ଏସିଆ କପ ପାଇଁ ଜାରି ହେଲା ସିଡ୍ୟୁଲ! ଭାରତ ଓ ପାକିସ୍ତାନ ମଧ୍ୟରେ ୨୮ ଅଗଷ୍ଟ କୁ ହେବ କ୍ରିକେଟ ମହାଲଢ଼େଇ, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ଭାରତ ଓ ପାକିସ୍ତାନ ଟିମ ଏସିଆ କପରେ ୨୮ ଅଗଷ୍ଟରେ ସାମ୍ନା ସାମ୍ନି ହେବାର ଅଛି। ଏହି ମ୍ୟାଚ ଦୁବାଇରେ ଖେଳାଯିବାର ଅଛି। ଏସିଆ କପର ସିଡ୍ୟୁଲ ମଙ୍ଗଳବାରକୁ ଘୋଷଣା କରାଯାଇଛି। ଟୁର୍ଣ୍ଣାମେଣ୍ଟର ଆରମ୍ଭ ୨୭ ଅଗଷ୍ଟରୁ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚରୁ ହେବାର ଅଛି।

Google

ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଶ୍ରୀଲଙ୍କାରେ ହେବାର ଥିଲା ହେଲେ ଶ୍ରୀଲଙ୍କାର ଖରାପ ପରିସ୍ଥିତି ଦ୍ଵାରା ଏହାକୁ ଏବେ ୟୁଏଇରେ ଆୟୋଜନ କରାଯିବ। ଏଥିରେ ମୋଟ ୬ ଟିମ ଭାଗ ନେବେ ଓ ଏହାର ଫାଇନାଲ ମ୍ୟାଚ ୧୧ ସେପ୍ଟେମ୍ବରକୁ ଦୁବାଇରେ ଖେଳାଯିବାର ଅଛି। ସବୁ ଏସିଆ ଟିମ ଏଥିରେ ମଜଭୁତ ଟିମ ପଠାଇବ କାରଣ ଏହା ପରେ ଟି-୨୦ ବିଶ୍ୱକପ ହେବାର ଅଛି ।

ବିସିସିଆଇର ସଚିବ ଜୟ ସାହା ୟୁଏଇରେ ୧୭ ଅଗଷ୍ଟରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ଏସିଆକପର କାର୍ଯ୍ୟକ୍ରମର ଘୋଷଣା ଟ୍ୱିଟ କରି ଜଣାଇଛନ୍ତି। ଜୟ ଶାହା ଏସିଆ କ୍ରିକେଟ ପରିଷଦର ପ୍ରମୁଖ ଅଟନ୍ତି। ସେ ଟ୍ୱିଟ କରିଛନ୍ତି,”ଅପେକ୍ଷାର ସମୟ ଶେଷ,୨୭ ଅଗଷ୍ଟରୁ ଏସିଆକପ ଆୟୋଜନ ହେବ ଓ ଏହାର ଫାଇନାଲ ମ୍ୟାଚ ୧୧ ସେପ୍ଟେମ୍ବରକୁ ହେବ।ଏସିଆ କପର ୧୫ ତମ ସିଜନ ଟି-୨୦ ବିଶ୍ୱକପ ପାଇଁ ଆଦର୍ଶ ହେବ”।

ଭାରତକୁ ଗ୍ରୁପ ଏ ରେ ପାକିସ୍ତାନ ସହିତ ରଖାଯାଇଛି:

ଭାରତକୁ ପାକିସ୍ତାନ ଓ କ୍ୟାଲିଫାୟର ଟିମଙ୍କ ସହିତ ଗ୍ରୁପ ଏ ରେ ରଖାଯାଇଛି। ଶ୍ରୀଲଙ୍କାଜ ଆଫଗାନିସ୍ତାନ ଓ ବଙ୍ଗଳାଦେଶ ଟିମକୁ ଗ୍ରୁପ ବି ରେ ରଖାଯାଇଛି। ୟୁଏଇ, କୁବେତ,ହଂଙ୍ଗକଂଙ୍ଗ ଓ ସିଙ୍ଗାପୁର ମଧ୍ୟରୁ କୌଣସି ଗୋଟେ ଟିମ ଭାରତ ଓ ପାକିସ୍ତାନ ସହିତ ଗ୍ରୁପ ଏ ରେ ରହିବାର ଅଛି।

ଟପରେ ରହିବା ୱାଲା ଦୁଇ ଟିମ ସୁପର ୪ ପାଇଁ କରିବେ କ୍ୟାଲିଫାଇ:

ଏହା ପୂର୍ବରୁ ଏସିଆକପ ଟି-୨୦ରେ ଭାରତ ଓ ପାକିସ୍ତାନ ଟିମ ୨୦୧୬ରେ ସାମ୍ନା ସାମ୍ନି ହୋଇଥିଲେ। ମୋଟ ଦୁଇ ଟିମ ଏହି ଟୁର୍ଣ୍ଣାମେଣ୍ଟରେ ୧୪ ଥର ସାମ୍ନା ସାମ୍ନି ହୋଇଛନ୍ତି। ଏଥିରୁ ଭାରତ ୮ ଥର ଓ ପାକିସ୍ତାନ ୬ ଥର ମ୍ୟାଚ ଜିତିଛି।

ଗ୍ରୁପ ଏ ଓ ଗ୍ରୁପ ବି ର ଟପ ଦୁଇରେ ରହିବା ୱାଲା ଟିମ ସୁପର ୪ ରାଉଣ୍ଡ ପାଇଁ କ୍ୟାଲିଫାଏ କରିବ। ତେଣୁ ଭାରତ ଓ ପାକିସ୍ତାନ ଟିମ ମଧ୍ୟରେ ୪ ଅଗଷ୍ଟକୁ ପୁଣି ମ୍ୟାଚ ହୋଇପାରେ। କାରଣ ଦୁହେଁ ସୁପର ୪ ରେ ପହଂଚିବାର ସମ୍ଭାବନା ଅଧିକ। ସୁପର ୪ ରେ ଟପରେ ରହିଥିବା ଦୁଇ ଟିମ ମଧ୍ୟରେ ୧୧ ସେପ୍ଟେମ୍ବରକୁ ଫାଇନାଲ ମ୍ୟାଚ ହେବାର ଅଛି।

ଭାରତ ଓ ପାକିସ୍ତାନ ହେର୍ଡ ଟୁ ହେର୍ଡ:

ଭାରତ ଓ ପାକିସ୍ତାନ ଟିମ ଟି-୨୦ରେ ୯ ଥର ସାମ୍ନା ସାମ୍ନି ହୋଇଛନ୍ତି ଯେଉଁଥିରେ ଭାରତ ୬ ଓ ପାକିସ୍ତାନ ୨ ଥର ମ୍ୟାଚ ଜିତିଛି। ଗୋଟେ ମ୍ୟାଚ ଟାଇ ହୋଇଛି। ଦୁହିଁଙ୍କ ମଧ୍ୟରେ ୧୩୨ ଏକଦିବସିୟ ମ୍ୟାଚ ହୋଇଛି ଯେଉଁଥିରେ ଭାରତ ୫୫ ଓ ପାକିସ୍ତାନ ୭୩ ଟି ମ୍ୟାଚ ଜିତିଛି ଓ ୪ ଟି ମ୍ୟାଚ କୌଣସି ରେଜଲ୍ଟ ଆସିପାରିନାହିଁ। ଦୁଇ ଟିମ ମଧ୍ୟରେ ୫୯ ଟେଷ୍ଟ ମ୍ୟାଚ ମଧ୍ୟ ହୋଇଛି ଯେଉଁଥିରେ ଭାରତ ୯ ପାକିସ୍ତାନ ୧୨ ଟେଷ୍ଟ ଜିତିଛି ଓ ୩୮ ଟି ମ୍ୟାଚ ଡ୍ର ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *