ବ୍ୟୁରୋ ରିପୋର୍ଟ: ଭାରତୀୟ ପେସର ଦୀପକ ଚାହାର ଏସିଆ କପରେ ଖେଳୁଥିବା ନଜର ଆସିପାରନ୍ତି। ଯଶପ୍ରୀତ ବୁମରା ଓ ହର୍ଷଲ ପଟେଲ ଆଘାତ ହେବା କାରଣରୁ ଏସିଆ କପରୁ ବାହାର ହୋଇଯାଇଛନ୍ତି। ଚୟନକର୍ତ୍ତା ତୃତୀୟ ପେସର ରୂପରେ ଆଭେଶ ଖାନଙ୍କୁ ମୌକା ଦେଇଛନ୍ତି। ଅନେକ ଲୋକଙ୍କୁ ଅପେକ୍ଷା ଥିଲାକି ବୁମରା ଓ ହର୍ଷଲଙ୍କ ଜାଗାରେ ଦୀପକ ଚାହାର ଓ ମହମ୍ମଦ ସାମୀଙ୍କୁ ମୌକା ମିଳିପାରେ। କିନ୍ତୁ ଏପରି ହୋଇପାରିଲା ନାହିଁ ଚୟନକର୍ତ୍ତାଙ୍କୁ ଦୀପକ ଆଘାତ ପରେ ୬ ମାସ ପରେ ଫେରିବା ପରେ ପ୍ରସ୍ତୁତ ହୋଇନାହଁନ୍ତି।

ଦୀପକ ଚାହାରଙ୍କୁ ଜିମ୍ବାୱେ ବିରୁଦ୍ଧରେ ଏକଦିବସିୟ ସିରିଜ ପାଇଁ ଚୟନ କରାଯାଇଛି। ଏହି ସିରିଜରେ ଦୀପକଙ୍କ ପ୍ରଦର୍ଶନ ଆଧାରରେ ତାଙ୍କୁ ମୁଖ୍ୟ ଟିମରେ ଚୟନ କରାଯାଇପାରେ। ଶ୍ରେୟସ ଅୟର ଓ ଅକ୍ସର ପଟେଲଙ୍କ ସହ ଦୀପକ ଚାହାରଙ୍କୁ ଏସିଆକପରେ ଷ୍ଟାଣ୍ଡବାଇ ଖେଳାଳିଙ୍କ ଲିଷ୍ଟରେ ରଖାଯାଇଛି।
ଘରୋଇ କ୍ରିକେଟରେ ରାଜସ୍ଥାନ ତରଫରୁ ଖେଳୁଥିବା ଦୀପକ ଚାହାର ଟି-୨୦ ବିଶ୍ୱକପ ୨୦୨୧ରେ ମଧ୍ୟ ଷ୍ଟାଣ୍ଡବାଇ ଖେଳାଳି ରୂପରେ ସାମିଲ ଥିଲେ। ସେବେ ତାଙ୍କୁ ମୁଖ୍ୟ ଟିମରେ ପୁର୍ଣ ସାମିଲ କରାଯାଇଥିଲା। ଏସିଆ କପ ପାଇଁ ଚୟନ ହୋଇଥିବା ଟିମରେ ମୁଖ୍ୟ ବୋଲର ରୂପରେ ଅର୍ସଦୀପ ସିଂ, ଭୁବନେଶ୍ୱର କୁମାର, ଓ ଆଭେଶ ଖାନଙ୍କୁ ସାମିଲ କରାଯାଇଛି।

ଚୟନ ସମିତିର ଜଣେ ସଦସ୍ୟ ଇନସାଇଟ ସ୍ପୋର୍ଟସକୁ କହିଛନ୍ତି,”ଦୀପକ ଚାହାରଙ୍କୁ ସିଧା ଏସିଆ କପରେ ଚୟନ କରାଯାଇପାରିବନି କାରଣ ସେ ଆଘାତ ପରେ ଫେରିବା ପରେ ଆମ ପାଖରେ ପୂର୍ବରୁ ବିକଳ୍ପ ଥିଲା। ଦୀପକଙ୍କ ପାଖରେ ଜିମ୍ବାୱେ ସିରିଜରେ ମୌକା ଅଛି। ଯଦି ସେ ଭଲ ଲୟ ହାସଲ କରିବେ ତେବେ ତାଙ୍କ ଉପରେ ବିଚାର କରାଯାଇପାରେ”।
ଦୀପକ ଚାହାର ଫେବୃଆରୀରେ ଭାରତ ପାଇଁ ମ୍ୟାଚ ଖେଳିଥିଲେ। ସେ ଭଲ ଫର୍ମରେ ଥିଲେ ହେଲେ ଖରାପ ଫିଟନେସ କାରଣରୁ ସେ ଏତେ ଦିନ ଖେଳିପାରିଲେନି। ସେ ଭାରତ ପାଇଁ ୭ ଏକଦିବସିୟ ,୨୦ ଟି-୨୦ ମ୍ୟାଚ ଖେଳିବେ। ଏକଦିବସିୟରେ ସେ ୧୦ ଓ ଟି-୨୦ରେ ୨୬ ୱିକେଟ ନେଇଛନ୍ତି।
ଏସିଆକପ ୨୦୨୨ ପାଇଁ ଭାରତୀୟ ଟିମ:
ରୋହିତ ଶର୍ମା (ଅଧିନାୟକ),କେ ଏଲ ରାହୁଲ (ଉପ ଅଧିନାୟକ),ବିରାଟ କୋହଲି,ସୂର୍ଯ୍ୟ କୁମାର ଯାଦବ, ଦୀପକ ହୁଡ୍ଡା, ରିଷଭ ପନ୍ତ,ଦିନେସ କାର୍ତ୍ତିକ ,ହାର୍ଦିକ ପାଣ୍ଡ୍ୟା,ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନୀ, ୟୁଜବେନ୍ଦ୍ର ଚାହଲ, ରବି ବିସ୍ନୋଇ,ଭୁବନେଶ୍ୱର କୁମାର, ଅର୍ସଦୀପ ସିଂ, ଆଭେଶ ଖାନ।
ଷ୍ଟାଣ୍ଡବାଇ ଖେଳାଳି: ଶ୍ରେୟ ଅୟର, ଅକ୍ସର ପଟେଲ,ଦୀପକ ଚାହାର।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।