପ୍ରତି ଦୁଇ ବର୍ଷରେ ହେଉଥିବା ଏସିଆ କପ ପୂର୍ବରୁ ୫୦ ଓଭର୍ ଖେଳା ଯାଇଥିଲା। ହେଲେ ୨୦୧୬ରେ ପ୍ରଥମେ ଟି-୨୦ ଭାବରେ ଖେଳା ଗଲା। ଏବଂ ୨୦୧୮ ରେ ୫୦ ଓଭରେ ଖେଳା ଯାଇଥିଲା। ଏହି ବର୍ଷ ଏସିଆ କପ ଟି-୨୦ ଭାବରେ ଖେଳାଯିବା। ଦେଖାଯାଉ ଏହି ବର୍ଷ ଏସିଆ କପରେ ଭାରତର ପ୍ରଦର୍ଶନ କିପରି ରହୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।