ଏସିଆ କପ ୨୦୨୨ ପାଇଁ ଆଜି ଟିମ ଇଣ୍ଡିଆର ଘୋଷଣା କରାଯାଇପାରେ। ଆଜି ହେଉଛି ୮ ଅଗଷ୍ଟ ଆଉ ଆଜି ହିଁ ଟିମ ଇଣ୍ଡିଆର ଘୋଷଣା କରାଯାଇପାରେ। ଆଜି ଯଦି ଭାରତ ତାର ଟିମ ଘୋଷଣା ନ କରେ ତାହେଲେ ଏହା ପରେ ଆଉ ଏସିଆ କପ ପାଇଁ ଭାରତୀୟ ଟିମ କୁ ସ୍ବୀକାର ନ କରାଯାଇପାରେ।

ତାହେଲେ କେଉଁମାନେ କେଉଁମାନେ ହେଉଛନ୍ତି ସେହି ୧୫ ଜଣ ଖେଳାଳି ଯେଉଁମାନେ କି ଏସିଆ କପ ପାଇଁ ଭାରତୀୟ ଚୟନକର୍ତ୍ତା ମାନେ ସେମାନଙ୍କୁ ଭାରତୀୟ ଟିମ ରେ ରଖିବେ। ଅନୁମାନ ଏହି ୧୫ ଜଣ ଖେଳାଳି ଯେଉଁମାନେ କି ବିସିସିଆଇ ଯେତେବେଳେ ନିଜର ଟିମ ଘୋଷଣା କରିବେ ସେମାନେ ନିଶ୍ଚୟ ସେହି ଟିମ ରେ ରହିବେ ବୋଲି ମୋର ଆଶା।କିଛି ପିଲାଙ୍କ ନାମ ଉପର ତଳ ହୋଇପାରେ ମାତ୍ର ଅଧିକାଂଶ ପିଲା ମୁଁ ଚୟନ କରିଥିବା ଭିତରୁ ହିଁ ଏସିଆ କପ ଖେଳିବେ। ତେଣୁ ଏହିମାନେ ହେଉଛନ୍ତି ସେହି ଖେଳାଳି ଯେଉଁମାନେ କି ଏସିଆ କପ 2022 ପାଇଁ ଖେଳିବାକୁ ଯିବେ।
ଅଧିନାୟକ ରୋହିତ ଶର୍ମା ସର୍ବପ୍ରଥମେ ରହିପାରନ୍ତି। ତାପରେ ଏହି ମାନେ ରହିବେ ବୋଲି ଅନୁମାନ ସେମାନେ ହେଲେ ରାହୁଲ,ବିରାଟ କୋହଲି,ସୂର୍ଯ୍ୟ କୁମାର ଯାଦବ,ଋଷବ ପନ୍ତ,ଦିନେଶ କାର୍ତ୍ତିକ,ଚାହଲ,ଦୀପକ ହୁଡ୍ଡା,ହାର୍ଦିକ ପାଣ୍ଡ୍ୟା,ଜାଡେଜା,ବୁମରା,ଭୁବନେଶ୍ୱର କୁମାର,ଦୀପକ ଚାହର,କୁଲଦୀପ ଯାଦବ,ଅର୍ସଦୀପ ଇତ୍ୟାଦି। ଦୀପକ ଚାହରଙ୍କୁ ଏହି ଟିମ ରେ ନିଆ ଯାଇଛି କାରଣ ସେ ପୁରା ଠିକ ହୋଇ ସାରିଛନ୍ତି ଆଉ ସେ ଜିମ୍ବାୱେ ଗସ୍ତରେ ମଧ୍ୟ ସେ ଭାରତୀୟ ଟିମ ସହିତ ରହିବେ। ହର୍ଷଲ ପଟେଲ ମଧ୍ୟ ଆପଣଙ୍କ ମନରେ ଆସୁଥାଇପାରେ।

ମାତ୍ର ସେ ଏବେ ଆଘାତପ୍ରାପ୍ତ ହୋଇଛନ୍ତି ଆଉ ସେ ୨୦୨୨ ରେ ହୁଏତ ଆପଣଙ୍କୁ କୌଣସି ଖେଳରେ ଭାଗ ନେବାର ଆପଣ ତାଙ୍କୁ ଦେଖି ପାରିବେ।ତେଣୁ ଦୀପକ ଚାହର ଭାରତୀୟ ଟିମ ର ଏସିଆ କପରେ ସାମିଲ ହେବାର ବହୁତ ସମ୍ଭାବନା ରହିଛି। ଅଶ୍ୱନୀଙ୍କ ସ୍ଥାନରେ କୂଳଦୀପ ଯାଦବଙ୍କୁ ସ୍ଥାନ ଦେଇଛନ୍ତି କାରଣ କୂଳଦୀପ ମଧ୍ୟ ଜଣେ ଭଲ ବଲର ଆଉ ସେ ଏହି ବିତି ଯାଇଥିବା ଆଇ.ପି.ଏଲ ରେ ଭଲ ପ୍ରଦର୍ଶନ କରିଛନ୍ତି।ଆପଣ ମଧ୍ୟ ଆପଣଙ୍କ ଭଲ ଟିମ କୁ ଆମ ସହିତ ସେୟାର କରନ୍ତୁ ଯାହା ଦ୍ଵାରା ଆମେ ମଧ୍ୟ ଜାଣି ପାରିବୁ କି ଆପଣଙ୍କୁ କଉ କଉ ପିଲା ମାନଙ୍କୁ ନେଲେ ଭାରତୀୟ ଟିମ ର ଜିତିବାର ଆଶା ଆହୁରି ବଢିବ। ଏସିଆ କପ ଏବେ ୟୁଏଇରେ ହେବାକୁ ଯାଉଛି ତେଣୁ ଏଥିପାଇଁ ସମସ୍ତେ ବହୁତ ଦିନ ହେବ ଅପେକ୍ଷା କରିଛନ୍ତି। ଏହି ଏସିଆ କପରେ ଏସିଆର ସବୁଠାରୁ ଭଲ ଭଲ ଟିମ ମାନଙ୍କ ମଧ୍ୟରେ ମୁକାବିଲା ହେବାର ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।